ଅଜଣା ଜନ୍ତୁ ଆତଙ୍କ ; ୧୫ ଛେଳି ମୃତ, ଅନେକ ନିଖୋଜ
4/01/2021 at 12:48 PM

ଦେବଗଡ ୦୪।୦୧: ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଚକଡିହି ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି । ଅଜଣା ଜନ୍ତୁ ଆତଙ୍କରେ ୧୫ରୁ ଅଧିକ ଛେଳି ଓ ଗୋଟିଏ ଗାଇର ମୃତ୍ୟୁ ହୋଇଯାଇଛି ।
ଖବର ଅନୁଯାୟୀ, ଚକଡିହି ଗ୍ରାମ ର ମୁଣ୍ଡା ସାହିରେ ଅଜଣା ଜନ୍ତୁର ଆକ୍ରମଣରେ ବିଭିନ୍ନ ପରିବାର ୧୫ରୁ ଅଧିକ ଛେଳି ଓ ଗୋଟିଏ ଗାଇର ମୃତ୍ୟୁ ହୋଇଥିବା ଜଣାପଡିଛି ।ଏହାସହିତ ଅନେକ ଛେଳି ନିଖୋଜି ଥିବା ଜଣାପଡିଛି । ତେବେ ମୃତ ସମସ୍ତ ଛେଳିର ତଣ୍ଟି କଣା ହୋଇଥିବା ଓ କିଛି ଛେଳିର ପେଟ ଫଡା ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ରହିଥିବା ଦେଖିବାକୁ ମିଳିଛି। ଗାଁ ନିକଟରେ ଥିବା ଜଙ୍ଗଲ ରହିଥିବା ବେଳେ ଜଙ୍ଗଲରୁ କୌଣସି ହିଂସ୍ର ଜନ୍ତୁ ଆସି ଏହି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି।
Related Posts
ଅପେକ୍ଷାର ଅନ୍ତ, କାଲିଠୁ ଖୋଲିବ ଘଟଗାଁ ମା ତାରିଣୀ ମନ୍ଦିର
17 January 2021
ତାଲାପଦରରେ ନିର୍ମଣାଧିନ ବ୍ରିଜ୍ ଭୁଶୁଡିବା ଘଟଣା, SDO ଅସୀତ ପାତ୍ର ଗିରଫ
17 January 2021