ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | August 26, 2020 IST

କଟକ୨୬/୮: ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ। କଟକ ଜିଲ୍ଲା ଟାଙ୍ଗୀ  ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ସର୍ଦ୍ଦଳା ଗଢା ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଯିବା ବେଳେ ଅଚାନକ  ଏକ ବାଇକକୁ ଆଜଣା ଗାଡି ଧକ୍କା ଦେବାରୁ ଯୁବକଙ୍କ ମୃତ୍ୟୁ ହୋଇଛି।  ମୃତ ବ୍ୟକ୍ତି ଜଣଙ୍କ ହେଲେ ଟାଙ୍ଗୀ କୋଟସାହି ପଞ୍ଚାୟତ କଇରାପାରୀର ବିଶ୍ୱ ବିଜେୟୀ ମହାରଣା ଓରଫ ବାବୁନା।

 ମୃତ ବାବୁନା ଗତ କାଲି ବିଳମ୍ବିତ ରାତିରେ ନିଗୁଣ୍ଡି ଟୋଲ ଗେଟ୍ ନିକଟକୁ ଡ୍ୟୁଟି କରିବାକୁ ଯାଉଥିବା ସମୟରେ ସର୍ଦ୍ଦଳା ମଙ୍ଗଳା ମନ୍ଦିର ନିକଟରେ ଏକ ଅଜଣା ଗାଡି ପଛରୁ ଧକ୍କା ଦେଇଥିଲା। ଫଳରେ ବାବୁନା ରାସ୍ତା କଡକୁ ଛିଟିକି ପଡିବା ସହ ତାଙ୍କ ମୁଣ୍ଡ ଓ କାନ ମୂଳରେ ଆଘାତ ଲାଗିବା ସହ ପଡି ରହିଥିଲେ। ସଡକ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଗାଡିଟି ଫେରାର ହୋଇ ଯାଇଥିଲା। ପୋଲିସ୍ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚି ଗୁରୁତର ଅବସ୍ଥାରେ ବାବୁନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.