ଶୌଚ ପାଇଁ ଗଲା ବେଳେ ମାଡିଗଲା ଅଜଣା ଗାଡି, ୨ ମହିଳା ମୃତ

Published By : Prameya-News7 Bureau | September 17, 2021 IST

ସାନଖେମୁଣ୍ଡି, ୧୭।୦୯ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ଗୋକର୍ଣ୍ଣପୁର ଗ୍ରାମ ନିକଟରେ ଦୁର୍ଘଟଣା । ଅଜଣା  ଗାଡି ଧକ୍କାରେ ଦୁଇଜଣ ମହିଳା ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି।

ମୃତକ ହେଲେ ତମାଳ ବିନ୍ଧାଣୀ (୫୦) ଓ ଚିନାରୀ ବାଙ୍ଗାରୀ ପାତ୍ର (୬୦) ।  ଦୁର୍ଘଟଣା ପରେ ଗାଁ ଲୋକମାନେ ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାକୁ ଅବରୋଧ କରିଛନ୍ତି।ଉଭୟ ପଟୁ ଗାଡି ଚଳାଚଳ ବନ୍ଦ ରହିଛି।ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଚଳାଇଛନ୍ତି।

{"id":512766,"sizeSlug":"full","linkDestination":"none"}

ସୂଚନାନୁସାରେ, ଦୁଇଜଣ ମହିଳା ଶୁକ୍ରବାର ପାହାନ୍ତିଆରେ ଗାଁ ନିକଟ ଏକ ନାଳକୁ ଶୌଚ ଓ ଗାଧୋଇବା ପାଇଁ ଯାଉଥିଲେ । ସେହି ସମୟରେ ଦିଗପହଣ୍ଡି ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଅଜଣା ଗାଡି ସେମାନଙ୍କ ଉପରେ ମାଡି ଯାଇଥିଲା ।ମୃତ ମହିଳାଙ୍କ ପରିବାରକୁ କ୍ଷତି ପୁରଣ ପ୍ରଦାନ କରିବା ସହ ଅଜଣା ଗାଡିକୁ ଚିହ୍ନଟ କରିବା ପାଇଁ ଉତ୍ୟକ୍ତଲୋକେ ଦାବି କରିଛନ୍ତି। ପୋଲିସ ସେମାନଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.