ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | August 21, 2020 IST

ଭୁବନ୨୧/୮:  ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର।  ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ମାର୍ଥାପୁର  ଗ୍ରାମ ମଝିରେ ଥିବା ରାମିଆଳ ନଦୀ ବ୍ରିଜ ନିକଟରୁ ଏହି ମୃତଦେହ ଉଦ୍ଧାର। ରାମିଆଳ ନଦୀରେ ବନ୍ୟା ପାଣି ମାଡି ଆସିଥିଲା ।

ଶୁକ୍ରବାର ସକାଳେ ଏକ ମୃତଦେହ ମାର୍ଥାପୁର ଓ ଯମୁନାକୋଟ ଗ୍ରାମ ନିକଟରେ ଥିବା ରାମିଆଳ ନଦୀ ବ୍ରିଜ ନିକଟ ନଦୀ କୂଳରେ ଭାସୁଥିବାର ଦେଖି ଲୋକେ ପୋଲିସ ଓ ଭୁବନ ଦମକଳ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଭୁବନ ପୋଲିସ ଏବଂ ଭୁବନ ଅଗ୍ନିଶମ ବାହିନୀ ପହଞ୍ଚିଛିଥିଲେ । ନଦୀରୁ ପାଣି ସ୍ତର କମିଥିବାରୁ ମୃତଦେହଟି କୁଳରେ ପଡିରହିଛି । ଘଟଣାସ୍ଥଳରେ ଭୁବନ ଓ ସୁରପ୍ରତାପପୁର ପୋଲିସ ରହି ତଦନ୍ତ ଚଳାଇଛନ୍ତି । ମୃତକଙ୍କର ପରିଚୟ ମିଳି ପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.