ରାସ୍ତାକଡରେ ପଡିରହିଛି ମୃତଦେହ, ଡାହାଣ ଗୋଡରୁ ରକ୍ତ ସ୍ରାବ ଯୋଗୁଁ ମୃତ୍ୟୁ !

Published By : Prameya-News7 Bureau | March 17, 2020 IST

ଆଠମଲ୍ଲିକ ୧୭।୦୩: ରାସ୍ତା କଡରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ହଣ୍ଡପା ଥାନା ଅନ୍ତର୍ଗତ ନାକଚି ଛକନିକଟ ଜାତୀୟ ରାଜପଥ ୫୫ନଂ ରାସ୍ତା କଡ଼ରୁ ଉଦ୍ଧାର  ।

ସୂଚାନଯୋଗ୍ୟ ଯେ,  କିଛି ଘଣ୍ଟା ତଳେ  ସ୍ଥାନୀୟ ବଜାରରେ ବ୍ୟକ୍ତି ଜଣଙ୍କ  ବୁଲୁଥିବାର ସ୍ଥାନୀୟ ଲୋକ ଦେଖିଥିବା କହିଛନ୍ତି । ଡାହାଣ ଗୋଡ଼ରେ ହୋଇଥିବା କ୍ଷତରୁ ରକ୍ତ ସ୍ରାବ ହୋଇଥିବାର ଦେଖିବାକୁ ମିଳିଛି । ଡାହାଣ ଗୋଡ଼ରୁ ଅଧିକ ରକ୍ତ ସ୍ରାବ ଯୋଗୁଁ ମୁତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ କେହି ପହଞ୍ଚିନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.