Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

‘ରାମମନ୍ଦିର ଭୂମିପୂଜନକୁ ନିମନ୍ତ୍ରଣ ନ କଲେ ଶ୍ରୀରାମଙ୍କ ଭଳି ସରଜୁ ନଦୀରେ ଜଳ ସମାଧି ନେବି’ : ଅଯୋଧ୍ୟାରେ ପହଞ୍ଚି ପ୍ରତିଜ୍ଞା କଲେ ଆଜମ ଖାନ୍

25/07/2020 at 5:17 PM

ଅଯୋଧ୍ୟା ୨୫/୦୭ : ରାମ ନଗରୀ ଅଯୋଧ୍ୟାରେ ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବ୍ୟ ରାମ ମନ୍ଦିରର ଭୂମିପୂଜନ କରିବେ | ଶନିବାର ଦିନ ମୁସଲିମ କାରସେବକ ମଞ୍ଚର ରାଷ୍ଟ୍ରୀୟ ଅଧ୍ୟକ୍ଷ ଆଜମ ଖାନ ଅଯୋଧ୍ୟା ପହଞ୍ଚି ଏକ ପ୍ରତିଜ୍ଞା ନେଇଛନ୍ତି | ସେ କହିଛନ୍ତି ଯେ ଅଗଷ୍ଟ ୫ ତାରିଖରେ ରାମ ମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମରେ ତାଙ୍କୁ ଆମନ୍ତ୍ରିତ ନ କରାଗଲେ ସେ ସେହି ଦିନ ସରଜୁ ନଦୀରେ ଜଳ ସମାଧି ନେବେ | ସେ କହିଛନ୍ତି ଯେ ସେ ରାମ ମନ୍ଦିର ନିର୍ମାଣ ପାଇଁ ଆନ୍ଦୋଳନ କରିଛନ୍ତି | ସେ ଭଗବାନ ଶ୍ରୀ ରାମଙ୍କୁ ଭକ୍ତି କରନ୍ତି |

ଭଗବାନ ଶ୍ରୀରାମଙ୍କୁ କୌଣସି ଜାତି କିମ୍ବା ଧର୍ମରେ ବାନ୍ଧି ରଖାଯାଇ ପାରିବ ନାହିଁ | ସେଥିପାଇଁ ଏହି ପୁଣ୍ୟ କାମରେ ସେ ମଧ୍ୟ ସାମିଲ ହୋଇ ଭୂମିପୂଜନର ସାକ୍ଷୀ ହେବାକୁ ଚାହାନ୍ତି | ଅଯୋଧ୍ୟାରେ ପହଞ୍ଚି ରାଷ୍ଟ୍ରବାଦୀ ଆଜମ ଖାନ କହିଛନ୍ତି ଯେ ସେ ଶ୍ରୀରାମଙ୍କୁ ନିଜର ଆରାଧ୍ୟ ଦେବତା ମାନନ୍ତି | ଯେଉଁଭଳି ଭାବରେ ଶ୍ରୀରାମ ଓ ଲକ୍ଷ୍ମଣ ସରଜୁ ନଦୀରେ ଜଳ ସମାଧି ନେଇଥିଲେ ଠିକ ସେହିଭଳି ସେ ମଧ୍ୟ ଜଳ ସମାଧି ନେବେ | ଆଜମ ଖାନ ଶ୍ରୀରାମଙ୍କୁ ଦର୍ଶନ କରି ରାମ ମନ୍ଦିର ଆନ୍ଦୋଳନର ପୁରୋଧା ଥିବା ସ୍ବର୍ଗୀୟ ମହନ୍ତ ରାମଚନ୍ଦ୍ର ଦାସ ପରମହଂସଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ |

ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମମନ୍ଦିର ଶିଳାନ୍ୟାସ କରିବେ | ରାମ ମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମରେ ରାମ ମନ୍ଦିର ଆନ୍ଦୋଳନ ସହ ଜଡିତ ସମସ୍ତ ଲୋକ ଏହି ପୁଣ୍ୟ ସମାରୋହରେ ସାମିଲ ହେବାକୁ ଚାହୁଁଛନ୍ତି | କିନ୍ତୁ କରୋନା ମହାମାରୀ ଯୋଗୁଁ ଟ୍ରଷ୍ଟ ବହୁତ କମ ଲୋକଙ୍କୁ ଆମନ୍ତ୍ରିତ କରୁଛି | ଅଯୋଧ୍ୟାର ସାଧୁ ସନ୍ଥ ବହୁ ଦିନ ହେଲା ମନ୍ଦିର ନିର୍ମାଣକୁ ଅପେକ୍ଷା କରିଥିଲେ ଯାହା ଆଗାମୀ ୫ ତାରିଖରେ ପୁରା ହେବାକୁ ଯାଉଛି | କରୋନା ଯୋଗୁଁ ଭୂମିପୂଜନ ସମାରୋହରେ ୨୦୦ ଅତିଥିଙ୍କୁ ଆମନ୍ତ୍ରିତ କରାଯିବ ବୋଲି କୁହାଯାଉଛି |

   Related Posts