Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ସିବିଆଇ ଯାଞ୍ଚ ଦାବି କଲେ ଏଜାଜ୍ ଖାନ୍

23/06/2020 at 12:26 PM

ମୁମ୍ବାଇ ୨୩/୦୬ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ପୋଲିସ ଅନେକ ଲୋକଙ୍କୁ ଜେରା କରିଛି | ବାନ୍ଦ୍ରା ପୋଲିସ ସୁଶାନ୍ତଙ୍କ ଏକ୍ସ ପବ୍ଲିସିଷ୍ଟ ରୋହିଣୀ ଅୟାରଙ୍କୁ ପଚରାଉଚୁରା କରିଛି | ଜୁନ ୨୨ ତାରିଖ ସୋମବାର ଦିନ ରୋହିଣୀଙ୍କୁ ପୋଲିସ ୯ ଘଣ୍ଟା ଧରି ପଚରାଉଚୁରା କରିଥିଲା | ସୁଶାନ୍ତ ସିଂହଙ୍କ ମାମଲାରେ ଏବେ ସୁଦ୍ଧା ୧୫ ଜଣଙ୍କ ବୟାନ ରେକର୍ଡ କରାଯାଇଛି | ଏଥିରେ ସୁଶାନ୍ତଙ୍କ ସହିତ ରହୁଥିବା ହାଉସ ଷ୍ଟାଫ, ଫ୍ଲାଟମେଟ, ମ୍ୟାନେଜର ମଧ୍ୟ ସାମିଲ ଅଛନ୍ତି | 

ରିପୋର୍ଟ ଓ ବୟାନ ଅନୁଯାୟୀ ସୁଶାନ୍ତ ଗତ ୬ ମାସ ହେଲା ଡିପ୍ରେସନରେ ଥିଲେ ଏବଂ ଚିକିତ୍ସା କରାଇ ଔଷଧ ଖାଉଥିଲେ | ଏ ସମ୍ପର୍କରେ ପୋଲିସ ସୁଶାନ୍ତ ସିଂହଙ୍କ ମନୋଚିକିତ୍ସକଙ୍କୁ ମଧ୍ୟ ପଚରାଉଚୁରା କରିଛି | ଡାକ୍ତର କହିଥିଲେ ଯେ ସୁଶାନ୍ତ ଅଙ୍କିତାଙ୍କ ସହ ବ୍ରେକଅପକୁ ଏବେ ଯାଏଁ ଭୁଲିନଥିଲେ | ତେବେ ଡାକ୍ତର କେରସି ଛାଵଡାଙ୍କ ବୟାନ ରେକର୍ଡ କରାଯାଇନାହିଁ | ଖୁବ ଶୀଘ୍ର ତାଙ୍କ ବୟାନ ମଧ୍ୟ ରେକର୍ଡ କରିବାକୁ ମୁମ୍ବାଇ ପୋଲିସ ତାଙ୍କୁ ଡାକିବା ବୋଲି କୁହାଯାଉଛି | 

ଅଧିକାଂଶ ସମୟରେ ବିବାଦ ଘେରରେ ରହୁଥିବା ଅଭିନେତା ଏଜାଜ ଖାନ ନିଜ ଇନ୍ସଟାଗ୍ରାମ ପେଜରେ ଏକ ଭିଡିଓ ସେୟାର କରିଛନ୍ତି | ଭିଡିଓରେ ସେ କହିଛନ୍ତି ଯେ ଜୁନ ୨୬ ତାରିଖରେ ସୁଶାନ୍ତ ସିଂହଙ୍କ ତେର | ଏହିଦିନ ସମସ୍ତେ ଏକ କ୍ୟାଣ୍ଡଲ ଜଳାଇ ସୁଶାନ୍ତ ସିଂହଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ ଦାବି କରି ଭିଡିଓ ପୋଷ୍ଟ କରିବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି | ସିବିଆଇ ଯାଞ୍ଚ ପରେ ସୁଶାନ୍ତଙ୍କ ମୃତ୍ୟୁର ଅସଲ କାରଣ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି | ଏହା ପୂର୍ବରୁ ସେ ଆଉ ଏକ ଭିଡିଓ ପୋଷ୍ଟ କରିଥିଲେ | ଏହି ଭିଡିଓରେ ସେ ନେପୋଟିଜିମ ମାମଲାକୁ ହିନ୍ଦୁ-ମୁସଲମାନ ମାମଲା କରିବାକୁ ନେଇ ବିଜେପି ଆଇଟି ସେଲ ଉପରେ ଅଭିଯୋଗ କରିଥିଲେ |

   Related Posts