ଟିକ୍ଟକ୍ ମାମଲାରେ ଗିରଫ ହେଲେ ଅଭିନେତା ଅଜାଜ ଖାନ
19/07/2019 at 12:40 PM

ମୁମ୍ବାଇ୧୯|୭: ବିବାଦୀୟ ଅଭିନେତା ଅଜାଜ ଖାନ ଟିକଟକରେ ଏକ ଆପତ୍ତିଜନକ ଭିଡିଓ ପୋଷ୍ଟ କରିଥିବାରୁ ମୁମ୍ବାଇ ସାଇବର ପୋଲିସ ତାଙ୍କୁ ଗିରଫ କରିଛି ।ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେବା ନେଇ ସାଇବର ପୋଲିସ ନିକଟରେ ଅଭିଯୋଗ ହୋଇଥିଲା।
ପୋଲିସ ଅନୁସାରେ ଅଜାଜ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ସହ ଅନ୍ୟ ଧର୍ମ ବିରୋଧରେ ଭିଡିଓ ତିଆରି କରିଥିଲେ।

ଏହି ଭିଡିଓ ଅପଲୋଡ ହେବା ପରେ ସାଂପ୍ରଦାୟିକ ହିଂସା ସୃଷ୍ଟି ହେଉଥିଲା।
ଅଜାଜଙ୍କୁ ଗିରଫ କରିବା ପରେ ମାମଲାର ଅନୁସଂନ୍ଧାନ କରାଯାଉଛି। ଏଥିପାଇଁ ଅଜାଜଙ୍କୁ ୫ ବର୍ଷ ପାଇଁ ଜେଲ ବା ୫,୦୦,୦୦୦ ଟଙ୍କାର ଜରିମାନା ଦେବାକୁ ପଡିପାରେ।ଅଜାଜଙ୍କ ପାଇଁ ଏହା କୌଣସି ନୂଆଁ କଥା ନୁହେଁ। ଏହା ପୂର୍ବରୁ ମଧ୍ୟ ଡ୍ରଗ୍ସ ରଖିବାଅଭିଯୋଗରେ ପୋଲିସ ଅଜାଜଙ୍କୁ ଥରେ ଗିରଫ କରିଥିଲା।