ଜାଲରେ ଫସିଗଲା ବିରାଟ ଅଜଗର, ସିଦ୍ଧମଠ ଜଙ୍ଗଲରେ ଛାଡିଲା ବନ ବିଭାଗ

Published By : Prameya-News7 Bureau | September 13, 2021 IST

ବଡବିଲ, ୧୩।୦୯ :  କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ୍ ଅନ୍ତର୍ଗତ ଯୋଡ଼ା କୁନ୍ଦୁରନାଲା ଅଞ୍ଚଳରୁ ୧୨ ଫୁଟ ଲମ୍ବର ବିରାଟକାୟ ଅଜଗର ଉଦ୍ଧାର । ବନ କର୍ମଚାରୀ ଏହାକୁ ଧରି ଜଙ୍ଗଲରେ ଛାଡି ଦେଇଛନ୍ତି ।

ସୂଚନାନୁସାରେ, ସୁନା ନଦୀ କୂଳରେ ଥିବା ରାଜୁ କାରୁଆଙ୍କ ପରିବା ବାଡ଼ିକୁ ରବିବାର ରାତିରେ ଏହି ଅଜଗରଟି ପଶି ଆସିଥିବା କରାଯାଉଛି । ତେବେ ପରିବା ବାଡ଼ିରେ ଲଗାଯାଇଥିବା ଥିବା ଏକ ପ୍ଲାଷ୍ଟିକ ଜାଲରେ ଛନ୍ଦି ହୋଇ ବାହାରି ନପାରିବାରୁ ଅଜଗରଟି ସେଠାରେ ରହିଯାଇଥିଲା ।

ସୋମବାର ସକାଳେ ସ୍ଥାନୀୟ ଲୋକେ ଦେଖିବା ପରେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ । ସୂଚନା ପାଇ ଗୁଆଲି ସେକ୍ସନର ବନ କର୍ମଚାରୀ ସେଠାରେ ପହଁଚି ଅଜଗରକୁ ଉଦ୍ଧାର କରି ନିକଟସ୍ଥ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଦେଇଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.