Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ରାସ୍ତା ଉପରେ ବିଶାଳ ଅଜଗର : ଛେଳି ଗିଳିଥିବାରୁ ହଲଚଲ ହୋଇପାରୁନି…ଦେଖନ୍ତୁ ଭିଡିଓ

1/10/2021 at 12:20 PM

ତେଲକୋଇ,୦୧/୧୦:  ଛେଳିକୁ ଗିଳି ଅଡୁଆରେ ଅଜଗର । ଅଚେତ ଅବସ୍ଥାରେ ପଡିରହିଛି ବିଶାଳ ସାପ । କିଛି ଲୋକ ସାପକୁ ଆକ୍ରମଣ ମଧ୍ୟ କରିଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇରେ ।

ସୂଚନା ଅନୁସାରେ, ତେଲକୋଇ ବନାଞ୍ଚଳ ଅଧିନ କରମଙ୍ଗି ପଞ୍ଚାୟତ ବାମଦେଇ ପାହାଡ଼ ନିକଟ ରାସ୍ତା ଉପରେ ଏକ ଅଜଗର ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା । ଏହା ସ୍ଥାନୀୟ ଲୋକେ ଦେଖିଥିଲେ । ଧିରେଧିରେ ସାପକୁ ଦେଖିବାକୁ ଲୋକଙ୍କ ଭିଡ ମଧ୍ୟ ଜମିବାରେ ଲାଗିଛି ।

ତେବେ ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ନଥିବା ବେଳେ ସଂକଟରେ ପଡିଯାଇଛି ଅଜଗର ।ଅଚେତ ଅବସ୍ଥାରେ ଥିବା ସାପର ଲାଞ୍ଜକୁ କିଛି ଯୁବକ ଧରୁଥିବା ଦେଖିବାକୁ ମିଳିଛି। ସଠିକ ସମୟରେ ସାପକୁ ଉଦ୍ଧାର କରି ଚିକିତ୍ସା କରିବାର ଆବଶ୍ୟକତା ରହିଛି। ସାପଟି ଛେଳି ଗିଳିଥିବାରୁ କେଉଁଆଡେ ଯାଇପାରୁନି । ଡେରି ହେଲେ ସାପର ଜୀବନ ପ୍ରତି ବିପଦ  ଦେଖାଦେଇପାରେ । ଅନ୍ୟପକ୍ଷରେ ବିରଳ ପ୍ରଜାତିର ଅଜଗରକୁ ଦେଖିବାକୁ ଲୋକଙ୍କ ଭିଡ ଲାଗିଛି ।

   Related Posts