୧୨ ଫୁଟର ଅଜଗର ଉଦ୍ଧାର, କପିଳାସ ଜଙ୍ଗଲରେ ଛାଡିଲା ବନ ବିଭାଗ

Published By : Prameya-News7 Bureau | June 20, 2021 IST

ଚଣ୍ଡିଖୋଲ, ୨୦।୦୬ :୧୨ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ସମିଆ ପଞ୍ଚାୟତର ପୁବୁଲି ଠାରେ ଏହି ଅଜଗରକୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ, ଜଙ୍ଗଲରେ ଅଜଗର ସାପଟି ବୁଲୁ ଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏନେଇ ଗ୍ରାମବାସୀ ବୈରୀ ରେଞ୍ଜ ବନ ବିଭାଗ ଅଧିକାରୀଙ୍କୁ ଜଣାଇ ଥିଲେ । ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଁଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଅଜଗର ସାପଟିକୁ ନିକଟସ୍ଥ କପିଳାସ ଜଙ୍ଗଲରେ ଛାଡିଥିଲେ ।

ଅଜଗର ସାପଟି ୧୨ ଫୁଟ ଲମ୍ବର ହୋଇଥିବା ବେଳେ ସ୍ଥାନୀୟ ପାହାଡ଼ରୁ ଚାଲି ଆସିଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.