Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ପର ପୁରୁଷ ସହ ସଂପର୍କ ରଖ, ନହେଲେ ମାଡ଼ ; ସ୍ୱାମୀ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ

22/09/2021 at 1:11 PM

ଭୁବନେଶ୍ୱର ୨୨।୦୯: ଟଙ୍କା ରୋଜଗାର ପାଇଁ ସ୍ୱାମୀ ବାଛିଥିଲା ଏକ ଅଜବ ପନ୍ଥା । ନିଜ ପତ୍ନୀଙ୍କୁ ଅନ୍ୟ ପରୁଷ ସହ ଭିଡ଼ିଓ ସେକ୍ସ କରିବା ପାଇଁ କରୁଥିଲା ବାଧ୍ୟ। ଏଥିରେ ରାଜି ନହେଲେ ମାଡ଼ ବି ମାରୁଥିଲା । ଦୀର୍ଘଦିନ ଏଭଳି ଚାଲିଲା ପରେ ଭିଡିଓ ସେକ୍ସ ପାଇଁ ପତ୍ନୀ ମନା କରିବାରୁ ସ୍ୱାମୀ ତାକୁ ଘରୁ ତଡ଼ିଦେଇଛି । କଟକର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି । ଏନେଇ ମହିଳା ଜଣକ କଟକ ମହିଳା ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଘଟଣା ନେଇ କୋର୍ଟରେ ମହିଳାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି ।

ଖବର ଅନୁଯାୟୀ, କଟକ ପୂର୍ବାଞ୍ଚଳର ଜଣେ ମହିଳା କଟକ ସହରର ଜଣେ ଯୁବକଙ୍କୁ ୨୦୧୧ ମସିହାରେ ପ୍ରେମ ବିବାହ କରିଥିଲେ । କିଛି ଦିନ ପତି-ପତ୍ନୀ କଟକରେ ରହିଲେ । ଏହାପରେ ଦୁହେଁ ୨୦୧୨ରେ ଘରୁ ଅନ୍ୟତ୍ର ଚାଲିଆସିଲେ । ସ୍ୱାମୀଙ୍କ ଚାକିରି କଟକ ବାହାରେ ଥିବାରୁ ଦୁହେଁ ପ୍ରଥମେ ରାଉରକେଲା ପରେ ଭୁବନେଶ୍ୱରରେ ରହିଲେ । ଆଉ ଘରୁ ବାହାରେ ରହିବା ସମୟରେ ହିଁ ତାଙ୍କ ସ୍ୱାମୀ ଟଙ୍କା ରୋଜଗାର କରିବା ତଥା ଅଫିସର୍‌ ବସ୍‌ଙ୍କୁ ଖୁସି କରାଇବା ପାଇଁ ପତ୍ନୀଙ୍କୁ ଅନ୍ୟ ପୁରୁଷ ସହିତ ଭିଡ଼ିଓ ସେକ୍ସ କରିବା ପାଇଁ ବାଧ୍ୟ କରିଥିଲେ ।ପ୍ରଥମେ ଯେଉଁ ଦିନ ସ୍ୱାମୀ ଏଭଳି କରିବାକୁ କହିଲେ ତାହାକୁ ନେଇ ପତ୍ନୀ ଅରାଜି ହେବାରୁ ଦୁହିଁଙ୍କ ମଧ୍ୟରେ ଜୋର୍‌ଦାର୍‌ ଗଣ୍ଡଗୋଳ ହୋଇଥିଲା ।

 ଏହାପରେ ମହିଳା ଜଣକ ବାଧ୍ୟ ହୋଇ ଜଣେ ଅଜଣା ପୁରୁଷ ସହିତ ଭିଡ଼ିଓ ସେକ୍ସ କଲେ ।ଏହି ଘଟଣା ବାରମ୍ବାର ଘଟିବାକୁ ଲାଗିଲା । ପ୍ରାୟ ୭ ବର୍ଷ ପର୍ଯ୍ୟନ୍ତ ପତ୍ନୀ ଜଣକ ନିଜ ଇଚ୍ଛା ବିରୋଧରେ ଏଭଳି ଘୃଣ୍ୟ କାମ କରିଚାଲିଲେ । ୨୦୧୯ରେ ଏହି ଘଟଣାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏଭଳି ଜୋର୍‌ଦାର୍‌ ଗଣ୍ଡଗୋଳ ହେବା ପରେ ମହିଳା ଜଣକ ବାପ ଘରକୁ ଆସି ଆଉ ଫେରିନଥିଲେ । ହେଲେ ନିଜ ସହିତ ଘଟିଥିବା ବିଷୟ କାହାକୁ କହିନଥିଲେ । ଗତ ସପ୍ତାହରେ ମହିଳା ଜଣକ କୌଣସି ଏକ କାରଣରୁ ଏହି ବିଷୟ ପରିବାରକୁ କହିବା ପରେ ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ କରିବାକୁ କହିଲେ । ମହିଳା ଜଣକ କଟକ ମହିଳା ଥାନା ଯାଇ ଏତଲା ଦାୟର କରିଛନ୍ତି । ପୁଲିସ ବଧୂ ନିର୍ଯାତନା ସହିତ ଆଇପିସି ଓ ଆଇଟି ଆକ୍ଟର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି । ଘଟଣା ନେଇ ମହିଳାଙ୍କର କୋର୍ଟରେ ବୟାନ ମଧ୍ୟ ରେକର୍ଡ କରାଯାଇଛି । ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସ୍ୱାମୀ ଏବେ ଚାକିରି ପାଇଁ ବ୍ରହ୍ମପୁରରେ ରହୁଛନ୍ତି । ତଦନ୍ତ ପରେ ଅଭିଯୁକ୍ତ ସ୍ୱାମୀ ଗିରଫ ହୋଇପାରନ୍ତି ବୋଲି ସୂଚନା ମିଳିଛି ।

   Related Posts