ଅଜବ ପରମ୍ପରା : ନବଜାତ ଶିଶୁ ସହ ମାଆକୁ ବନ୍ଦ ହୋଇଯାଏ ଦୁଆର , କାହିଁକି କେତେଦିନ...

Published By : Prameya-News7 Bureau | February 07, 2020 IST

ଚତରା ୭।୨: ଦୁନିଆରେ ବାପା ଓ ମାଆ ହେବାଠୁ ବଳି ଅନ୍ୟ କୌଣସି ଖୁସି ନାହିଁ । କାହା ଘରେ ଶିଶୁର ଜନ୍ମ ଶୁଭ ଖବର ବୋଲି ଧରାଯାଏ । ନବଜାତ ଶିଶୁଙ୍କ ଧରିବା ପାଇଁ ଘରର ସମସ୍ତ ଲୋକେ ବ୍ୟାକୁଳ ହୋଇ ଚାହିଁ ରହିଥାନ୍ତି । ହେଲେ ଆଦିବାସୀ ସମାଜର ଅଜବ ରିତିନୀତି ଏବେ ସମସ୍ତଙ୍କୁ ତାଜ୍ଜୁବ କରିଛି। ଜନ୍ମିତ ଶିଶୁ ଓ ପ୍ରସୂତିକୁ ଅଛୁଆଁ କହି ଘର ସୀମାରୁ ଦୂରେଇ ରଖୁଛନ୍ତି ଏହି ଆଦିବାସୀ ସମାଜ ।

ଅଦିନିଆ ବର୍ଷା , ଅତ୍ୟଧିକ ଥଣ୍ଡା ଓ ଭୀଷଣ ଗ୍ରୀଷ୍ମପ୍ରବାହରେ ବି ନବ ଜାତ ଶିଶୁ ଓ ତା ମା ଲାଗି ଆଦିବାସୀ ସମାଜର ଏଠାରେ ନିୟମ ବଦଳେନାହିଁ। ନବଜାତ ଶିଶୁ ଓ ପ୍ରସୂତିଙ୍କୁ ୭ ଦିନ  ପର୍ଯ୍ୟନ୍ତଘର ବାହାରେ ହୋଇଥିବା ତମ୍ବୁରେ ଜୀବନ ବିତାଇବାକୁ ପଡେ। ଏହି ସମୟରେ ଦୁଇ ମାଆ ଓ ଶିଶୁଙ୍କୁ ଅଛୁଆଁ ମନେକରାଯାଏ।

ଅଶିକ୍ଷିତ ଓ ଅନ୍ଧବିଶ୍ୱାସରେ ବଶବର୍ତ୍ତି ଆଦିବାସୀ ସମାଜରେ ବର୍ତ୍ତମାନପର୍ଯ୍ୟନ୍ତ ଏହି ପ୍ରଥା ଚାଲୁଛି । ଗିରଦ୍ୱାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଦିବାସୀ ସମାଜରେ ଜଣେ ପ୍ରସୂତି ମହିଳାଙ୍କୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ । ତେବେ ହସ୍ପିଟାଲରୁ ଫେରିବା ପରେ ମା ଓ ଶିଶୁକୁ ତମ୍ବୁତଳେ ୭ ଦିନ ବିତେଇବାକୁ ପଡିଥିଲା। ଘର ନିକଟରୁ କିଛି ଦୂରରେ ଖୋଲା ଆକାଶ ତଳେ କରାଯାଇଥିବା ଅସ୍ଥାୟୀ ତମ୍ବୁରେ ଦିନ ବିତାଇଥଲେ ମା ଓ ଶିଶୁ। ପରିବାର ଲୋକେ କେବଳ ତମ୍ବୁ ନିକଟକୁ ଯାଇ ଖାଦ୍ୟ ଓ ପାନୀୟ ଦେଇ ଆସୁଥିଲେ। 

ତେବେ ଆଦିବାସୀଙ୍କ କହିବାନୁଯାୟୀ ଏହି ନିୟମ ତାଙ୍କ ପରମ୍ପରାରେ ରହିଛି । ଏଣୁ ସେମାନେ ଏହାକୁ ପାଳନ କରିବେ  । ବହୁ ବର୍ଷ ଧରି ପରମ୍ପରା ପ୍ରଚଳିତ ରହିଛି। ଆଗକୁ ମଧ୍ୟ ଚାଲିବ । ଖରା ହେଉ ବା ବର୍ଷା ଅଥବା ଶୀତ ହେଲେ ପରମ୍ପରାରେ ପରିବର୍ତ୍ତନ  ହେବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.