AIUDF ସାଂସଦଙ୍କ ବିବାଦୀୟ ବୟାନ : କହିଲେ, ‘୨୦୨୪ରେ ବିଜେପି କ୍ଷମତାକୁ ଆସିଲେ ଦେଶରେ ୩୫୦୦ ମସଜିଦ ଧ୍ବଂସ କରିବ’

Published By : Prameya-News7 Bureau | January 21, 2021 IST

ନୂଆଦିଲ୍ଲୀ ୨୧/୦୧ : ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF) ମୁଖ୍ୟ ତଥା ଲୋକସଭା ସାଂସଦ ବଦ୍ରୁଉଦ୍ଦିନ ଆଜମଲ ବିବାଦ ମଧ୍ୟକୁ ଆସିଛନ୍ତି । ସେ କହିଛନ୍ତି, ‘୨୦୨୪ରେ ଯଦି ପୁଣି ଥରେ ବିଜେପି କ୍ଷମତାକୁ ଆସେ ତେବେ ଦେଶରେ ୩୫୦୦ ମସଜିଦ ଭାଙ୍ଗିଦେବ’ । ଜଣେ ଲୋକ ପ୍ରତିନିଧିଙ୍କର ଏଭଳି ମନ୍ତବ୍ୟ ପରେ ଦେଶରେ ଅରାଜକତା ସୃଷ୍ଟି ହେବା ଆଶଙ୍କା ଅଧିକ ।

ଲୋକସଭା ସାଂସଦ ବଦ୍ରୁଉଦ୍ଦିନ ଆଜମଲଙ୍କ ଏଭଳି ମନ୍ତବ୍ୟ ପରେ ବିବାଦ ବଢିବାରେ ଲାଗିଛି । ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଭାବାବେଗକୁ ନେଇ କ୍ଷମତାରେ ଥିବା ବିଜେପିକୁ ଟାର୍ଗେଟ୍ କରି ଅଡୁଆରେ ଫସିଛନ୍ତି ବଦ୍ରୁଉଦ୍ଦିନ ଆଜମଲ । ସେ ଆହୁରି ମଧ୍ୟ କହିଛନ୍ତି, ‘ବିଜେପି ଦେଶରେ ପ୍ରାୟ ୩୫୦୦ ମସଜିଦକୁ ଚିହ୍ନଟ କରିଛି । ୨୦୨୪ରେ ପୁଣି ଥରେ କ୍ଷମତାକୁ ଆସିଲେ ଏହି ସବୁକୁ ଉଚ୍ଛେଦ କରିବ’ । ତେବେ ଏ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.