Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||

ଚାରିଟୀ ପାଇଁ ଯାଇଥିଲେ ଐଶ୍ୱର୍ଯ୍ୟା, କିଲବିଲ୍ କଲେ ପାପାରାଜି, କାନ୍ଦି ପକାଇଲେ ବିଶ୍ୱ ସୁନ୍ଦରୀ

23/07/2020 at 10:26 PM

ମୁମ୍ବାଇ, ୨୩|୦୭:  ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ କେବଳ ସହର ମଧ୍ୟରେ ବୁଲିଥାନ୍ତି । ଏପରିକି ଆଉ କିଛି ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରରେ ରୁହନ୍ତି । କିନ୍ତୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏହାର ବିପରୀତ । ଜନଗହଳିରେ ମଧ୍ୟ ସେ ଫଟୋ ଉଠାଇବା ପାଇଁ ଧର୍ଯ୍ୟର ସହ ପୋଜ୍ ଦେଇଥାନ୍ତି । କିନ୍ତୁ ଥରେ ଐଶ୍ୱର୍ଯ୍ୟା ରାଗି କାନ୍ଦି ପକାଇଥିଲେ ଓ ପାପାରାଜିଙ୍କୁ କ୍ୟାମେରା ଫ୍ଲାଶ୍ ବନ୍ଦ କରିବାକୁ କହିଥିଲେ ।

ପିତା କ୍ରିଷ୍ଣା ରାଜଙ୍କ ଜୟନ୍ତୀରେ ଐଶ୍ୱର୍ଯ୍ୟା ଏକ ହସ୍ପିଟାଲ ଗସ୍ତ କରିଥିଲେ । ସେଠାରେ ସେ ୧୦୦ ଶିଶୁଙ୍କ ଚିକିତ୍ସା ପାଇଁ ଅର୍ଥ ଦାନ କରିଥିଲେ । ଏହି ସମୟରେ ତାଙ୍କ ଝିଅ ଆରାଧ୍ୟା ଓ ମାଆ ବୃନ୍ଦା ରାଜ୍ ମଧ୍ୟ ଉପସ୍ଥିତ ଥିଲେ । ପାପାରାଜିମାନେ ତାଙ୍କୁ ଘେରିଯାଇ ଫଟୋ ଉଠାଇଥିଲେ । ଏପରିକି ଫଟୋ ଉଠାଇବାକୁ କିଲବିଲ୍ କରିଦେଇଥିଲେ । ଏଥିରେ ସେ ରାଗିଯାଇ ଫ୍ଲାଶ୍ ବନ୍ଦ କରିବାକୁ କହିଥିଲେ ।

ସେଠାରେ ପ୍ରଶଂସକଙ୍କୁ ନିବେଦନ କରି ସେ କହିଥିଲେ ଯେ, ଆପଣମାନେ ଚୁପ୍ ରୁହନ୍ତୁ । ଏସବୁ ଫଟୋର କିଛି ଆବଶ୍ୟକତା ନାହିଁ । ଏହା ଫିଲ୍ମ ପାର୍ଟି ନୁହେଁ । ଏହାଏକ ସାର୍ବଜନୀନ କାର୍ଯ୍ୟକ୍ରମ । ଏହି ଫଟୋକୁ ନେଇ ବ୍ୟବସାୟ କରିବା ଦରକାର ନାହିଁ । ଆପଣମାନେ ମଧ୍ୟ ଏଠାରେ କାମ କରନ୍ତୁ ବୋଲି ଐଶ୍ କହିଥିଲେ । ଏହା କହିବା ବେଳେ ସେ କାନ୍ଦି ପକାଇଥିଲେ ।  କେକ୍ କାଟିବାର ଠିକ୍ ପୂର୍ବରୁ ଏହି ଘଟଣା ଘଟିଥିଲା

ସୂଚନାଯୋଗ୍ୟ, ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବେ କରୋନା ଆକ୍ରାନ୍ତ ହୋଇ ନାନବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ପତି ତଥା ଅଭିଷେଖ ବଚ୍ଚନ, ଝିଅ ଆରାଧ୍ୟା ଓ ଶ୍ୱଶୁର ତଥା ଅମିତାଭ ବଚ୍ଚନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଜାରି ରହିଛି ।  

   Related Posts