ହସ୍ପିଟାଲରୁ ଡିସ୍ଚାର୍ଜ୍ ହେଲେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା
27/07/2020 at 4:04 PM

ମୁମ୍ବାଇ ୨୭/୦୭ : କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବଚ୍ଚନ ପରିବାରର ବୋହୁ ଐଶ୍ୱର୍ଯ୍ୟା ରାୟ ଓ ତାଙ୍କ ଝିଅ ଆରାଧ୍ୟାଙ୍କୁ ଆଜି ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି | ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହେବାପରେ ବୋହୁ ଐଶ୍ୱର୍ଯ୍ୟା ରାୟ ଓ ତାଙ୍କ ଝିଅ ଆରାଧ୍ୟା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ | ଅମିତାଭ ଓ ଅଭିଷେକ ମୁମ୍ବାଇ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ | ଐଶ୍ୱର୍ଯ୍ୟା ରାୟ ଓ ଆରାଧ୍ୟାଙ୍କ ମଧ୍ୟରେ କରୋନାର ଲକ୍ଷଣ ଦେଖା ଦେଇନଥିଲା | ସେଥିପାଇଁ ସେମାନଙ୍କୁ ଘରେ ଆଇସୋଲେଟ କରାଯାଇଥିଲା | କିନ୍ତୁ ପରେ ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କୁ ମଧ୍ୟ ନାନାବତୀରେ ଭର୍ତ୍ତି କରାଯାଇଥିଲା | ଆଜି ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କୁ ନାନାବତୀ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି |
ଅଭିଷେକ ବଚ୍ଚନ ଟ୍ୱିଟରରେ ଟ୍ୱିଟ କରି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଐଶ୍ୱର୍ଯ୍ୟା ଓ ଆରାଧ୍ୟା ରିପୋର୍ଟ ନେଗେଟିଭ ଆସିଛି | ତେବେ ସେ ଓ ଅମିତାଭ ଏବେ ମଧ୍ୟ ହସ୍ପିଟାଲରେ ଅଛନ୍ତି ବୋଲି ସେ କହିଛନ୍ତି |

ସୂଚନାଯୋଗ୍ୟ ଯେ, ଜୁଲାଇ ୧୭ ତାରିଖରେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା କରୋନା ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | କରୋନା ପଜିଟିଭ ଚିହ୍ନଟ ହେବାପରେ ଉଭୟ ନିଜ ବଙ୍ଗଳା ଜଳସାରେ ହୋମ କ୍ଵାରେଣ୍ଟାଇନରେ ଥିଲେ | କିନ୍ତୁ ଐଶ୍ୱର୍ଯ୍ୟାଙ୍କୁ ଜ୍ୱର, ନିଶ୍ୱାସ ନେବାରେ ସମସ୍ୟା ହେଉଥିବାରୁ ଏବଂ ଗଳାରେ ଯନ୍ତ୍ରଣା ଯୋଗୁଁ ପରେ ନାନାବତୀରେ ଭର୍ତ୍ତି କରାଯାଇଥିଲା | ଉଭୟ ମା’ଝିଅ ବର୍ତ୍ତମାନ ସୁସ୍ଥ ଥିବା ଡାକ୍ତର କହିଛନ୍ତି |