ଐଶ୍ବର୍ଯ୍ୟା ରାୟବଚ୍ଚନ ପ୍ୟାରିସ ଫ୍ୟାସନ ୱିକ୍ରେ ଏମିତି ଭାବେ ନଜର ଆସିଲେ….
30/09/2019 at 6:17 PM

ମୁମ୍ବାଇ୩୦|୯: ଶନିବାରରେ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟବଚ୍ଚନ ପ୍ୟାରିସ ଫ୍ୟାସନ ୱିକ୍ରେ ଯୋଗ ଦେଇଥିଲେ। ଏହି ସମୟରେ ତାଙ୍କୁ ଏକ ପର୍ପଲ ଫ୍ଲୋରଲ ସ୍ମାକ ଡ୍ରେସରେ ଦେଖିବାକୁ ମିଳିଥିଲା।

ସେ ଲୋରିୟଲ ପେରିସ୍ ଲେ ଡେଫିଲେ ସୋ ଲାଗି ଏହି ଡ୍ରେସ୍ କୁ ନିଜ ଡିଜାଇନ କରିଥିଲେ।

ପୂର୍ବତନ ମିସ୍ ୱାର୍ଲଡ ଏହି ସୋ ଲାଗି ପର୍ପଲ ଡ୍ରେସ ଚୟନ କରିଥିଲେ। ଯେଉଁଥିରେ ଅରେଞ୍ଜ କଲରର ଫ୍ଲୋରଲ ପ୍ରିଣ୍ଟ ଥିଲା। ଏହି ଡ୍ରେସଟି ଅତି ସୂକ୍ଷ୍ମ ଭାବେ ତିଆରି କରାଯାଇଥିଲା। ସୋ ରେ ଐଶ୍ବର୍ଯ୍ୟା ଫେଦର୍ଡ ହିଲ ପିନ୍ଧିଥିଲେ।

ଏହାସହ ପର୍ପଲ ଆଇ ସ୍ୟାଡୋ, କୋରଲ ଲିପଷ୍ଟିକ୍ ଓ ପଫି ସାଙ୍ଗରେ ଏକ ନୂଆ ଲୁକ୍ରେ ନଜରକୁ ଆସିଥିଲେ। ଗତ ୧୮ ବର୍ଷ ହେଲା ଐଶ୍ୱର୍ଯ୍ୟା ଲୋରିୟଲର ବ୍ରାଣ୍ଡ ଆମ୍ବାସେଡର୍ ଅଛନ୍ତି।
Related Posts
ପାସେଞ୍ଜର ଟ୍ରେନ୍ ଚାଲିବାକୁ ହୋଇପାରେ ବିଳମ୍ବ ! ଜାଣନ୍ତୁ କାହିଁକି
24 January 2021