Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ତେଜ ପ୍ରତାପ ଯାଦବ କାହିଁକି ଫେରୁନାହାନ୍ତି ନିଜ ଘରକୁ ? ଜାଣନ୍ତୁ…

8/12/2018 at 4:02 PM

ପାଟଣା ୮/୧୨ : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବାଦ ପୁଅ ତେଜ ପ୍ରତାପ ଯାଦବ ଗତ ଦେଢ଼ ମାସ ହେଲା ନିଜ ପାଟଣା ସ୍ଥିତ ଘରକୁ ଆସୁନାହାନ୍ତି | ତେବେ ସେ କାହିଁକି ଘରକୁ ଫେରି ନାହାନ୍ତି ସେ ଉପରୁ ଆଜି ପରଦା ଉଠିଛି | ତେଜ ପ୍ରତାପ ସ୍ତ୍ରୀ ଐଶ୍ଵର୍ଯ୍ୟାଙ୍କ ଠାରୁ ଛାଡପତ୍ର ପାଇଁ ଅଦାଲତରେ ଆବେଦନ କରିଥିଲେ | ଆବେଦନ ପରେ ମଧ୍ୟ ଐଶ୍ଵର୍ଯ୍ୟା ନିଜ ଶାଶୁ ରାବଡୀ ଦେବୀଙ୍କ ସହ ତାଙ୍କ ବାସଭବନରେ ରହୁଛନ୍ତି | ତାଙ୍କ ସହ ସେ ରହିବା ପାଇଁ ଚାହୁଁ ନାହାନ୍ତି | ଯେଉଁଥିପାଇଁ ସେ ଐଶ୍ଵର୍ଯ୍ୟାଙ୍କ ସହ ନିଜ ପରିବାର ଠାରୁ ମଧ୍ୟ ଦୁରେଇ ଯାଇଛନ୍ତି | ସେ ନିଜର କିଛି ସାଙ୍ଗମାନଙ୍କ ସହ ରହୁଛନ୍ତି | ତଥାପି ମଝିରେ ମଝିରେ ନିଜର ଠିକଣା ବଦଳାଉଛନ୍ତି | କିନ୍ତୁ ରାବଡୀ କହୁଛନ୍ତି ତାଙ୍କୁ ଉଭୟ ପୁଅ ଓ ବୋହୁ ଦରକାର | ସେ ଉଭୟଙ୍କ ସହ ମିଶି ରହିବା ପାଇଁ ଚାହୁଁଛନ୍ତି |


ସୂଚନାଯୋଗ୍ୟ ଯେ, ଯେବେଠାରୁ ତେଜ ପ୍ରତାପ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ସେହିଦିନ ଠାରୁ ଐଶ୍ଵର୍ଯ୍ୟା ନିଜ ବାପା ଘରକୁ ନଯାଇ ଶସ୍ୟ ଘରେ ହିଁ ଅଛନ୍ତି | ତେଜ ପ୍ରତାପ ଗତ ନଭେମ୍ବର ୨୮ ତାରିଖରେ ପାଟଣା ଫେରି ଆସିଥିଲେ | କିନ୍ତୁ ସେ ନିଜ ଘରକୁ ଫେରୁନାହାନ୍ତି | ତେଣୁ ତେଜ ପ୍ରତାପ ବାହାରେ ରହୁଛନ୍ତି | ତେଜ ପ୍ରତାପ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ସେ ନିଜ ପାଇଁ ନିଜେ ଲଢ଼ି ପାରିବେ | ଏଥିରୁ ସ୍ପଷ୍ଟ ଯେ, ଲାଲୁଙ୍କ ପୁରା ପରିବାର ଐଶ୍ଵର୍ଯ୍ୟାଙ୍କ ସପକ୍ଷରେ ଅଛନ୍ତି | ତେବେ ଏଠାରେ ପ୍ରଶ୍ନ ଉଠୁଛି ମା’ଙ୍କ ପାଇଁ କଣ ତେଜ ପ୍ରତାପ ଘରକୁ ଫେରିବେ ?

   Related Posts