ମିସ୍ ଇଣ୍ଡିଆ ଫାଇନାଲିଷ୍ଟ ହେଲେ ୟୁପିଏସଇ ଟପ୍ପର : ଶୁଣାଇଲେ ନିଜର ସଫଳତାର କାହାଣୀ

Published By : Prameya-News7 Bureau | August 06, 2020 IST

ନୂଆଦିଲ୍ଲୀ ୬/୮: ଐଶ୍ବର୍ଯ୍ୟା ଶ୍ୟେରୋନ ଟପ୍ ମଡେଲ୍,ମିସ୍ ଇଣ୍ଡିଆ ଫାଇନାଲିଷ୍ଟଙ୍କୁ ସୋସିଆଲ୍ ମିଡିଆରେ ଲୋକ ବ୍ୟୁଟି ଓ୍ବିଥ ସୁପର ବ୍ରେନ୍ କହି ପ୍ରଶଂସା କରୁଛନ୍ତି। ପ୍ରଶଂସା ହେବନି ବି କାହିଁକି,ମଡେଲିଂ କ୍ଷେତ୍ରରେ ଟପ୍ କରିଥିବା ଐଶ୍ବର୍ଯ୍ୟା ଏବେ ଶିକ୍ଷା କ୍ଷେତ୍ରରେ ଏତେ ବଡ଼ ନାଁ କମାଇଛନ୍ତି।

{"id":310409,"sizeSlug":"large"}

 ମଙ୍ଗଳବାର ଆସିଥିବା ୟୁପିଏସଇ ସିଏସଇ ରେଜଲ୍ଟରେ ଐଶ୍ବର୍ଯ୍ୟା ୯୩ରାଙ୍କ ହାସଲ କରିଛନ୍ତି। ସାଇନ୍ସ ପଢ଼ିଥିବା ଐଶ୍ବର୍ଯ୍ୟା ନିଜ ଇଚ୍ଛାଶକ୍ତି ବଳରେ ଏହି ସଫଳତା ହାସଲ କରିଛନ୍ତି। ନିଜ ସିଲେକ୍ସନ ପରେ ଐଶ୍ବର୍ଯ୍ୟା କହିଛନ୍ତି ଯେ ତାଙ୍କ ମାଆ ପୂର୍ବତନ ମିସ୍ ଓ୍ବାଲର୍ଡ ଏବଂ ଅଭିନେତ୍ରୀଙ୍କ ଐଶ୍ବର୍ଯ୍ରା ରାୟଙ୍କ ନାଁରେ ତାଙ୍କ ନାଁ ରଖିଛନ୍ତି।

{"id":310410,"width":591,"height":310,"sizeSlug":"large"}

ତାଙ୍କ ମା ଚାହୁଁଥିଲେ ଯେ ଐଶ୍ବର୍ଯ୍ୟା ମଡେଲିଂ ଏବଂ ଫ୍ୟାଶନ ଜଗତରେ ନାଁ କମାନ୍ତୁ। ଐଶ୍ବର୍ଯ୍ୟା କହିଛନ୍ତି ଯେ ତାଙ୍କ ମା ଏବେ ବି ତାଙ୍କୁ ମିସ୍ ଇଣ୍ଡିଆ ହେବାର ଦେଖିବାକୁ ଚାହୁଁଛନ୍ତି। ସେ ମିସ୍ ଇଣ୍ଡିଆର ୨୧ ଫାଇନାଲିଷ୍ଟ ମଧ୍ୟରେ ବଛାଯାଇଥିଲେ। କିନ୍ତୁ ତାଙ୍କର ସବୁବେଳେ ପ୍ରଶାସନିକ ସେବାରେ ଯିବାକୁ ଇଚ୍ଛା ଥିଲା।

{"id":310411,"sizeSlug":"large"}

ଏଥିପାଇଁ ସେ ମଡେଲିଂରୁ ଅଳ୍ପ ସମୟ ବ୍ରେକ୍ ନେଇ ସିଭିଲ୍ ସର୍ଭିସ୍ ପରୀକ୍ଷାର ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। ମଡେଲିଂରୁ ବାହାରି ଆଇଏଏସ୍ ହେବାର ସ୍ବପ୍ନ ପୂରଣ କରିବା ସହଜ ନଥିଲା କିନ୍ତୁ ଅସମ୍ଭବ ମଧ୍ୟ ନଥିଲା। ଶେଷରେ ଐଶ୍ବର୍ଯ୍ୟାଙ୍କୁ ଏଥିରେ ସଫଳତା ମଧ୍ୟ ମିଳିଥିଲା।

{"id":310412,"sizeSlug":"large"}

ଐଶ୍ବର୍ଯ୍ୟା କହିଛନ୍ତି ଯେ ସେ ପିଲାଦିନୁ ଭଲ ପାଠ ପଢ଼ୁଥିଲେ। ସେ ୟୁପିଏସଇ କ୍ଲିୟର କରିବା ପାଇଁ କୌଣସି କୋଚିଂ କ୍ଲାସ୍ ମଧ୍ୟ ନେଇନଥିଲେ। ସେ ପାଠପଢ଼ାରେ ଫୋକସ୍ କରିବା ପାଇଁ ଭିନ୍ନ ଭିନ୍ନ ରାସ୍ତା ବାହାର କରିଥିଲେ। ଯେପରିକି ପଢ଼ିବା ସମୟରେ ଫୋନ୍ ସ୍ବିଚ୍ ଅଫ ରଖିଥିଲେ ଏବଂ ସୋସିଆଲ୍ ମିଡିଆରୁ ଦୂରେଇ ରହିଥିଲେ କିନ୍ତୁ ପିଲାଦିନର ଗଭୀର ଅଧ୍ୟୟନ କାମ ଦେଇଥିଲା।

{"id":310414,"width":588,"height":398,"sizeSlug":"large"}

ଐଶ୍ବର୍ଯ୍ୟା ଜଣେ ବିଜ୍ଞାନ ଛାତ୍ରୀ ଥିଲେ। କିନ୍ତୁ ପରେ ଦିଲ୍ଲୀର ଶ୍ରୀରାମ କଲେଜ ଅଫ କମର୍ସରେ ଆଡମିସନ ନେଇଥିଲେ। ତାଙ୍କ ବାପା କର୍ନଲ ଅଜୟ କୁମାର ଏନସିସି ତେଲେଙ୍ଗାନା ବଟାଲିୟନର କମାଣ୍ଡିଂ ଅଫିସର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.