Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ସୋନୁ ସୁଦଙ୍କୁ ଦେଖି ନିଜ ବାପାଙ୍କ କଥା ମନେପକାନ୍ତି ଐଶ୍ୱର୍ଯ୍ୟା ରାୟ : ଆଜି ବି ଡାକନ୍ତି ‘ଭାଇ ସାହେବ’

30/07/2021 at 5:48 PM

ମୁମ୍ବାଇ ୩୦/୦୭ : ବଲିଉଡ ଅଭିନେତା ଓ ରିୟଲ ଲାଇଫ ହିରୋ ସୋନୁ ସୁଦଙ୍କ ଆଜି ୪୮ ତମ ଜନ୍ମଦିନ। ସୋନୁ ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ବିଭିନ୍ନ ଚଳଚ୍ଚିତ୍ରରେ ବଚ୍ଚନ ପରିବାରର ପ୍ରାୟ ସମସ୍ତ ସଦସ୍ୟଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି। ଅମିତାଭ ବଚ୍ଚନ ଏବଂ ଜୁନିଅର ବଚ୍ଚନଙ୍କ ବ୍ୟତୀତ ସୋନୁ ୨୦୦୮ ମସିହାରେ ଯୋଧା ଆକବର ଚଳଚ୍ଚିତ୍ରରେ ଯୋଧାଙ୍କ ଭାଇ ସୁଜାମାଲ ଭୂମିକାରେ ଅଭିନୟ କରିଥିଲେ। ଶୁଟିଂ ସମୟରେ ଐଶ୍ୱର୍ଯ୍ୟା ସ୍ୱୀକାର କରିଥିଲେ ଯେ ସେ ସୋନୁଙ୍କୁ ଦେଖିବା ପରେ ତାଙ୍କ ନିଜ ବାପାଙ୍କ କଥା ମନେପଡେ।

Bollywood Throwback Hindi from Jodha Akbar shooting Sonu Sood reminds  Aishwarya Rai her father जब जोधा अकबर के दौरान ऐश्वर्या राय ने सोनू सूद से  कहा- 'तुम मेरे पापा की याद दिलाते

ଏକ ସାକ୍ଷାତକାର ସମୟରେ ସୋନୁ ସୁଦ କହିଥିଲେ ଯେ ଐଶ୍ୱର୍ଯ୍ୟାଙ୍କ ସହ କାମ କଲାବେଳେ ଐଶ୍ୱର୍ଯ୍ୟା ରାୟ ଆରମ୍ଭରେ ବହୁତ ରିଜର୍ଭ ରହୁଥିଲେ କିନ୍ତୁ କିଛି ସିନ କରିବା ପରେ ସେ ମିଶିଯାଇଥିଲେ। ଥରେ ସେ ମୋତେ କହିଥିଲେ ଯେ ତୁମେ ମୋତେ ପା (ବାପା)ଙ୍କ କଥା ମନେପକାଇଦିଅ। ସୋନୁ ସୁଦ କହିଛନ୍ତି ଯେ ଐଶ୍ୱର୍ଯ୍ୟା ଆଜି ଯାଏଁ ତାଙ୍କୁ ଭାଇ ସାହେବ ବୋଲି ଡାକନ୍ତି।

11 Unknown 'Rakhi Brothers' Of B-Town Celebs That Make Us Believe In 'Love  Is Stronger Than Blood'

ଯେତେବେଳେ ସୋନୁ ସୁଦଙ୍କୁ ପଚରାଗଲା ଯେ ବଚ୍ଚନ ପରିବାରର ତାଙ୍କର ପ୍ରିୟ କୋ-ଷ୍ଟାର କିଏ, ସେ କହିଥିଲେ ଯେ ମୁଁ ମିଷ୍ଟର ବଚ୍ଚନଙ୍କ ସହ କାମ କରିବାକୁ ଭଲପାଏ। ସେ ବୁଢା ହୋଗା ତେରା ବାପ ଫିଲ୍ମରେ ମୋ ବାପାଙ୍କ ଭୂମିକାରେ ଅଭିନୟ କରିଥିଲେ ଏବଂ ଅଭିଷେକ ବଚ୍ଚନ ୟୁଭା ଫିଲ୍ମରେ ମୋ ଭାଇ ଭୂମିକାରେ ଅଭିନୟ କରିଥିଲେ।

   Related Posts