କସମେଟିକ୍ ବ୍ରାଣ୍ଡରେ ଫଟୋ ସୁଟ୍ କରି ଟ୍ରୋଲ୍ ହେଲେ ଐଶ୍ୱର୍ଯ୍ୟା, ୟୁଜର୍ସ କହିଲେ-ବେବି ବମ୍ପ କୁଆଡେ ଗଲା?

Published By : Prameya-News7 Bureau | October 04, 2021 IST

ମୁମ୍ବାଇ ୦୪/୧୦: ପ୍ୟାରିସ ଫ୍ୟାଶନ ୱିକ୍ ପାଇଁ ଐଶ୍ୱର୍ଯ୍ୟା ରାୟ ବର୍ତ୍ତମାନ ଫ୍ରାନ୍ସରେ ଅଛନ୍ତି। ରବିବାର ଦିନ ସେ ଏକ କସମେଟିକ୍ ବ୍ରାଣ୍ଡ ପାଇଁ ରାମ୍ପ ୱାକ୍ କରିଛନ୍ତି, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲେ୍ ହେଉଛି। ଏହି ସମୟରେ ଐଶ୍ୱର୍ଯ୍ୟାଏକ ଧଳା ଡ୍ରେସ୍ ପିନ୍ଧିଛନ୍ତି। ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ରେଡ କାର୍ପେଟ କିମ୍ବା ରାମ୍ପରେ ଐଶ୍ୱର୍ଯ୍ୟାଙ୍କୁ ଦେଖିବା ପାଇଁ ଲୋକମାନେ ସର୍ବଦା ଉତ୍ସାହିତ ହୋଇଥାନ୍ତି। ବହୁତ ସମୟ ପରେ, ଯେତେବେଳେ ସେ ଫ୍ୟାଶନ୍ ଶୋ’ରେ ନଜର ଆସିଛନ୍ତି, ତାଙ୍କ ପ୍ରଶଂସକ ଖୁସି ଥିବାବେଳେ କିଛି ଲୋକ ତାଙ୍କ ଲୁକ୍ ଉପରେ ନେଗେଟିଭ୍ କମେଣ୍ଟ ଦେଉଛନ୍ତି।

wp:html
/wp:html

ଐଶ୍ୱର୍ଯ୍ୟା ପ୍ୟାରିସରେ ଲେ ଡିଫାଇଲ୍ ଲ’ଅରିଆଲ୍ ପ୍ୟାରିସ୍ ୨୦୨୧ ୱମେନ୍ସ ୱେୟାର ସ୍ପ୍ରିଙ୍ଗ୍ / ସମର୍ ୨୦୨୨ ଶୋ’ରେ ଯୋଗ ଦେଇଥିଲେ। ତାଙ୍କ ରାମ୍ପ ଚାଲିବାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସମୟରେ, କିଛି ଲୋକ ତାଙ୍କ ଲୁକ୍ ଏବଂ ମେକଅପକୁ ପସନ୍ଦ କରୁନାହାଁନ୍ତି। ଲୋକମାନେ ତାଙ୍କ ଭାଇରାଲ ଫଟୋ ଉପରେ ନେଗେଟିଭ୍ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି ଐଶ୍ୱର୍ଯ୍ୟା ପ୍ରଥମ ଥର ପାଇଁ ଅସୁନ୍ଦର ଦେଖାଯାଉଛନ୍ତି। ସେହିପରି ଆଉଜଣେ ଲେଖିଛନ୍ତି, ବେବି ବମ୍ପ କୁଆଡେ ଗଲା? କିଛି ଲୋକ ଅଭିନେତ୍ରୀଙ୍କ ଓଜନ ବୃଦ୍ଧି ଉପରେ କମେଣ୍ଟ ଦେଇଥିବା ବେଳେ କେହି କେହି ତାଙ୍କ ମେକଅପ୍ ଏବଂ ପୋଷାକକୁ ଦାୟୀ କରିଛନ୍ତି।

wp:html
/wp:html

ସ୍ୱାମୀ ଅଭିଷେକ ବଚ୍ଚନ ଏବଂ ଝିଅ ଆରାଧ୍ୟାଙ୍କ ସହ ଐଶ୍ୱର୍ଯ୍ୟା ରାୟ ପ୍ୟାରିସରେ ଅଛନ୍ତି। ଅଭିଷେକ ବଚ୍ଚନ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଭିଡିଓ କ୍ଲିପ ପୋଷ୍ଟ କରିଛନ୍ତି। କରୋନା କାରଣରୁ ଅଭିଷେକ ଏବଂ ତାଙ୍କ ପରିବାରର ଅଧିକାଂଶ ସମୟ ଘରେ ଅତିବାହିତ ହୋଇଥିଲା। ପ୍ରାୟ ୨ ବର୍ଷ ପରେ ଐଶ୍ୱର୍ଯ୍ୟା ବିଦେଶ ଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.