ଖଳନାୟିକା ଚରିତ୍ରରେ ନଜର ଆସିବେ ବିଶ୍ୱ ସୁନ୍ଦରି ଐଶ୍ୱର୍ଯ୍ୟା ରାଏ ବଚ୍ଚନ

Published By : Prameya-News7 Bureau | February 16, 2020 IST

ମୁମ୍ବାଇ୧୬|୨: ବଲିଉଡର ଏଭରଗ୍ରିନ୍‌ ଅଭିନେତ୍ରୀ ତଥା ବିଶ୍ବ ସୁନ୍ଦରୀ ଐଶ୍ୱର୍ଯ୍ୟା ରାଏ ବଚ୍ଚନ ବେଶ୍‌ ଅନେକ ଦିନ ହେବ ବଡ ପରଦାରେ ନଜର ଆସିନାହାନ୍ତି। ଶେଷଥର ପାଇଁ ତାଙ୍କୁ ୨୦୧୮ ମସିହାରେ ରିଲିଜ ହୋଇଥିବା ‘ଫନ୍ନେ ଖାନ୍‌’ ଫିଲ୍ମରେ ରାଜ୍‌କୁମାର ରାଓ ଓ ଅନୀଲ କପୁରଙ୍କ ସହ ଦେଖିବାକୁ ମିଳିଥିଲା।

{"id":225110,"sizeSlug":"large"}

କିନ୍ତୁ ଏବେ ସେ ସମ୍ପୁର୍ଣ୍ଣ ନୂଆ ଚରିତ୍ର ସହ ପରଦାକୁ ଫେରୁଛନ୍ତି ବୋଲି ଶୁଣିବାକୁ ମିଳିଛି। ବଲିଉଡ୍‌ର ଚର୍ଚ୍ଚିତ ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମରେ ଐଶ୍ୱର୍ଯ୍ୟା ନଜର ଆସିବେ ବୋଲି ଜଣାପଡିଛି। ଏହି ଫିଲ୍ମର କିଛି ଭାଗ ବିଦେଶରେ ଶୁଟିଂ କରାଯିବ। ଏହା ସହ ଭାରତର ବିଭିନ୍ନ ସ୍ଥାନରେ ଏହି ଫିଲ୍ମର ଶୁଟିଂ କରାଯିବ ବୋଲି ଜଣାପଡିଛି।

{"id":225113,"sizeSlug":"large"}

ଟଲିଉଡ ଅଭିନେତା ବିକ୍ରମ ଏହି ଚଳଚ୍ଚିତ୍ରରେ ରାଜା ଭୂମିକାରେ ଅଭିନୟ କରିବେ। ଐଶ୍ୱର୍ଯ୍ୟା ଏଥିରେ ଖଳନାୟିକା ଚରିତ୍ରରେ ନଜର ଆସିବେ । ଅଭିନେତ୍ରୀ ଶୋବିତା ଓ ଐଶ୍‌ ଲିଡିଂ ରୋଲ୍‌ରେ ନଜର ଆସିବେ। ବିକ୍ରମଙ୍କ ବ୍ୟତୀତ ଜୟମ୍‌ ରବି, ତ୍ରିସା ମଧ୍ୟ ଏହି ଫିଲ୍ମରେ ଅଭନୟ କରିବେ। 

{"id":225115,"sizeSlug":"large"}

ଏହା ପ୍ରଥମେ ତାମିଲ ଭାଷାରେ ନିର୍ମାଣ କରାଯିବ।  ଏହା 'ବାହୁବଳୀ' ପରି ଦୁଇଟି ଭାଗରେ ରିଲିଜ୍‌ କରାଯିବ। ସୂଚନାଯୋଗ୍ୟ ଯେ, ଫିଲ୍ମଟି ୨୦୨୧ରେ ପରଦାକୁ ଆସିବ  । ଐଶ୍ୱର୍ଯ୍ୟା ରାୟ ଖୁବ୍‌ଶୀଘ୍ର ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ସହ ‘ଗୁଲାବ ଜାମୁନ’ ଫିଲ୍ମରେ ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.