Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଐଶ୍ବର୍ଯ୍ୟା ରାୟ ସେୟାର କଲେ ୧୪ବର୍ଷ ତଳର ଫଟୋ, ଯେତେବେଳେ ଅଭିଷେକ କରିଥିଲେ ପ୍ରପୋଜ…

13/01/2021 at 5:04 PM

ମୁମ୍ବାଇ ୧୩।୧: ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ୨୦୦୭ରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ଗୁରୁ’ ର କିଛି ଫଟୋ  ଇନଷ୍ଟାଗ୍ରାମ୍ ରେ ସେୟାର କରିଛନ୍ତି । ବ୍ୟୁଟି ଗାର୍ଲ ଏହି ଫଟୋରେ ନୀଳ ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଛି । ସ୍ବାମୀ ଅଭିଷେକ ବଚ୍ଚନ ମିଡ଼ିଆ ସହ କଥା ହେଉଥିବା ବେଳେ ଐଶର୍ଯ୍ୟା ତାଙ୍କୁ ଚାହିଁଛନ୍ତି । ଏହି ଫଟୋରେ ଫିଲ୍ମର ନିର୍ଦ୍ଦେଶକ ମଣି ରତ୍ନମଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଫଟୋକୁ ସେୟାର କରି ଐଶ୍ବର୍ଯ୍ୟା କ୍ୟାପ୍ସନ୍ ରେ ଲେଖିଛନ୍ତି ,’ଏହି ଦିନ…୧୪ ବର୍ଷ …ଗୁରୁ ସବୁଦିନ ପାଇଁ…’। ଏହି ଫଟୋ ଉପରେ ଫ୍ୟାନ୍ସମାନେ କମେଣ୍ଟ କରି ଲେଖିଛନ୍ତି, ସେମାନେ ତାଙ୍କୁ ପୁଣି ଥରେ ମଣି ରତ୍ନମଙ୍କର ଫିଲ୍ମରେ ଦେଖିବାକୁ ଚାହୁଁଛନ୍ତି ।

ଜଣେ ୟୁଜର ଲେଖିଛନ୍ତି, ‘ବିଶ୍ବ ସବୁଠାରୁ ସୁନ୍ଦର ମହିଳା ।’ ଫିଲ୍ମ ‘ଗୁରୁ’ରେ ଅଭିଷେକ ବଚ୍ଚନ ଏବଂ ଐଶ୍ବର୍ଯ୍ୟା ରାୟ ଉଭୟ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ଅଭିଷେକଙ୍କୁ ଗୁଜୁରାଟର ଜଣେ ବ୍ୟବସାୟୀଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା । ଏଥିରେ ମାଧବନ, ବିଦ୍ୟା ବାଲନ୍ ଏବଂ ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ଅଭିନୟ କରିଥିଲେ । କୌତୁହଳର ବିଷୟ ଯେ, ଫିଲ୍ମର ଠିକ୍ ପ୍ରିମିୟର ପରେ ଅଭିଷେକ ଐଶର୍ଯ୍ୟାଙ୍କୁ ପ୍ରପୋଜ୍ କରିଥିଲେ ।

ଅଭିଷେକ ଏକ ସାକ୍ଷାତକାରରେ କହିଥିଲେ, ‘ଗୋଟିଏ ଫିଲ୍ମ ପାଇଁ ମୁଁ ନ୍ୟୁୟର୍କରେ ସୁଟିଂ କରୁଥିଲି ଏବଂ ମୁଁ ହୋଟେଲର ବାଲକୋନୀରେ ଛିଡା ହୋଇ ଭାବୁଥିଲି, ସେ ଦିନ କେତେ ଭଲ ହେବ ଯେବେ ଆମେ ବିବାହ କରିବୁ ଆଉ ଏକାସହ ରହିବୁ ।’

   Related Posts