Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଐଶ୍ବର୍ଯ୍ୟା ରାୟଙ୍କଠୁ ବି ଅଧିକ ସୁନ୍ଦରୀ ତାଙ୍କ ଭାଉଜ : ଦେଖନ୍ତୁ ଫଟୋ

28/07/2019 at 4:14 PM

ମୁମ୍ବାଇ ୨୮/୭: ଆମେ ସମସ୍ତ ଫିଲ୍ମ ଏବଂ ଆଓ୍ବାର୍ଡ଼ ଶୋରେ ଫିଲ୍ମଷ୍ଟାରଙ୍କୁ ଦେଖିଥାଉ କିନ୍ତୁ ତାଙ୍କ ପରିବାର ସଦସ୍ୟ କିପରି ଦେଖାଯାଆନ୍ତି ତାହା ବିଷୟରେ ଆମେ ଜାଣିପାରିନଥାଉ। କ୍ୟାମେରା ସାମନାରେ ଯିଏ ଆସିଥାଆନ୍ତି ଆମେ କେବଳ ତାଙ୍କୁ ଦେଖି ସବୁ କଥା ବିଚାର କରିଥାଉ। ବଲିଉଡରେ ଐଶ୍ବର୍ଯ୍ୟା ରାୟଙ୍କୁ ଏଭରଗ୍ରୀନ୍ ସୁନ୍ଦରୀ ଅଭିନେତ୍ରୀ ଭାବେ ଜଣାଯାଇଥାଏ।  ଆପଣ ତାଙ୍କ ପରିବାର ସଦସ୍ୟଙ୍କୁ ଦେଖିଛନ୍ତି କି? ଆମେ ତାଙ୍କ ଶାଶୁ ଘର କଥା କହୁନାହୁଁ ବରଂ ତାଙ୍କ ବାପଘର କଥା କହୁଛୁ। ଐଶ୍ବର୍ଯ୍ୟା ରାୟଙ୍କଠୁ ବି ଅଧିକ ସୁନ୍ଦରୀ ହେଉଛନ୍ତି ତାଙ୍କ ଭାଉଜ। ଆପଣ ତାଙ୍କୁ ବୋଧ ହୁଏ ଦେଖିନଥିବେ।

ବଲିଉଡର ସୁନ୍ଦରୀ ଐଶ୍ବର୍ଯ୍ୟା ରାୟଙ୍କ ଏକମାତ୍ର ଭାଇଙ୍କ ନାଁ ହେଉଛି ଆଦିତ୍ୟ ରାୟ। ସେ ମର୍ଚାଣ୍ଟ ନାଭିରେ ଇଞ୍ଜିନିୟର। ସେ ‘ଦିଲ କା ରିସ୍ତା’ ଫିଲ୍ମକୁ ପ୍ରଯୋଜନା କରିଥିଲେ। ଏହି ଫିଲ୍ମ ଐଶ୍ବର୍ଯ୍ୟା ରାୟଙ୍କ ଏକ ସଫଳ ଫିଲ୍ମରୁ ଗୋଟିଏ। ଐଶ୍ବର୍ଯ୍ୟାଙ୍କ ଭାଉଜ ହେଉଛନ୍ତି ଶ୍ରୀମା ରାୟ। ସେ ଐଶ୍ବର୍ଯ୍ୟାଙ୍କଠୁ ବି ଅଧିକ ସୁନ୍ଦର। ତାଙ୍କୁ ଆରାଧ୍ୟାଙ୍କ ଷଷ୍ଠ ଜନ୍ମ ଦିନରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ଐଶ୍ବର୍ଯ୍ୟାଙ୍କ ପୂରା ପରିବାରକୁ ଏକାଠି ଦେଖାଯାଇଥିଲା।

  ଆଦିତ୍ୟ ଏବଂ ଶ୍ରୀମା ପ୍ରେମ ବିବାହ କରିଥିଲେ ଏବଂ ଆଜି ବି ଦୁହେଁ ପରସ୍ପରକୁ ବହୁତ ଭଲ ପାଆନ୍ତି। ସେମାନେ ଐଶ୍ବର୍ଯ୍ୟାଙ୍କ ପାରିବାରିକ ଉତ୍ସବରେ ଦେଖାଯାଆନ୍ତି। ଶ୍ରୀମା ଜଣେ ଗୃହିଣୀ କିନ୍ତୁ ସେ ଫ୍ୟାଶନ ବ୍ଲଗିଙ୍ଗ କାମ ମଧ୍ୟ କରନ୍ତି। ଐଶ୍ବର୍ଯ୍ୟା ମଧ୍ୟ ଅମିତାଭଙ୍କ ଏକମାତ୍ର ପୁଅ ଅଭିଷେକଙ୍କ ସହ ବିବାହ କରି ନିଜର ସୁଖର ସଂସାର ଗଢ଼ିସାରିଛନ୍ତି। ୨୦୦୭ମସିହାରେ ସେମାନେ ବିବାହ କରିଥି​ଲେ ଏବଂ ୨୦୧୧ମସିହାରେ ତାଙ୍କର ଝିଅ ଆରାଧ୍ୟା ଜନ୍ମଗ୍ରହଣ କରିଥିଲେ।

ଐଶ୍ବର୍ଯ୍ୟା ସବୁଠୁ ସୁନ୍ଦରୀ ଅଭିନେତ୍ରୀଙ୍କ ତାଲିକାରେ ନିଜ ନାଁ ସାମିଲ କରିଛନ୍ତି। ସେ ହଲିଉଡରେ ମଧ୍ୟ କାମ କରିଛନ୍ତି। ଐଶ୍ବର୍ଯ୍ୟା ରାୟ ବଲିଉଡରେ ୧୯୯୬ମସିହାରେ ‘ଔର ପ୍ୟାର ହୋ ଗୟା’ ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ। ଏହା ପରେ ସେ ‘ହମ ଦିଲ ଦେ ଚୁକେ ସନମ୍’,‘ଦେବଦାସ’,‘ଆ ଅବ ଲୈାଟ ଚଲେ’,‘ଜୋଧା ଆକବର’,‘ମୋହବତେଁ’,‘ଗୁରୁ’,‘ଗୁଜାରିଶ’,‘ରୋବୋଟ’,‘ୟେ ଦିଲ ମୁସ୍କିଲ’,‘ତାଲ’,‘ରାବଣ’,‘ଫନ୍ନେ ଖାନ୍’,‘ଦିଲ କା ରିସ୍ତା’,‘ସରକାର ରାଜ’,ସରବଜିତ’,ଉମରାଓ ଜାନ’,‘ଜଜ୍ବା’,‘କୁଛ ନା କହୋ’ ଏବଂ ‘ଖାକି’ ଭଳି ସଫଳ ଫିଲ୍ମରେ କାମ କରି ସାରିଛନ୍ତି।

   Related Posts