Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ଐଶ୍ୱର୍ଯ୍ୟାଙ୍କୁ କେମିତି ପ୍ରପୋଜ କରିଥିଲେ ଅଭିଷେକ; ଖୁଲାସା କଲେ ଐଶ୍ୱର୍ଯ୍ୟା

3/01/2019 at 3:23 PM

ମୁମ୍ବାଇ ୩/୧ : ଅଭିଷେକ ବଚ୍ଚନଙ୍କୁ ୨୦୦୭ ମସିହା ଏପ୍ରିଲ ୨୦ ତାରିଖ ବିବାହ କରିଥିଲେ ଐଶ୍ୱର୍ଯ୍ୟା ରାୟ | ଅଭିଷେକ ବଚ୍ଚନଙ୍କୁ ଐଶ୍ୱର୍ଯ୍ୟା ବାହା ହେବା କଥା ଜଣାପଡିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥଲେ ଐଶ୍ୱର୍ଯ୍ୟାଙ୍କ ପ୍ରଶଂସକ | ପୂର୍ବତନ ମିସ ୱାର୍ଲଡ ଐଶ୍ୱର୍ଯ୍ୟା ରାୟ ଥିଲେ ସେତେବେଳର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ | ବର୍ତ୍ତମାନ ସମୟରେ ରଣବୀର ସିଂ ଦୀପିକା, ପ୍ରିୟଙ୍କା ନିକଙ୍କ ବିବାହର ଚର୍ଚ୍ଚା ହେଉଥିଲେ ମଧ୍ୟ ବଲିଉଡର ଏହି ଦମ୍ପତ୍ତି ଆଜି ମଧ୍ୟ ଚର୍ଚ୍ଚାରେ ଅଛନ୍ତି |

ନିକଟରେ ହୋଇଥିବା ଫିଲ୍ମ ଫେୟାରର ଏକ ଇଣ୍ଟରଭିୟୁରେ ଐଶ୍ୱର୍ଯ୍ୟାଙ୍କୁ ଅଭିଷେକ କିଭଳି ବିବାହ ପ୍ରସ୍ତାବ ଦେଇଥିଲେ ତାହାର ଖୁଲାସା କରିଥିଲେ ଐଶ୍ୱର୍ଯ୍ୟା | ଫିଲ୍ମ ‘ଗୁରୁ’ର ସୁଟିଂ ବେଳେ ନ୍ୟୁୟର୍କର ହୋଟେଲ ରୁମର ବାଲକନିରେ ଅଭିଷେକ ଐଶ୍ୱର୍ଯ୍ୟାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ବୋଲି ଐଶ୍ୱର୍ଯ୍ୟା କହିଥିଲେ | ଯେମିତି ଫିଲ୍ମରେ ହିରୋମାନେ ହିରୋଇନଙ୍କୁ ପ୍ରପୋଜ କରନ୍ତି ଠିକ ସେହିଭଳି ଅଭିଷେକ ଆଣ୍ଠେଇ ବାଲକନିରେ ଐଶ୍ୱର୍ଯ୍ୟାଙ୍କୁ ପ୍ରପୋଜ କରିଥିଲେ | ତେବେ ଐଶ୍ୱର୍ଯ୍ୟା ଅଭିଷେକଙ୍କ ପ୍ରସ୍ତାବକୁ ସ୍ୱୀକାର କରିଥିଲେ |

ସେ ଆହୁରି ଖୁଲାସା କରିଥିଲେ ଯେ, ଏହାପରେ ଫିଲ୍ମ ‘ଯୋଦ୍ଧା ଆକବର’ର ସୁଟିଂ ବେଳେ ଐଶ୍ୱର୍ଯ୍ୟା ଫିଲ୍ମ ସେଟରେ ନିଜକୁ ମଂଗୁଳାକନ୍ୟା ଭଳି ଅନୁଭବ କରିଥିଲେ | ଫିଲ୍ମ ଯୋଦ୍ଧା ଆକବରର ‘ଖ୍ବାଜା ମେରେ ଖ୍ବାଜା’ ଗୀତର ସୁଟିଂ ବେଳେ ଐଶ୍ୱର୍ଯ୍ୟା ଏକ ବାହାଘର କନ୍ୟା ଭଳି ସଜେଇ ହୋଇଥିଲେ |

ସେତେବେଳେ ସେ ଫିଲ୍ମରେ ନିଁହେଁ ବରଂ ସତରେ ବିବାହ ପାଇଁ କନ୍ୟା ଭାବେ ସଜେଇ ହୋଇ ବସିଛନ୍ତି ଭଳି ଅନୁଭବ କରିଥିଲେ ବୋଲି କହିଥିଲେ | ସେତେବେଳେ ଫିଲ୍ମର ନିର୍ଦେଶକ ଆଶୁତୋଷ କହିଥିଲେ ଯେ, ଐଶ୍ୱର୍ଯ୍ୟା କୁଆଡେ ଅନ୍ୟମନସ୍କ ଅଛନ୍ତି | ଏତିକିବେଳେ ଆଶୁତୋଷଙ୍କ କଥା ଶୁଣି ଐଶ୍ୱର୍ଯ୍ୟା ଚମକି ଯାଇଥିଲେ |

ଏହାପରେ ଅଭିଷେକ ଏବଂ ଐଶ୍ୱର୍ଯ୍ୟା ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ | ଏହି ଦମ୍ପତ୍ତିଙ୍କ ବାହାଘରକୁ ୧୨ ବର୍ଷ ପୂରିଗଲାଣି | ହେଲେବି ଏହି ଦମ୍ପତ୍ତି ଏବଂ ତାଙ୍କର ବାହାଘର ଆଜି ମଧ୍ୟ ଚର୍ଚ୍ଚାରେ ରହିଛି | ଏବେ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟାକୁ ନେଇ ମଧ୍ୟ ଚର୍ଚ୍ଚା ବହୁତ | 

   Related Posts