ଇଣ୍ଟରନେଟରେ ଐଶ୍ବର୍ଯ୍ୟା ରାୟଙ୍କ ଡୁପ୍ଲିକେଟ୍ : ସମସ୍ତେ ଦେଖି ତାଜୁବ୍
6/06/2020 at 2:13 PM

ନୂଆଦିଲ୍ଲୀ ୬/୬: ଐଶ୍ବର୍ଯ୍ୟା ରାୟ ବଚ୍ଚନ ବଲିଉଡ ଇଣ୍ଡଷ୍ଟ୍ରିର ସବୁଠୁ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। କିନ୍ତୁ ଅନେକ ଲୋକ ବୋଧହୁଏ ଏହା ଜାଣନ୍ତି ନାହିଁ ଯେ ଐଶ୍ବର୍ଯ୍ୟା ରାୟଙ୍କ ଜଣେ ଡୁପ୍ଲିକେଟ୍ ବି ଅଛନ୍ତି। ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି। ଏହି ଭିଡିଓ ଫ୍ୟାନ୍ସଙ୍କ ହୋଶ୍ ଉଡ଼ାଇ ଦେଇଛି। ଇଣ୍ଟରନେଟରେ ଏହି ଭିଡିଓ ହଇଚଇ ସୃଷ୍ଟି କରିଛି।
ଐଶ୍ବର୍ଯ୍ୟାଙ୍କ ଡୁପ୍ଲିକେଟ୍ ଏହି ଭିଡିଓରେ ତାଙ୍କର ଏକ ସାଉଥ ଫିଲ୍ମର ଡାଇଲଗ୍ କହୁଥିବା ନଜର ଆସିଛନ୍ତି। ପ୍ରଶଂସକଙ୍କ କହିବା ଅନୁସାରେ ଏହି ମହିଳା ଐଶ୍ବର୍ଯ୍ୟା ରାୟଙ୍କ ଜେରକ୍ସ କପି। ଅନେକ ଲୋକ ତାଙ୍କୁ ଦୀପିକା ପାଦୁକୋନ ମଧ୍ୟ କହୁଛନ୍ତି। ଏହା ବ୍ୟତୀତ ଜଣେ ୟୁଜର ଲେଖିଛନ୍ତି ଯେ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆସିବାକୁ ଉଦ୍ୟମ କରିବା ଉଚିତ୍।
ଏହା ପୂର୍ବରୁ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ମାନସୀ ନାୟକଙ୍କ ଏକ ଭିଡିଓ ସାମନାକୁ ଆସିଥିଲା,ଯେଉଁଥିରେ ସେ ପୂରା ଐଶ୍ବର୍ଯ୍ୟାଙ୍କ ପରି ଦେଖା ଯାଉଥିଲେ। ମାନସୀ,ଐଶ୍ବର୍ଯ୍ୟାଙ୍କ ଭଳି ପୋଷାକ ପିନ୍ଧି ଫଟୋଶୁଟ୍ କରନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ୯୪୩ହଜାର ଫଲୋଅର୍ସ ଅଛନ୍ତି। ତାଙ୍କ ଟିକଟକରେ ତାଙ୍କୁ ୪ମିଲିୟନ୍ ଲୋକ ଫଲୋ କରୁଛନ୍ତି। ସେ ମରାଠୀ ଫିଲ୍ମ ‘କୁଟୁମ୍ବ’ରୁ ୨୦୧୨ମସିହାରେ ଡେବ୍ୟୁ କରିଥିଲେ।