ଐଶ୍ୱର୍ଯ୍ୟା ରାୟ ଓ ଝିଅ ଆରାଧ୍ୟା କରୋନା ପଜିଟିଭ୍

Published By : Prameya-News7 Bureau | July 12, 2020 IST

ମୁମ୍ବାଇ ୧୨/୦୭ : ଗତକାଲି ରାତିରେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ | ଉଭୟଙ୍କୁ ମୁମ୍ବାଇ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ବାପା-ପୁଅ କରୋନାରେ ଆକ୍ରାନ୍ତ ହେବାପରେ ପରିବାର ସଦସ୍ୟଙ୍କ କରୋନା ଯାଞ୍ଚ କରାଯାଇଥିଲା | ଜୟା ବଚ୍ଚନ, ଐଶ୍ୱର୍ଯ୍ୟା ରାୟଙ୍କ କରୋନା ଯାଞ୍ଚ କରାଯାଇଥିଲା ଏବଂ ରିପୋର୍ଟ ନେଗେଟିଭ ଆସିଥିଲା | କିନ୍ତୁ ବର୍ତ୍ତମାନ ଐଶ୍ୱର୍ଯ୍ୟାଙ୍କ ଫାଇନାଲ ରିପୋର୍ଟରେ କରୋନା ପଜିଟିଭ ଆସିଛି | ଐଶ୍ୱର୍ଯ୍ୟା ରାୟ ଓ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଜୟା ବଚ୍ଚନ, ଅମିତାଭଙ୍କ ଝିଅ ଶ୍ଵେତା ନନ୍ଦା ଏବଂ ନାତି ଅଗସ୍ତ୍ୟା ନନ୍ଦାଙ୍କ ରିପୋର୍ଟ ନେଗେଟିଭ ଆସିଛି | ବଚ୍ଚନ ପରିବାରର ୪ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି |

{"id":299399,"sizeSlug":"large"}

ଶନିବାର ଦିନ ଅମିତାଭ, ଅଭିଷେକ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହେବାପରେ ସମସ୍ତ ଷ୍ଟାଫ ମେମ୍ବର ଏବଂ ପରିବାର ସଦସ୍ୟଙ୍କ କରୋନା ଯାଞ୍ଚ କରାଯାଇଥିଲା | ବଚ୍ଚନ ପରିବାରର ସମସ୍ତ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ଆସିଥିବାବେଳେ ବୋହୁ ଐଶ୍ୱର୍ଯ୍ୟା ରାୟ ଏବଂ ନାତୁଣୀ ଆରାଧ୍ୟା ବଚ୍ଚନଙ୍କ ରିପୋର୍ଟ ପଜିଟିଭ ଆସିଛି |

{"id":299397,"width":573,"height":369,"sizeSlug":"large"}


ଫାଇନାଲ ଯାଞ୍ଚ ରିପୋର୍ଟରେ ପତ୍ନୀ ଜୟା ବଚ୍ଚନ ଓ ଝିଅ ଶ୍ଵେତା ନନ୍ଦାଙ୍କ ରିପୋର୍ଟ ନେଗେଟିଭ ଆସିଛି | ଶ୍ଵେତା ନନ୍ଦାଙ୍କ ପୁଅ-ଝିଅଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି | ପରିବାରର ସବୁଠାରୁ ଛୋଟ ସଦସ୍ୟ ଆରାଧ୍ୟାଙ୍କ କରୋନା ରିପୋର୍ଟ ପୁରା ପରିବାରକୁ ଦୋହଲାଇ ଦେଇଛି | ଦେଶବାସୀ ବଚ୍ଚନ ପରିବାରର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି |

wp:core-embed/wordpress {"url":"http://www.prameyanews7.com/amitabh-bachchan-admitted-in-mumbai-nanavati-hospital-hospital-today/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/amitabh-bachchan-admitted-in-mumbai-nanavati-hospital-hospital-today/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.