Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ରଣବୀର କପୁରଙ୍କୁ ନିଜ ପିତା ଭାବି ନେଇଥିଲେ ଆରାଧ୍ୟା ବଚ୍ଚନ ; ଐଶ୍ବର୍ଯ୍ୟା ରାୟ କହିଲେ ଏହାର କାରଣ

26/07/2021 at 4:52 PM

ମୁମ୍ବାଇ ୨୬/୭ :  ବଲିଉଡର ହଟ୍ ଆଣ୍ଡ ହ୍ୟାଣ୍ଡସମ ହଙ୍କ୍ ରଣବୀର କପୁର ବର୍ତ୍ତମାନ ଆଲିଆଙ୍କ ସହ ସମ୍ପର୍କକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । କହିବାକୁ ଗଲେ ରଣବୀର ବର୍ତ୍ତମାନ ପିଢିର ଜଣେ ଆଗଧାଡିର ଅଭିନେତା । ସେ ତାଙ୍କ ଅଭିନୟରେ ନିଜର ପରିଚୟ ପାଇଛନ୍ତି । ଏହା ସହ ତାଙ୍କର ଲୁକ୍ ମଧ୍ୟ ଅନେକ ସମୟରେ ପ୍ରଶଂସକମାନଙ୍କ ମତୁଆଲା କରେ । ରଣବୀରଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ରହିଛନ୍ତି ।  

ରଣବୀରଙ୍କର କେବଳ ସାଧାରଣ ଝିଅମାନେ ଫ୍ୟାନ୍ସ ନାହାନ୍ତି, ବଲିଉଡର ଅନେକ ସୁନ୍ଦରୀ ମଧ୍ୟ ଅଛନ୍ତି । ଯେଉଁମାନେ ଖୋଲା ଖୋଲି ଭାବେ ନିଜର ମନ କଥାକୁ ପ୍ରକାଶ କରିଛନ୍ତି । ଯେମିତିକି ରଣବୀରଙ୍କୁ ଡେଟ୍ କରିବା ପୂର୍ବରୁ ଆଲିଆ ଅନେକ ଥର କହିଥିଲେ କି ସେ ରଣବୀରଙ୍କୁ ଖୁବ୍ ପସନ୍ଦ କରନ୍ତି ଓ ଯଦି ବିବାହ କରିବାର ସୁଯୋଗ ମିଳେ ତାହାଲେ ନିଶ୍ଚିତ ବିବାହ କରିବେ । ଏହା କେବଳ ଆଲିଆ ନୁହଁନ୍ତି ତାଙ୍କର କୁନି ଷ୍ଟାର କିଡ୍ ଅଛନ୍ତି । ସେ ମଧ୍ୟ ରଣବୀରଙ୍କୁ ବହୁତ ଭଲ ପାଆନ୍ତି ।

ସେ ଆଉ କେହି ନୁହନ୍ତି ଐଶ୍ବର୍ଯ୍ୟାଙ୍କ ଝିଅ ଆରାଧ୍ୟା ବଚ୍ଚନ । ଆରାଧ୍ୟା ରଣବୀରଙ୍କୁ ବହୁତ ପସନ୍ଦ କରନ୍ତି । କେବଳ ପସନ୍ଦ ହିଁ ନୁହେଁ ସେ ଥରେ ତାଙ୍କୁ ବାପା ବୋଲି ମଧ୍ୟ କହିଥିଲେ । ୨୦୧୬ ମସିହାରେ ପରଦାକୁ ଆସିଥିବା ଫିଲ୍ମ ଏ ଦିଲ ହେ ମୁସକିଲ୍ ରେ ରଣବୀର ଓ ଐଶ୍ବର୍ଯ୍ୟା ଦୁହେଁ ଖୁବ୍ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଥିଲେ । ବୟସରେ ସାନ ହୋଇଥିଲେ ମଧ୍ୟ ଐଶ୍ବର୍ଯ୍ୟା ଓ ରଣବୀରଙ୍କର ଯୋଡିକୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରିଥିଲେ । ଏହି ଫିଲ୍ମର ପ୍ରମୋଶନ ସମୟରେ ଐଶ୍ବର୍ଯ୍ୟା କହିଥିଲେ କି ଆରାଧ୍ୟା ରଣବୀରଙ୍କୁ ବହୁତ ପସନ୍ଦ କରେ ଓ ଆରାଧ୍ୟାର କ୍ରଶ୍ ହେଉଛନ୍ତି ରଣବୀର । କେବଳ ଏତିକି ନୁହେଁ ରଣବୀରଙ୍କୁ ଦେଖିଲେ ଆରାଧ୍ୟା ଲାଜେଇ ଯାଏ । ଏହା ପରେ ସବୁଠାରୁ ମଜା କଥା କହିଥିଲେ କି ରଣବୀରଙ୍କୁ ଆରାଧ୍ୟା ନିଜ ପିତା ବୋଲି ଭାବି ଦେଇଥିଲେ । ଦିନେ ଆରାଧ୍ୟା ରଣବୀରଙ୍କୁ ଆଲିଙ୍ଗନ କରିବାକୁ ଦୌଡି ଯାଇଥିଲେ ସେ ଭାବିଥିଲେ କି ସେ ଅଭିଷକ୍ ବୋଲି । କାରଣ ସେ ଅଭିଷେକଙ୍କ ପରି ଜ୍ୟାକେଟ୍ କ୍ୟାପ୍ ପିନ୍ଧିଥିଲେ । ଏଥିପାଇଁ ସେ ଜାଣି ନପାରି ଆଲିଙ୍ଗନ କରିଥିଲେ । ଏହା ସହ ଐଶ୍ କହିଛନ୍ତି କି ସେ ରଣବୀରଙ୍କୁ ଅଙ୍କଲ ଡାକନ୍ତି ନାହିଁ ବରଂ ଆର.କେ ଡାକିବାକୁ ପସନ୍ଦ କରନ୍ତି ।

   Related Posts