Saturday, March 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଭିଷେକଙ୍କ ଅପେକ୍ଷା ଏହି ବ୍ୟକ୍ତିଟି ଉପରେ ବେଶି ଭରସା କରନ୍ତି ଐଶ୍ବର୍ଯ୍ୟା, ପରସ୍ପର ପାଇଁ ଜୀବନ ବି ଦେଇପାରନ୍ତି: ଜାଣନ୍ତୁ କିଏ

ମୁମ୍ବାଇ୧୦|୧: ବଲିଉଡ ଇଣ୍ଡଷ୍ଟ୍ରିର ଗ୍ଲାମରସ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ସିନେମା ଜଗତ ଓ ବ୍ୟକ୍ତିଗତ ଜୀବନକୁ ବାଲନ୍ସ କରି ଚାଲନ୍ତି। ଉଭୟଙ୍କ ବିବାହକୁ ୧୧ ବର୍ଷ ହୋଇସାରିଛି। ସାଧାରଣ ଯୋଡି ଭଳି ଐଶ ଓ ଅଭିଙ୍କ ଜୀବନରେ ମଧ୍ୟ ଉତ୍ଥାନ ପଥନ ହୋଇଛି। ଦୁହେଁ ମିଶି ଏହି ସବୁ ପରିସ୍ଥିତିର ସାମ୍ନା କରନ୍ତି। କିଛି ଦିନ ପୂର୍ବରୁ ଫିଲ୍ମ ଫେୟରେ ହୋଇଥିବା ଇଂଣ୍ଟରଭିଉରେ ଐଶ ତାଙ୍କ ଝିଅ ଆରାଧ୍ୟା, ସିନେମା ଓ ଅଭିଷେକଙ୍କ ବିଷୟରେ କହିଥିଲେ।  
 ଜୀବନରଉତ୍ଥାନ ପଥନରେ କିଏ ତାଙ୍କୁ ଅଧିକ ସପୋର୍ଟ କରନ୍ତି ବୋଲି ଐଶଙ୍କୁ ପ୍ରଶ୍ନ କରାଯାଇଥିଲା। ସେ ତାଙ୍କ ଉତ୍ତରରେ କହିଥିଲେ ଯେ ତାଙ୍କ ସ୍ୱାମୀଙ୍କଠୁ ଅଧିକ ସପୋର୍ଟ ସେ ତାଙ୍କ ବନ୍ଧୁଙ୍କଠୁ ପାଆନ୍ତି। ଐଶଙ୍କ ବନ୍ଧୁ ଜିରାକ ଜୀବନର ପ୍ରତି ମୂହୁର୍ତ୍ତରେ ତାଙ୍କୁ ସହଯୋଗ କରନ୍ତି। ଜିରାକ ଐଶଙ୍କର କଲେଜ ବେଳର ବନ୍ଧୁ। ଉଭୟଙ୍କ ବନ୍ଧୁତା୨୫ ବର୍ଷରୁ ଅଧିକ ବୋଲି ଐଶ କହିଛନ୍ତି।

୨୦୧୬ ମସିହାରେ ଜିରାକଙ୍କ ବୁକ ଲଂଚ ଇଭେଣ୍ଟରେ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ଦେଖିବାକୁ ମିଲିଥିଲା। ଇଭେଣ୍ଟରେ ନିଜ ବେଷ୍ଟି ଓ ତାଙ୍କ ବୁକର ଖୁବ ପ୍ରଶଂସା କରିଥିଲେଐଶ। ଜିରାକଙ୍କ ଜନ୍ମଦିନ ଓ ଫେମିଲି ଫଂକ୍ସନରେ ମଧ୍ୟ ଐଶଙ୍କୁ ଦେଖାଯାଏ।

୨୦୧୭ ମସିହାରେ ଐଶର୍ଯ୍ୟା ତାଙ୍କ ସାଙ୍ଗ ସାଥିଙ୍କ ପାଇଁ ପାର୍ଟି ରଖିଥିଲେ। ସେଠାରେ ଜିରାକ ମଧ୍ୟ ସାମିଲ ହୋଇଥିଲେ। ଫିଲ୍ମ ଗୁଲାବ ଜାମୁନରେ ଐଶର୍ଯ୍ୟା ଓ ଅଭିଷେକଙ୍କୁ ପୁଣି ଥରେ ଏକାଠି ସିଲଭର ସ୍କ୍ରିନରେ ଦେଖିବାକୁ ମିଳିବ।

289 Views

   ସମ୍ବନ୍ଧିତ ଖବର