ଏକଦା “ତାଲ୍” ଫିଲ୍ମରେ ଐଶ୍ଵର୍ଯ୍ୟାଙ୍କ ପଛରେ ବ୍ୟାକ୍ ଡ୍ୟାନ୍ସର ଭାବେ ନାଚୁଥିବା ସାହିଦ୍ ପ୍ରଥମଥର ପାଇଁ ଐଶ୍ଵର୍ଯ୍ୟାଙ୍କ ସହିତ ସିଲଭର୍ ସ୍କ୍ରିନ୍ ସେୟାର୍ କରିବେ । ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିର ଏଭରଗ୍ରୀନ୍ ଫିଲ୍ମ “ୱୋ କୌନ୍ ଥି”ର ରିମେକ୍ରେ ପ୍ରଥମଥର ପାଇଁ ଯୋଡି ବାନ୍ଧି ଆସିବେ ବଚ୍ଚନ ଖାନଦାନ୍ ବୋହୂ ଐଶ୍ଵର୍ଯ୍ୟା ରାୟବଚ୍ଚନ ଓ ସାହିଦ୍ କପୁର । ୧୯୬୪ରେ ରିଲିଜ୍ ହୋଇଥିବା ରାଜ୍ ଖୋସଲାଙ୍କ ନିର୍ଦ୍ଦେଶିତ ଫିଲ୍ମ “ୱ କୌନ୍ ଥି” ଫିଲ୍ମର କାହାଣୀ ଓ ଗୀତ ସେହି ସମୟରେ ରେକର୍ଡ ସୃଷ୍ଟି କରିଥିଲା । ମନୋଜ କୁମାର୍ ଓ ସାଧନାଙ୍କ ଏହି ସାଇକୋଲୋଜିକାଲ୍ ଥ୍ରିଲର ଫିଲ୍ମ ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥିଲା । ସୁତ୍ରରୁ ଜଣାପଡିଛି ଏହି ଫିଲ୍ମର ରିମେକ୍ ଖୁବ୍ ଜଲଦି ହେବ । ଫିଲ୍ମରେ ସାଧନାଙ୍କ ସ୍ଥାନରେ ଅଭିନୟ କରିବେ ଐଶ୍ଵର୍ଯ୍ୟା ରାୟ ଏବଂ ମନୋଜ୍ କୁମାର୍-ଙ୍କ ଚରିତ୍ରରେ ନଜର ଆସିବେ ଶାହିଦ୍ କପୁର ।