Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଐଶ୍ଚର୍ଯ୍ୟାଙ୍କୁ ଘରୁ କାଢି ଦେଲେ ଲାଲୁଙ୍କ ପରିବାର ଲୋକ । ଶାଶୁ ଓ ନଣନ୍ଦଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ କଲେ ଐଶର୍ଯ୍ୟା

29/09/2019 at 10:24 PM


ପାଟନା – ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବୋହୁ ଐଶର୍ଯ୍ୟାଙ୍କୁ ତାଙ୍କ ଶାଶୁ ରାବ୍ରୀ ଦେବୀ ଓ ନଣନ୍ଦ ମିସା ଭାରତୀ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ତାଙ୍କୁ ଖାଇବାକୁ ଦିଆ ନଯାଇ ନିର୍ଯ୍ୟାତନା ଦିଆଯାଉଥିବା କଥା ଐଶ୍ଚର୍ଯ୍ୟା ଅଭିଯୋଗ କରିଛନ୍ତି । ଲାଲୁଙ୍କ ବଡ ପୁଅ ତେଜପ୍ରତାପ ଯାଦବଙ୍କ ପତ୍ନୀ ହେଉଛନ୍ତି ଐଶ୍ବର୍ଯ୍ୟା । ତେଜପ୍ରତାପ ଓ ଐଶ୍ଚର୍ଯ୍ୟାଙ୍କ ର ବିବାହ ବିଚ୍ଛେଦ ମାମଲା ଚାଲିଛି ।

ରବିବାର ମଧ୍ୟାହ୍ନରେ ଐଶ୍ଚର୍ଯ୍ୟା ପ୍ରବଳ ବର୍ଷା ସତ୍ତ୍ୱେ ଲାଲୁଙ୍କ ବାସଭବନର ଦୌଡି ବାହାରକୁ ଚାଲିଆସି ଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ତାଙ୍କର ବାପା ଚନ୍ଦ୍ରିକା ରାୟ ଓ ମା’ ମଧ୍ୟ ସେଠାରେ ପହଞ୍ଚିଥିଲେ । ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିବାପରେ ଐଶ୍ଚର୍ଯ୍ୟା ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଓ ଗତ କିଛି ଦିନ ଧରି ଖାଇବାକୁ ଦିଆଯାଉ ନଥିବା କଥ ଅଭିଯୋଗ କରିଛନ୍ତି ।
ତାଙ୍କୁ ଧକ୍କା ଦେଇ ଘରୁ ବାହାର କରିଦିଆଯାଇଛି ବୋଲି ଐଶ୍ବର୍ଯ୍ୟା କହିଛନ୍ତି । ନଣନ୍ଦ ମିସାଙ୍କ ଉପରେ ଅଭିଯୋଗ ଆଣି ସେ କହିଥିଲେ, ତାଙ୍କୁ ରୋଷେଇ ଘରକୁ ଯିବାକୁ ଦିଆଯାଉ ନାହିଁ। ରାତିରେ ଖାଇବାକୁ ମଧ୍ୟ ଦିଆଯାଏ ନାହିଁ। ଗତ ୩ ମାସ ହେବ ତାଙ୍କ ନିଜ ଘରୁ ଖାଇବାକୁ ଖାଦ୍ୟ ଆସୁଛି ବୋଲି କହିଛନ୍ତି । ଆଜି ରୋଷେଇ ଘର ଚାବି ମାଗିବାରୁ ନଣନ୍ଦ ମିସା ଭାରତୀ ତାଙ୍କ ଶାଶୁଙ୍କ ସାମନାରେ ର୍ଦୁବ୍ୟବହାର କରିଥିଲେ। ଏହାପରେ ଘରୁ ବାହାର କରିଦେଇଥିଲେ। ତାଙ୍କ ପାଖରେ ଏକ ମୋବାଇଲ୍‌ରୁ ଛଡାଇବାକୁ ଚେଷ୍ଟା କରିଥିଲେ,ଏଥିରେ ଥିବା ଭିଡିଓକୁ ସେ ଛାଡପତ୍ର ପାଇଁ ପ୍ରମାଣ ଭାବରେ ରଖିଛନ୍ତି ବୋଲି ସୂଚନା ଦେଇଛନ୍ତି ।

ଐଶ୍ବର୍ଯ୍ୟାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସ୍ବାମୀ ତେଜପ୍ରତାପ ସମ୍ପୂର୍ଣ୍ଣ ଠିକ୍। ମିସା ଭାରତୀଙ୍କ କାରଣରୁ ସବୁବେଳେ ଝଗଡା ହେଉଛି। ମିସା ସମ୍ପୂର୍ଣ୍ଣ ଘରକୁ ନିଜ ଅକ୍ତିଆରରେ ରଖିବାକୁ ଚାହାନ୍ତି। ତେଣୁ ଭାଇ ଏବଂ ଭାଉଜଙ୍କୁ ମଧ୍ୟ ଏକାଠି ରହିବାକୁ ଦେଉ ନାହାନ୍ତି। ତେବେ ଏହି ମାମଲାରେ ଐଶ୍ବର୍ଯ୍ୟା ତାଙ୍କ ଦିଅର ତେଜସ୍ବୀଙ୍କୁ ଭଲ କହିବା ସହ ତାଙ୍କୁ କୌଣସି ପ୍ରକାର ନିର୍ଯ୍ୟାତନା ଦେଇନଥିବା କଥା କହିଛନ୍ତି। ସେ କେବଳ କହିଛନ୍ତି, ତାଙ୍କୁ ତାଙ୍କର ନଣନ୍ଦ ଏବଂ ଶାଶୁ ହିଁ ନିର୍ଯ୍ୟାତନା ଦେଉଛିନ୍ତି।
ମାତ୍ର ରାବ୍ରୀ ଦେବୀ ଐଶ୍ଚର୍ଯ୍ୟାଙ୍କର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

   Related Posts