ଅର୍ଥ ଅାଗରେ ବନ୍ଧା ପଡ଼ିଛି ଭବିଷ୍ୟତ ; ମ୍ୟାଟ୍ରିକରେ ୮୬% ରଖି ମଧ୍ୟ ପାଠରେ ଡୋରି ବାନ୍ଧିବାକୁ ବସିଛନ୍ତି ଅାଏଶା

Published By : Prameya-News7 Bureau | May 28, 2018 IST

ଅର୍ଥ ଅାଗରେ ବନ୍ଧା ପଡ଼ିଛି ଭବିଷ୍ୟତ । ଚଳିତ ମାଟ୍ରିକ ପରୀକ୍ଷାରେ ୮୬ ପ୍ରତିଶତରୁ ଅଧିକ ମାର୍କ ରଖି ବୈଜ୍ଞାନିକ ହେବା ପାଇଁ ସ୍ବପ୍ନ ଦେଖୁଛନ୍ତି ଅାଏଶା । ଖାଲି ପାଠପଢା ନୁହେଁ ଚିତ୍ରାଙ୍କନ ସହିତ ଡ଼୍ରେସ ଜିଜାଇନରେ ବେଶ ପାରଙ୍ଗମ । ପରିବାରର ଅର୍ଥ ସମସ୍ୟା ଏହି ପ୍ରିତିଭାଙ୍କ ପାଠପଢାରେ ଡ଼ୋରିବାନ୍ଧିକାୁ ଯାଉଛି । ସେପଟେ ସରାକରୀ ସହାୟତା ପାର୍ଇ ଗୁହାରି କରିଛନ୍ତି ମା ସବିତା… ଅାଖିରେ ଭରି ରହିଛି ଅାଖିଏ ସ୍ବପ୍ନ । ସୁନ୍ଦର ଭବିଷ୍ୟତ ଗଢିବାର ଲକ୍ଷ୍ୟ ଏବଂ ନିଜ ପରିବାର ପାଇଁ କର୍ତବ୍ୟ କରିବାର ନିଷ୍ଠା । କିନ୍ତୁ ଏ ସବୁରେ ଅର୍ଥ ସାଜିଛି ବାଧକ । ଚଳିତ ବଷର୍ର୍ ମାଟ୍ରିକ ପରୀକ୍ଷାରେ ୮୬ ପ୍ରତିଶତରୁ ଅଧିକ୍ ନମ୍ବର ବି ରଖିଛନ୍ତି ଏହି ଛାତ୍ରୀ ଜଣକ । ଅାମେ କହୁଛୁ ରାଜଧାନୀ ପଟିଅାର ପ୍ରଶାନ୍ତି ବିହାରରେ ରହୁଥିବା ପ୍ରତିଭାବନ ଛାତ୍ରୀ ଅାଏଶା ରାୟଙ୍କ କଥା । ପାଠରେ ଯେମିତି ଗୁଣରେ ବି ସେମିତି । ଏବେ ଭିବଷ୍ୟତକୁ ନେଇ ଅାଶା ଓ ଅାଶଙ୍କ ଦେଇ ଗତିକରୁଛି । ପାଠ ପଢିବା ସହିତ ସ୍କୁଲରେ ଅନେକ ପ୍ରତିଯୋଗିତାରେ ହେଉ , ବିଜ୍ଞାନମେଳାରେ ଅନେକ ଟ୍ରଫି ଓ ସାଟିପିକେଟ ପାଇଛନ୍ତି ।ଏହା ବ୍ୟତିତ କଳା ଓ ଡ଼୍ରେସ ଡ଼ିଜାଇନରେ ବେଶ ପାରଦର୍ଶତା ରହିଛି । ହେଲେ ଏହି ପ୍ରତିଭା ଏବେ ଅାର୍ଥିକ ସମସ୍ୟା ପାଇଁ ପାଠପଢାରେ ଢୋରି ବାନ୍ଧିବାକୁ ଯାଇଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲରୁ ପିଲା ଭବିଷ୍ୟତ ଗଢିବା ଲକ୍ଷ୍ୟରେ ଭୁବନେଶ୍ବର ଅାସିଥିଲେ ସବିତା ରାୟ ସ୍ବାମୀ ମାନସ ରାୟ । ବଡ଼ ଝିଅ ଏୗଶର୍ଯା ସାନଝିଅ ଅାଏଶା ଓ ପୁଅ ଅାୟନକୁ ନେଇ ବେଶ ହସଖୁସିରେ ପରିବାର ଚାଲୁଥିବାବେଳେ, ପ୍ରଶାନ୍ତି ବିହାରେ ଭଡ଼ା ଘରେ ରହୁଥିଲେ । ତେବ‌େ ମାନସ ପରିପାର ଛାଡ଼ି ହଠାତ କେଉଁ ଅାଡ଼େ ଚାଲିଗଲେ । ଏହା ଭିତରେ ପ୍ରାୟ ୧୫ ବର୍ଷରୁ ଉର୍ଦ୍ଧ ସମୟ ବିତିଗଲାଣି , ମା ସବିତା ପିଲାଙ୍କ ପାଇଁ ଦିନ ତାରି ଏକ କରି ପର ଘରେ ବାସନ ମାଜିବା ସହିତ , ବାସନ ମାଜୁଛନ୍ତି । ହେଲେ ଏତିକିରେ ପରିବାର ଚଳେଇବା ସହିତ ପିଲାଙ୍କ ପାଠପଢାକୁ ସମୁଦ୍ରକୁ ସଂଖେ ଭଳି । ସବିତା ପିଲାଙ୍କ ପାର୍ଇ ସରାକରଙ୍କ ନିକଟରେ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.