ପ୍ରଥମ ପ୍ରେମକୁ କେହି ଭୁଲିପାରନ୍ତି ନାହିଁ ବୋଲି କୁହାଯାଏ । ଆଉ କାହାପାଇଁ କଣ ହୋଇପାରେ କିନ୍ତୁ ଏହା ନିଶ୍ଚୟ ଐଶ୍ଵର୍ଯ୍ୟାଙ୍କ ପାଇଁ ସତ । ସେ ଆଜି ଦିନ ଯାଏଁ ବି ତାଙ୍କର ପ୍ରଥମ ପ୍ରେମକୁ ଭୁଲିପାରିନାହାଁନ୍ତି । ଏବେବି କୋଉଠି ନା କୋଉଠି ରହିଛି ସଲୁଭାଇଙ୍କ ପାଇଁ ଦରଦ । ହୃଦୟକୋଣରେ ସାଇତା ହୋଇ ରହିଛି ସଲୁଭାଇଙ୍କର ପ୍ରତି ପ୍ରେମ ସେମିତି ।
{"id":91481,"width":585,"height":439}ଐଶ୍ଵର୍ଯ୍ୟାଙ୍କ ପ୍ରେମକୁ ନେଇ ହୋଇଛି ମହାଖୁଲାସା । ସେ ନିଜେ ସଲମାନଙ୍କ ସହ ଥିବା ପ୍ରେମର ଦରଦକୁ ଏକ ମିଡ଼ିଆ ଆଗରେ ଇଣ୍ଟରଭ୍ୟୁ ଦେଇ ପ୍ରକାଶ କରିଛନ୍ତି ଦର୍ଦ । ସଲମନଙ୍କ ସହ କେମିତି ଥିଲା ପ୍ରେମ, ଅଭିମାନ, ରାଗ-ରୁଷା ଓ ଶେଷରେ ବ୍ରେକଅପ୍ ।
{"id":91482,"width":587,"height":353}ସଲମନ ମାଡ଼ପିଟ କରନ୍ତି, ଝଗଡ଼ା କରନ୍ତି, ରାଗନ୍ତି କିନ୍ତୁ ମୁଁ ସବୁ ସହେ କାରଣ ତାଙ୍କର ସବୁ ରିଆକସନ୍ ମୋତେ ଭଲ ଲାଗେ । ସହିବାର ଗୋଟେ ସୀମା ଥାଏ ,ସଲମନଙ୍କର ସହ ମୋର ସହିବାର ସୀମା ଅତିକ୍ରମ କରିବାରୁ ବ୍ରେକଅପ ଘଟିଲା ବୋଲି କହିଛନ୍ତି ଐଶ୍ଵର୍ଯ୍ୟା ।
{"id":91483}ଫୋନ ନ ଉଠାଇଲେ ସଲମନ ରାତି ୨ଟାରେ ବି ଘରେ ଆସି ପହଂଚିଯାଉଥିଲେ । ମୁଁ କବାଟ ନ ଖୋଲିଲେ ଆତ୍ମହତ୍ୟା କରିବାର ଧମକ ଦେଉଥିଲେ । ଶେଷରେ ବାଧ୍ୟହୋଇ କବାଟ ଖୋଲେ । ମୋତେ ଦେଖାକରି ମୋବାପାଙ୍କ ସହ କଥା ହୋଇ ଚାଲିଯାଆନ୍ତି ବୋଲି କହିଛନ୍ତି ଐଶ୍ଵର୍ଯ୍ୟା ।
{"id":91484}ଐଶ୍ଵର୍ଯ୍ୟା କହିଛନ୍ତି , ସେ ସଲମନଙ୍କ ପାଇଁ ୨୧ ବର୍ଷ ବୟସରୁ ଘର ଛାଡ଼ିଛନ୍ତି । କିନ୍ତୁ ସଲମନ ତାଙ୍କୁ ଭରସା ଦେଇପାରିନାହାଁନ୍ତି ।
{"id":91487,"width":576,"height":355}ତାଙ୍କ ହାତ ଧରିବାକୁ ଯେବେ ଚାହିଁଥିଲେ ସେ ଆଉ କାହାର ହାତ ଧରିସାରିଲେଣି ବୋଲି କହିବା ପରେ ଶେଷଥର ପାଇଁ ସେ ତାଙ୍କ ସହ ସଂପର୍କ ବ୍ରେକଅପ କରିଥିଲେ ।