ଏୟାରଟେଲର ବଡ ଘୋଷଣା: ଏପ୍ରିଲ ୧୭ ଯାଏଁ ବଢିଲା ପ୍ରିପେଡ୍ ପ୍ଲାନର ଭାଲିଡିଟୀ, ୮ କୋଟି ୟୁଜରଙ୍କୁ ମିଳିବ ଫାଇଦା

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ, ୩୧|୦୩:   କରୋନା ଭାଇରସକୁ ନେଇ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଏହ ମଧ୍ୟରେ ୟୁଜରଙ୍କୁ ସହୟତା ଦେବାକୁ ଯାଇ ଟେଲିକମ କମ୍ପାନୀ ଏୟାରଟେଲ ଦୁଇଟି ବଡ ଘୋଷଣା କରିଛି । ପ୍ରଥମେ କମ୍ପାନୀ ନିଜର ୮ କୋଟି ଲୋ-ଇନକମ୍ ସବସ୍କ୍ରାଇବରଙ୍କୁ ୧୦ ଟଙ୍କାର ଟକଟାଇମ ପ୍ରଦାନ କରୁଛି । ଏହି ଟକଟାଇମକୁ ବ୍ୟବହାର କରି ୟୁଜର କଲ୍ ଓ ମେସେଜ କରିପାରିବେ ।

ଦ୍ୱିତୀୟ ଘୋଷଣା କ୍ରମେ, କମ୍ପାନୀ ନିଜର ସମସ୍ତ ପ୍ରପେଡ୍ ରିଚାର୍ଜ ପ୍ଲାନର ଭାଲିଡିଟି ଏପ୍ରିଲ ୧୭ ଯାଏଁ ବୃଦ୍ଧି କରିଛି । ଯେଉଁ ଗ୍ରାହକମାନେ ୧୪ ତାରିଖରେ ଲକଡଡାଉନ ଶେଷ ହେବା ପରେ ନୂଆ ରିଚାର୍ଜ ପ୍ୟାକ କିଣିପାରିବେ ନାହି, ସେମାନଙ୍କର ଇନକମିଂ କଲ୍ ସେବା ଜାରି ରହିବ । ଏହି ସୁବିଧା ୮ କୋଟି ୟୁଜରଙ୍କ ଆକାଉଣ୍ଟରେ ୪୮ ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ । କେବଳ ଲୋ-ଇନକମ୍ ସବସ୍କ୍ରାଇବରଙ୍କୁ ଏହି ସୁବିଧା ମିଳିବ ।

{"id":246798,"width":754,"height":423,"sizeSlug":"large"}

କମ୍ପାନୀ କହିଛି ଯେ, ୮ କୋଟି ୟୁଜର ଏହି ସୁବିଧାର ଲାଭ ଉଠାଇପାରିବେ । ଅଧିକ ମାତ୍ରାରେ ଶ୍ରମିକ ଓ ଗରିବ ବ୍ୟକ୍ତିଙ୍କୁ ଅଧିକ ଲାଭ ମିଳିବ । ଯେଉଁମାନେ ଲକଡାଉନ ପାଇଁ ରୋଜଗାର କରିପାରୁ ନାହାଁନ୍ତି ସେମାନଙ୍କ ହିତକୁ ନଜରରେ ରଖି ଏହି ପଦକ୍ଷେପ ନିଆଯାଇଛି । ଅନ୍ୟ ଗ୍ରାହକମାନେ ଅନଲାଇନ୍ ପ୍ଲାଟଫର୍ମ ଜରିଆରେ ରିଚାର୍ଜ କରିପାରିବେ । ଏହାସହ ସମସ୍ତ ୟୁଜରଙ୍କୁ ସରକାରଙ୍କ ତରଫରୁ ଦିଆଯାଉଥିବା ତଥ୍ୟ ମେସେଜ ଯୋଗେ ମିଳିବ ।

ସୂଚନାଯୋଗ୍ୟ, ସରକାର କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶକୁ ୨୧ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଯାହାର ଅବଧି ଏପ୍ରିଲ ୧୪ ତାରିଖରେ ଶେଷ ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.