Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||
  • ସମ୍ବଲପୁର : ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
  • ||
  • ବଡବିଲ : ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍‌ କାରବାରର ପର୍ଦ୍ଦାଫାଶ, ୩ ଗିରଫ, ୯୬ ହଜାର ଜାଲ୍ ନୋଟ୍ ଜବତ
  • ||
  • କଟକ : IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||

ରିଚାର୍ଜ କରିବାର ଶେଷ ସୁଯୋଗ ଆଜି : କାଲିଠୁ ମହଙ୍ଗା ହୋଇଯିବ ଏୟାରଟେଲ୍ ଏବଂ ଭୋଡ଼ାଫୋନ୍-ଆଇଡିଆର ପ୍ଲାନ୍

2/12/2019 at 3:53 PM

ନୂଆଦିଲ୍ଲୀ ୨/୧୨: ଦେଶର ସମସ୍ତ ଟେଲିକମ୍ କମ୍ପାନୀ କହିଥିଲେ ଯେ ସେମାନେ ଡିସେମ୍ବରରୁ ନିଜ ନିଜ ଟାରିଫ ପ୍ଲାନ୍ ମହଙ୍ଗା କରିବେ। ଏହି ଘୋଷଣାକୁ ଦୃଷ୍ଟିରେ ରଖି ଭୋଡ଼ାଫୋନ୍-ଆଇଡିଆ ଏବଂ ଏୟାରଟେଲ୍ ଡିସେମ୍ବର ୩ତାରିଖରୁ ନିଜ ପ୍ଲାନ୍ ମହଙ୍ଗା କରି ଦେଇଛି ଏବଂ ଏହି କମ୍ପାନୀଗୁଡ଼ିକ ନୂଆ ପ୍ଲାନ୍ ମଧ୍ୟ ଘୋଷଣା କରି ଦେଇଛି। ଜିଓ କହିଛି ଯେ ଏହି ପ୍ଲାନ୍ ଡିସେମ୍ବର ୬ତାରିଖରୁ ମହଙ୍ଗା ହେବ। ଡିସେମ୍ବର ୨ତାରିଖ ବିଳମ୍ବିତ ରାତିରେ ଆପଣଙ୍କ ପାଖରେ ପୁରୁଣା ମୂଲ୍ୟରେ ରିଚାର୍ଜ କରାଇବାର ସୁଯୋଗ ରହିଛି,କାରଣ କାଲିଠୁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା ଭୋଡ଼ାଫୋନ୍-ଆଇଡିଆ ଏବଂ ଏୟାରଟେଲର ପୁରୁଣା ମୂଲ୍ୟ ବିଷୟରେ ଯାହା ଆଜି ରିଚାର୍ଜ କରି ଆପଣ ଫାଇଦା ଉଠାଇପାରିବେ।

ଏୟାରଟେଲ୍ -୩୯୯ : ଏୟାରଟେଲର ଏହି ପ୍ଲାନରେ ପ୍ରତିଦିନ ୧ଜିବି ଡାଟା ମିଳିଥାଏ। ଏହି ପ୍ଲାନର ବୈଧତା ୮୪ଦିନ ଏବଂ ଏଥିରେ ଅନଲିମିଟେଡ କଲିଙ୍ଗ ମିଳିଥାଏ। ଆସନ୍ତାକାଲିଠୁ ଏହି ପ୍ଲାନ୍ ଆପଣଙ୍କୁ ଆଉ ନଜର ଆସିବ ନାହିଁ। ଏଥିପାଇଁ ଆଜି ହିଁ ରିଚାର୍ଜ କରାଇନେବା ଆପଣଙ୍କ ପାଇଁ ଲାଭଦାୟକ ରହିବ।

ଏୟାରଟେଲ୍- ୪୪୮ : ଏହି ପ୍ଲାନର ବୌଧତା ୮୨ଦିନ। ଏଥିରେ ପ୍ରତିଦିନ ୧.୫ଜିବି ଡାଟା ଏବଂ ଅନଲିମିଟେଡ କଲିଙ୍ଗ ମିଳିଥାଏ। ଏହି ପ୍ଲାନରେ ପ୍ରତିଦିନ ୧୦୦ଟି ମ୍ୟାସେଜର ସୁବିଧା ରହିଛି। ଆସନ୍ତା କାଲିଠୁ ଏହି ପ୍ଲାନର ମୂଲ୍ୟ ୫୯୮ଟଙ୍କା ହୋଇଯିବ। ଏଥିପାଇଁ ଆଜି ରିଚାର୍ଜ କରି ନିଅନ୍ତୁ।

ଏୟାରଟେଲ୍-୪୪୯ : ଏହି ପ୍ଲାନରେ ପ୍ରତିଦିନ ୨ଜିବି ଡାଟା ମିଳିଥାଏ। ଏହାର ବୈଧତା ୮୨ଦିନ। ଏହି ପ୍ଲାନରେ ପ୍ରତିଦିନ ୧୦୦ଟି ମ୍ୟାସେଜ ଏବଂ ଅନଲିମିଟେଡ କଲିଙ୍ଗର ସୁବିଧା ରହିଛି। ଆସନ୍ତା କାଲିଠୁ ଏହି ପ୍ଲାନର ମୂଲ୍ୟ ୬୯୮ଟଙ୍କା ହୋଇଯିବ। ଏବେ ଆସନ୍ତୁ ଦେଖିବା ଭୋଡ଼ାଫୋନ୍ ପ୍ଲାନ୍ ବିଷୟରେ

ଭୋଡ଼ାଫୋନ୍-୩୯୯ : ଭୋଡ଼ାଫୋନର ୩୯୯ଟଙ୍କାର ପ୍ଲାନ୍ ରହିଛି ଯେଉଁଥିରେ ୮୪ଦିନର ବୈଧତା ମିଳିଥାଏ। ଏହି ପ୍ଲାନ୍ ଅନୁସାରେ ପ୍ରତିଦିନ ୧ଜିବି ଡାଟା ମିଳିଥାଏ। ଏଥିରେ ପ୍ରତିଦିନ ୧୦୦ଟି ଏସଏମଏସ୍ ମଧ୍ୟ ମିଳିଥାଏ। ଏହି ପ୍ଲାନ୍ ଅନୁସାରେ ସମସ୍ତ ନେଟଓ୍ବାର୍କରେ ଅନଲିମିଟେଡ କଲିଙ୍ଗ କରାଯାଇପାରିବ। ଆସନ୍ତାକାଲିଠୁ ଏହି ପ୍ଲାନ୍ ଆପଣଙ୍କୁ ମିଳିବ ନାହିଁ।

ଭୋଡ଼ାଫୋନ୍- ୪୫୮ : ଏହି ପ୍ଲାନରେ ପ୍ରତିଦିନ ୧.୫ଜିବି ଡାଟା ମିଳିଥାଏ। ଏହି ପ୍ଲାନର ବୈଧତା ୮୪ଦିନ। ଏଥିରେ ସମସ୍ତ ନେଟଓ୍ବାର୍କରେ ଅନଲିମିଟେଡ କଲିଙ୍ଗ ମିଳିଥାଏ। ଡିସେମ୍ବର ୩ତାରିଖ ଅର୍ଥାତ୍ ଆସନ୍ତାକାଲିଠୁ ଏହି ପ୍ଲାନର ମୂଲ୍ୟ ୫୯୯ଟଙ୍କା ହୋଇଯିବ। କିନ୍ତୁ ଆଜି ରିଚାର୍ଜ କରାଉଥିବା ବ୍ୟକ୍ତି ଲାଭବାନ ହେବେ।

ଭୋଡ଼ାଫୋନ୍ – ୫୦୯ : ଭୋଡ଼ାଫୋନର ଏହି ପ୍ଲାନରେ ୯୦ଦିନର ବୈଧତା ମିଳିଥାଏ। ଏଥିରେ ପ୍ରତିଦିନ ୧୦୦ଟି ମ୍ୟାସେଜ ଏବଂ ୧.୫ଜିବି ଡାଟା ମିଳିବ। ଏହି ପ୍ଲାନରେ ଅନେକ ଗୁଡ଼ିଏ ଆପର ସବସ୍କ୍ରିପ୍ସନ ମିଳିବ।

ଆଇଡିଆ – ୩୯୯ : ଆଇଡିଆର ୩୯୯ଟଙ୍କାର ପ୍ଲାନ୍ ରହିଛି ଯେଉଁଥିରେ ୮୪ଦିନର ବୈଧତା ରହିଥାଏ। ଏହି ପ୍ଲାନରେ ସମସ୍ତ ନେଟଓ୍ବାର୍କରେ ଅନଲିମିଟେଡ କଲିଙ୍ଗ ମିଳିଥାଏ ଏବଂ ୮୪ଦିନ ଯାଏଁ ପ୍ରତିଦିନ ୧ଜିବି ଡାଟା ମିଳିବ। ଏହା ବ୍ୟତୀତ ପ୍ରତିଦିନ ୧୦୦ଟି ମ୍ୟାସେଜ ମଧ୍ୟ ମିଳିବ। କିନ୍ତୁ କାଲିଠୁ ଏହି ପ୍ଲାନ୍ ମହଙ୍ଗା ହୋଇଯିବ।

   Related Posts