ଏୟାରଟେଲ୍, ଭୋଡା-ଆଇଡିଆ ଗ୍ରାହକଙ୍କ ପାଇଁ ଉପହାର, ମେ ୩ ପର୍ଯ୍ୟନ୍ତ ପ୍ରିପେଡ୍ ଆକାଉଣ୍ଟ ବୈଧତା ବୃଦ୍ଧି

Published By : Prameya-News7 Bureau | April 18, 2020 IST

ନୂଆଦିଲ୍ଲୀ ୧୮।୪: ଟେଲିକମ୍ ଅପରେଟର ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆ ପ୍ରିପେଡ୍ ଆକାଉଣ୍ଟର ବୈଧତାକୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେତୁ ସରକାର ଲକ୍ ଡାଉନ୍ କୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଫଳରେ କମ୍ପାନୀଗୁଡିକ ଏଭଳି ଘୋଷଣା କରିଥିବା ଜଣାପଡିଛି ।

ଏହାପୂର୍ବରୁ ଉଭୟ ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆ ଗ୍ରାହକଙ୍କ ଆକାଉଣ୍ଟ ବୈଧତାକୁ ୧୭ ଅପ୍ରେଲ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ୧୦ ଟଙ୍କାର ଟକ୍ ଟାଇନ୍ ମଧ୍ୟ ପ୍ରଦାନ କରିଥିଲେ । ବର୍ତ୍ତମାନ ଲକ୍ ଡାଉନ୍ ସମୟସୀମା ବୃଦ୍ଧି ହେବା ପରେ, ଉଭୟ କମ୍ପାନୀ ପୁନର୍ବାର ପ୍ରିପେଡ୍ ବ୍ୟବହାରକାରୀଙ୍କ ଆକାଉଣ୍ଟ ବୈଧତାକୁ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଗୋଟିଏ ପଟେ ଭୋଡାଫୋନ୍-ଆଇଡିଆ କହିଛି ଯେ ଏହି ପଦକ୍ଷେପ ୯୦ ନିୟୁତ ସ୍ବଳ୍ପ ଆୟକାରୀ ଫିଚର ଫୋନ୍ ବ୍ୟବହାରକାରୀଙ୍କୁ ଉପକୃତ କରିବ । ଅନ୍ୟପକ୍ଷରେ ଏୟାରଟେଲ୍ କହିଛି ଯେ ସ୍ବଳ୍ପ ଆୟ ଗ୍ରାହକଙ୍କ ଆକାଉଣ୍ଟ ବୈଧତା ବୃଦ୍ଧି କରୁଛି ।

ସୂଚନାଯୋଗ୍ୟ ଯେ, ଏହି ଦୁଇ କମ୍ପାନୀର ଏକ ମିନିମମ୍ ରିଚାର୍ଜ ପଲିସି ରହିଛି । ଯାହା ଅଧୀନରେ ଜଣେ ଗ୍ରାହକଙ୍କ ବର୍ତ୍ତମାନର ପ୍ଲାନ୍ ଶେଷ ହେବାପରେ ସେ ୭ ଦିନ ପରେ ଇନକମିଂ କଲ୍ ଆସିବା ବନ୍ଦ ହୋଇଯାଇଥାଏ । ବର୍ତ୍ତମାନ ଏକ ନୂତନ ପ୍ରେସ୍ ବିଜ୍ଞପ୍ତିରେ ଏୟାରଟେଲ୍ କହିଛି ଯେ, ଲକ୍ ଡାଉନ୍ ସମୟରେ ମୋବାଇଲ୍ ନମ୍ବର ରିଚାର୍ଜ କରିବାକୁ ପ୍ରାୟ ୩୦ ନିୟୁତ ଗ୍ରାହକ ଅସମର୍ଥ । ତାଙ୍କୁ ସାହାଯ୍ୟ କରିବା ପାଇଁ କମ୍ପାନୀ ପ୍ରିପେଡ୍ ଆକାଉଣ୍ଟ ବୈଧତାକୁ ୩ ମେ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଏହାର ଅର୍ଥ ହେଉଛି ଯେ, ଗ୍ରାହକଙ୍କ ନିକଟରେ ଏକ ସକ୍ରିୟ ରିଚାର୍ଜ ପ୍ଲାନ୍ ନଥିଲେ ମଧ୍ୟ ସେମାନେ ଇନକମିଂ ଭଏସ୍ କଲ୍ ଗ୍ରହଣ କରିପାରିବେ ।

ଅନ୍ୟପଟେ ଭୋଡାଫୋନ୍-ଆଇଡିଆ ଲକ୍ ଡାଉନ୍ ର ପ୍ରଥମ ପର୍ଯ୍ୟାୟରେ ଅପ୍ରେଲ ୧୭ ପର୍ଯ୍ୟନ୍ତ ମାଗଣାରେ ଆକାଉଣ୍ଟ ବୈଧତା ବୃଦ୍ଧି କରିଥିଲା ​​ଏବଂ ୧୦ ଟଙ୍କାର ଟକ୍ ଟାଇମ୍ ପ୍ରଦାନ କରିଥିଲା । ଏବେ କମ୍ପାନୀ ମେ ୩ ପର୍ଯ୍ୟନ୍ତ ଫିଚର ଫୋନ୍ ବ୍ୟବହାରକାରୀ ପ୍ରାୟ ୯୦ ମିଲିୟନ ସ୍ବଳ୍ପ ଆୟକାରୀ ପ୍ରିପେଡ୍ ଗ୍ରାହକଙ୍କ ପାଇଁ ବୈଧତା ବୃଦ୍ଧି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.