Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବୁଧବାର ମୁଖ୍ଯ ଅଭିଯୁକ୍ତ ବିବନର ହେବ ଟିଆଇ ପରେଡ
  • ||
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ମୁଖ୍ଯ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ
  • ||
  • ଆଠଗଡ : ଟାୟାର ଫାଟି ଓଲଟିଲା ଟ୍ରକ୍, ଡ୍ରାଇଭର ଆହତ
  • ||
  • ବାଲେଶ୍ବର : ସୋସିଆଲ୍ ମିଡିଆରେ ସ୍ତ୍ରୀର ଉଲଗ୍ନ ଫଟୋ : ସ୍ବାମୀକୁ ଗିରଫ କରି ଦଫା ଲଗାଇଛି ପୋଲିସ, ଅଭିଯୁକ୍ତ କହୁଛି- ମୁଁ ଅପଲୋଡ୍ କରିନି
  • ||
  • ନୂଆପଡା : ୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
  • ||
  • ଭୁବନେଶ୍ବର : ୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୭ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୪ କୋଭିଡ୍ ପଜିଟିଭ୍, ୩୩୭୩୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ଭିସୁଟ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ରିପୋର୍ଟ ଥିଲା ଭୁଲ୍, ଆଣ୍ଟିଜେନ୍ କିଟ୍ ଖରାପରୁ ୨୫ଜଣଙ୍କର ରିପୋର୍ଟ ଆସିଥିଲା ପଜିଟିଭ୍
  • ||
  • କୋରାପୁଟ : ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍, ୩ ଅଟକ
  • ||

୫ଜି ରେସ୍‌ରେ ଜିଓକୁ ଟପିଲା ଏୟାରଟେଲ୍: ହାଇଦ୍ରାବାଦରେ କଲା ପରୀକ୍ଷଣ, କିଛି ସେକେଣ୍ଡରେ ଫିଲ୍ମ ହେଲା ଡାଉନଲୋଡ୍

28/01/2021 at 4:53 PM

ନୂଆଦିଲ୍ଲୀ ୨୮।୦୧: ଦେଶରେ ୫ଜିକୁ ନେଇ ଜିଓ ଓ ଏୟାରଟେଲ୍ ମଧ୍ୟରେ କଡା ମୁକାବିଲା ଜାରି ରହିଛି। ହେଲେ ଏହି ଦୌଡରେ ଏୟାରଟେଲ୍ ରିଲାଏନ୍ସ‌ ଜିଓକୁ ପଛରେ ପକାଇଥିବା ଦେଖିବାକୁ ମିଳିଛି। ଏୟାରଟେଲ୍ କମର୍ସିଆଲ ନେଟ୍‌ଓ୍ଵର୍କରେ ୫ଜି ଟେଷ୍ଟ କରିବାରେ ପ୍ରଥମ ଟେଲିକମ୍ ଅପରେଟରରେ ପରିଣତ ହୋଇଛି। ଏୟାରଟେଲ୍ ହାଇଦ୍ରାବାଦ ସହରରେ ସଫଳତାପୂର୍ବକ ୫ଜିର ପରୀକ୍ଷଣ କରିଛି। ଏହାର ସୂଚନା ଦେଇ କମ୍ପାନୀ କହିଛି ଯେ, ଏହାର ପରୀକ୍ଷଣ ବର୍ତ୍ତମାନ ୧୮୦୦ ମେଗାହର୍ଜ ବ୍ୟାଣ୍ଡରେ ଏନଏସଏ ନେଟଓ୍ଵର୍କ ଟେକ୍ନୋଲୋଜି ଜରିଆରେ କରାଯାଇଛି।

ଏୟାରଟେଲ୍ କହିଛି, କମ୍ପାନୀ ପ୍ରଥମ ଥର ଡାଏନୋମିକ୍ ସ୍ପେକ୍ଟ୍ରମ ସେୟାରିଂର ବ୍ୟବହାର କରିଛି। ଏହି ସ୍ପେକ୍ଟ୍ରମ ବ୍ଲକରେ ୫ଜି ଓ ୪ଜି ଏକ ସଙ୍ଗେ ସଞ୍ଚାଳନ କରାଯାଇ ପାରିବ। ଏହି ଟେଷ୍ଟିଂରେ ଦେଖିବାକୁ ମିଳିଛି ଯେ, ସମସ୍ତ ଡୋମେନ୍ ଯେପରିକି ରେଡିଓ, କୋର ଓ ଟ୍ରାନ୍ସପୋର୍ଟ ପାଇଁ ସବୁଥିରେ ଏୟାରଟେଲ୍‌ର ୫ଜି ନେଟଓ୍ଵର୍କ ପ୍ରସ୍ତୁତ ରହିଛି।

କମ୍ପାନୀ କହିଛି ହାଇଦ୍ରାବାଦରେ ଏହି ପରୀକ୍ଷଣ ସମୟରେ ୟୁଜର୍ସ ୫ଜି ଫୋନ୍‌ରେ କିଛି ସେକେଣ୍ଡରେ ପୂରା ଫିଲ୍ମ ଡାଉନଲୋଡ୍ କରି ପାରୁଥିଲେ। ଏହି ଟେଷ୍ଟରେ କମ୍ପାନୀ ନିଜର ଟେକ୍ନୋଲୋଜିର କ୍ଷମତା ପରଖିଛି। ୟୁଜର୍ସଙ୍କୁ ୫ଜି ଫାଇଦା ତେବେ ମିଳିବ ଯେବେ କମ୍ପାନୀକୁ ସରକାରଙ୍କ ପକ୍ଷରୁ ଅନୁମତି ଏବଂ ପର୍ଯ୍ୟାପ୍ତ ସ୍ପେକ୍ଟ୍ରମ ମିଳିବ। ଯେବେ ୫ଜି ନେଟଓ୍ଵର୍କ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ ତେବେ ସିମ୍ କାର୍ଡ ସ୍ଵିଚ୍‌ ଅପ କରିବା ଆବଶ୍ୟକ ପଡିବ ନାହିଁ।

   Related Posts