Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

Airtelର ଜବରଦସ୍ତ ଅଫର୍‌, ୪.୫ ଟଙ୍କାରେ ୧ ଜିବି ଡାଟା ଓ ଅନ୍‌ଲିମିଟେଡ୍‌ କଲ୍‌

14/09/2020 at 3:13 PM

ନୂଆଦିଲ୍ଲୀ ୧୪/୦୯: ଟେଲିକମ୍‌ କମ୍ପାନୀଗୁଡ଼ିକ ନିଜର ୟୁଜରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରିପେଡ୍‌ ପ୍ଲାନ୍‌ ଘୋଷଣା କରୁଛନ୍ତି । ଜିଓର ଲୋକପ୍ରିୟତା ଭାରତରେ ବୃଦ୍ଧି ପାଇଥିବା ବେଳେ ଅନ୍ୟ ଟେଲିକମ୍‌ ସଂସ୍ଥା ୟୁଜରଙ୍କୁ ବାନ୍ଧି ରଖିବା ପାଇଁ ବିଭନ୍ନ ମନଲୋଭା ଅଫର ଦେଉଥିବା ଦେଖିବାକୁ ମିଳୁଛି । ଏୟାରଟେଲ୍‌ ନିଜର ୟୁଜରମାନଙ୍କ ପାଇଁ ଏକ ନୂଆ ପ୍ରିପେଡ୍ ପ୍ଲାନ୍‌ ନେଇଆସିଛି । କେବଳ ୪.୧୫ ଟଙ୍କାରେ ୧ ଜିବି ଡାଟା ମିଳିପାରିବ । ଏହାସହ ଅନ୍‌ଲିମିଟେଡ୍‌ କଲିଂ ସୁବିଧା ମଧ୍ୟ ରହିବ ।

୪.୧୫ ଟଙ୍କା​‌ରେ ୧ଜିବି ଡାଟା ପାଇବାକୁ ହେଲେ ଆପଣଙ୍କୁ ଏୟାରଟେଲ୍‌ ନମ୍ବରରେ ୬୯୮ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ । ୮୪ ଦିନର ଭ୍ୟାଲିଡିଟି ସହ ପ୍ରତିଦିନ ଆପଣଙ୍କୁ ମିଳିବି ୨ ଜିବି ଡାଟା। ପ୍ରତିଦନ ୧୦୦ ମାଗଣା ଏସ୍‌ଏମଏସ୍‌ ଓ ଅନ୍‌ଲିମିଟେଡ୍‌ ଫୋନ୍‌ କଲ୍‌ ସୁବିଧା ମିଳିବ।  ତେବେ ଏହି ପ୍ଲାନ୍‌ର ତୁଳନା ଅନ୍ୟ କମ୍ପାନୀ ମାନଙ୍କ ସହିତ କଲେ ରିଲାଏନ୍ସ ଜିଓ ବ୍ୟତୀତ ଭୋଡାଫୋନ୍‌-ଆଇଡିଆ ମଧ୍ୟ ଏଭଳି ଏକ ପ୍ଲାନ୍ ଅଫର କରିଛି ।

ରିଲାଏନ୍ସ ଜିଓ ନିଜ ୟୁଜରଙ୍କ ପାଇଁ ଆଣିଥିବା ଏଭଳି ଏକ ଅଫରରେ ୫୯୯ ରିଚାର୍ଜ କଲେ ଆପଣଙ୍କୁ ୧ ଜିବି ଡାଟା ୩.୫ ଟଙ୍କା​‌ରେ ମିଳିପାରିବ । ଜିଓର ଏହି ପ୍ଲାନ୍‌ ୮୪ ଦିନର ଭ୍ୟାଲିଡିଟି ସହ ୨ ଜିବି ଡାଟା ପ୍ରତିଦିନ ହିସାବରେ ମିଳିବ। ଭୋଡାଫୋନ୍‌-ଆଇଡିଆ ୬୯୯ ଟଙ୍କାର ଏକ ପ୍ଲାନ୍‌ ଅଫର କରୁଛି । ଯେଉଁଥିରେ ଡବଲ୍‌ ଡାଟା ଜରିଆରେ ପ୍ରତିଦିନ (୨ଜିବି + ୨ଜିବି) ୪ ଜିବି ଡାଟା ମିଳିବ । ପ୍ଲାନ୍ର ଭ୍ୟାଲିଡିଟି ୮୪ ଦିନ ଥିବା ବେଳେ ଅନଲିମିଟେଡ୍‌ କଲ୍‌ ସାଙ୍ଗକୁ ମାଗଣା ଏସ୍‌ଏମଏସ୍‌ର ସୁବିଧା ମିଳିପାରିବ ।

   Related Posts