ଏୟାରଟେଲର ବଡ ଘୋଷଣା, ପ୍ରିପେଡ ରିଚାର୍ଜରେ କମ୍ପାନୀ ଦେଉଛି ଏହି ଅଫର

Published By : Prameya-News7 Bureau | November 04, 2019 IST

ଟେଲିକମ ଅପରେଟର ଭାରତୀ ଏୟାରଟେଲ ତାର ପ୍ରିପେଡ ଗ୍ରାହକଙ୍କ ଲାଗି ଆରମ୍ଭ କରିଛନ୍ତି ଖାସ୍ ଯୋଜନା। ଏ ନେଇ କମ୍ପାନୀ ପକ୍ଷରୁ ମିଳିଥିବା ସୂଚନାରେ ପ୍ରିପେଡ ରିଚାର୍ଜ ସହ ଗ୍ରାହକଙ୍କୁ ଜୀବନ ବୀମା ମଧ୍ୟ ମିଳିବ। ଏଥିଲାଗି କମ୍ପାନୀ ଭାରତୀ ଏକ୍ସା ସହ ପାର୍ଟନରସିପ୍  କରିଥିବା ଜଣାପଡିଛି। ଦେଶରେ ସବୁ ବ୍ୟକ୍ତିଙ୍କ ନିକଟକୁ ବୀମା କମ୍ପାନୀମାନେ ପହଞ୍ଚି ପାରିନାହାନ୍ତି । ତେବେ ଏ ଦିଗରେ କମ୍ପାନୀର ଉଦ୍ୟମ ସଫଳ ହେବ ବୋଲି କହିଛନ୍ତି ଏୟାରଟେଲ।

{"id":179106}

ଏଣୁ କମ୍ପାନୀ ଏକ ଖାସ ପ୍ରିପେଡ ପ୍ଲାନ ଲଞ୍ଚ କରିଛନ୍ତି। ଯେଉଁଥିରେ ଗ୍ରାହକଙ୍କୁ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନ ବୀମା ପ୍ରଦାନ କରାଯାଉଥିବା କୁହାଯାଇଛି। ଏୟାରଟେଲର ନୂଆ ୫୯୯ଟଙ୍କା ପ୍ରିପେଡ ସ୍କିମରେ ୮୪ ଦିନର ଭେଲିଡିଟି ସହ ଏହି ଜୀବନବୀମା ପ୍ରଦାନ କରାଯାଉଛି। ସ୍କିମରେ ଗ୍ରାହକ ପୂର୍ବ ଭଳି ଅନଲିମିଟେଡ୍ କଲ ସାଙ୍ଗକୁ ଦୈନିକ ୨ ଜିବି ଡାଟା ଓ ୧ଶହ ଏସ୍ଏମଏସ୍ ସୁବିଧା ବି ଉପଲବ୍ଧ କରିବେ।

{"id":179107,"width":577,"height":323}

ଗ୍ରାହକଙ୍କୁ ଏହି ବୀମା ଭାରତୀ ଆକ୍ସା ଲାଇଫ ଇନସ୍ୟୋରାନ୍ସ ପକ୍ଷରୁ ଯୋଗାଇଦିଆଯିବ। ଏୟାରଟେଲଙ୍କ ସୂଚନା ଅନୁସାରେ ଦେଶରେ ବୀମା କରିଥିବା ଲୋକଙ୍କ ସଂଖ୍ୟା ମାତ୍ର ୪ ପ୍ରତିଶତରୁ ବି କମ୍ । ଏହା ଏୟାରଟେଲ ନୁହେଁ ଆଇଆରଡିଏଆଇଙ୍କ ସୂଚନାରୁ ଜଣାପଡିଛି ବୋଲି କମ୍ପାନୀ କହିଛି। ତେବେ ଦେଶର ୯୦ ପ୍ରତିଶତ ଲୋକଙ୍କ ପାଖରେ ମୋବାଇଲ ଫୋନ ଅଛି। ଏଣୁ ଏୟାର ଟେଲର ୧୮ରୁ ୫୪ ବର୍ଷ ଆୟୁବର୍ଗର ପ୍ରତି ଗ୍ରାହକ ଏହି ବୀମା ସୁବିଧାର ସୁଯୋଗ ନେଇପାରିବେ।

{"id":179108,"width":579,"height":372}

ଗ୍ରାହକଙ୍କ ବୀମାଲାଗି କୌଣସି କାଗଜପତ୍ରର ଆବଶ୍ୟକତା ପଡିବନି କି ବୀମାଭୁକ୍ତ ହେଉଥିବା ବ୍ୟକ୍ତିଙ୍କ ମେଡିକାଲ ଯାଞ୍ଚ କରାଯିବନି। ଇନଷ୍ଟାଣ୍ଟ ବୀମା ସାର୍ଟିଫିକେଟ ପ୍ରଦାନ କରାଯିବ। ଯଦି ଗ୍ରାହକ ଚାହିଁବେ ତେବେ ବୀମା ସାର୍ଟିଫିକେଟର ଫିଜିକାଲ ଇନସ୍ୟୁରାନ୍ସ କପି ଘରକୁ ବି ମଗାଇପାରିବେ। ତେବେ ଏୟାରଟେଲଙ୍କ ଏହି ବୀମାଯୁକ୍ତ ୫୯୯ ଟଙ୍କା ପ୍ୟାକ୍ ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ଉପଲବ୍ଧ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.