ଏୟାରଟେଲ୍‌ର ଏହି ପ୍ଲାନ୍‌ରେ ଏକାସହ ମିଳିବ ବ୍ରଡ୍‌ବ୍ୟାଣ୍ଡ, ପୋଷ୍ଟପେଡ୍ ଏବଂ ଡିଟିଏଚ୍ ସେବା

Published By : Prameya-News7 Bureau | April 15, 2020 IST

ନୂଆଦିଲ୍ଲୀ ୧୫।୪: ଭାରତୀ ଏୟାରଟେଲ୍ ଟେଲିକମ୍ ସେକ୍ଟରରେ ନିଜର ଦୃଢ ସ୍ଥିତି ବଜାୟ ରଖିବା ପାଇଁ ବିଭିନ୍ନ ପ୍ରକାରର ପ୍ରୟାସ କରୁଛି । କମ୍ପାନୀର ସବୁଠାରୁ ବଡ ପ୍ରତିଦ୍ବନ୍ଦ୍ବୀ ହେଉଛି ରେଲିଆନ୍ସ ଜିଓ । ଜିଓ ତରଫରୁ ୬୯୯ ଟଙ୍କାର ଜିଓ ଫାଇବର ପ୍ଲାନ୍ ପ୍ରଦାନ କରାଯାଇଛି । ଏଥିରେ ବ୍ରଡବ୍ୟାଣ୍ଡ, ଲ୍ୟାଣ୍ଡଲାଇନ ଏବଂ ମାଗଣା ସେଟ୍-ଟପ୍-ବକ୍ସ ଅନ୍ତର୍ଭୁକ୍ତ ରହିଛି ।

ଜିଓ ଭଳି ବର୍ତ୍ତମାନ ଏୟାରଟେଲ୍ ଏହାର ବଣ୍ଡଲ ପ୍ଲାନ୍ ଆରମ୍ଭ କରିଛି । ଯେଉଁଥିରେ ବ୍ରଡବ୍ୟାଣ୍ଡ, ପୋଷ୍ଟପେଡ୍ ଏବଂ ଏପରିକି DTH ସେବା ଅନ୍ତର୍ଭୁକ୍ତ ରହିଛି । ଏହା ହେଉଛି ଏୟାରଟେଲର ହୋମ୍ ପ୍ଲାନ୍ ।  ଯାହା କମ୍ପାନୀ ନିକଟରେ ଆରମ୍ଭ କରିଛି । କମ୍ପାନୀ ମୋଟ୍ ୩ଟି ଏୟାରଟେଲ ହୋମ୍ ପ୍ଲାନ୍ ଆରମ୍ଭ କରିଛି । ଏହି ପ୍ଲାନଗୁଡିକ ହେଉଛି ୮୯୯ ଟଙ୍କା (DTH + ପୋଷ୍ଟପେଡ୍), ୧୩୯୯ ଟଙ୍କା (ଫାଇବର + ପୋଷ୍ଟପେଡ୍) ଏବଂ ୧୮୯୯ ଟଙ୍କା (ଅଲ-ଇନ୍-ଓ୍ବାନ୍-ପ୍ଲାନ୍) । ଏହି ପ୍ଲାନଗୁଡିକରେ କେବଳ ଏୟାରଟେଲର ସମସ୍ତ ସେବା ଏକାସହ ଦିଆଯାଇନଥାଏ, ଗ୍ରାହକଙ୍କୁ ମଧ୍ୟ ରିହାତି ଦିଆଯାଏ |

ହୋମ୍ ପୋର୍ଟଫୋଲିଓରେ ଏୟାରଟେଲର ୧୮୯୯ ଟଙ୍କିଆ ପ୍ଲାନ୍ ହେଉଛି ସବୁଠାରୁ ପ୍ରିମିୟମ ପ୍ଲାନ୍ । ଉପଭୋକ୍ତାମାନଙ୍କ ପାଇଁ ଏହା ହେଉଛି ଏକ ଭଲ ପ୍ଲାନ୍ । ଟେଲିକମ୍ ଟକ୍ ଅନୁଯାୟୀ ସମସ୍ତ ସେବାକୁ ଏହି ପ୍ଲାନ୍ ର ମୂଲ୍ୟ ସମସ୍ତ ସର୍ଭିସେସକୁ ମିଶାଇ ୨୭୨୦ ଟଙ୍କା । ତଥାପି କମ୍ପାନୀ ଉପଭୋକ୍ତାମାନଙ୍କୁ ୩୦ ପ୍ରତିଶତ ରିହାତି ଦେଉଛି । ଯାହାର ମୂଲ୍ୟ ୧୮୯୯ ଟଙ୍କା (ଜିଏସଟି ବିନା) ହେବ ।

ଏହି ପ୍ଲାନ୍ ରେ 100Mbps ସ୍ପିଡ୍ ସହିତ ୫୦୦ ଜିବି ଡାଟା ଏବଂ ଅସୀମିତ କଲିଂ ସୁବିଧା ଦିଆଯାଉଛି । ଏହା କମ୍ପାନୀର ଏକ କଷ୍ଟୋମାଇଜ୍ ପ୍ଲାନ୍ । କମ୍ପାନୀ କହିଛି ଯେ ଯଦି ଜଣେ ଗ୍ରାହକ ଗୋଟିଏ ବ୍ରଡବ୍ୟାଣ୍ଡ ପ୍ଲାନ୍ ନିଅନ୍ତି, ତେବେ ତାଙ୍କୁ ମାସକୁ ୧୩୯୯ ଟଙ୍କା ଦେବାକୁ ପଡିବ ।

ଏୟାରଟେଲ ଡିଜିଟାଲ୍ ଟିଭି ହୋଇଥିବାରୁ ଏୟାରଟେଲ ଦ୍ବାରା ଏୟାରଟେଲ୍ ହୋମ୍ ପ୍ଲାନ୍ ରେ ଏହାକୁ ବଣ୍ଡଲ କରାଯାଇଛି । ଏମିତିରେ ଅଲ୍ ଇନ୍ ୱାନ୍ ପ୍ଲାନରେ ଗ୍ରାହକଙ୍କୁ 140 SD / HD ଚ୍ୟାନେଲ ସହିତ ୫୦୦ ଟଙ୍କା ମୂଲ୍ୟର DTH ପ୍ୟାକ୍ ମଧ୍ୟ ମିଳିବ । ଏହା ବ୍ୟତୀତ ଗ୍ରାହକଙ୍କୁ ଦୁଇଟି ଆଡ୍-ଅନ୍ କନେକ୍ସନ୍ ସହିତ ୪୯୯ ଟଙ୍କାର ପୋଷ୍ଟପେଡ୍ ପ୍ଲାନ୍ ମଧ୍ୟ ଦିଆଯିବ ।

ପ୍ରାଇମେରୀ ପୋଷ୍ଟପେଡ୍ ପ୍ଲାନରେ ଗ୍ରାହକଙ୍କୁ ଭାରତର ଯେକୌଣସି ନେଟୱାର୍କରେ ଫ୍ରି କଲିଂ ଏବଂ ପ୍ରତିଦିନ ୧୦୦ SMS ସହ ୭୫GB ଡାଟା ଦିଆଯିବ । ଏହାସହ ୧୯୯ଟଙ୍କା ମୂଲ୍ୟର ଦୁଇଟି ଆଡ୍-ଅନ୍ ପୋଷ୍ଟପେଡ୍ ପ୍ଲାନ୍ ମାଗଣାରେ ପ୍ରଦାନ କରାଯିବ । ଯେଉଁଥିରେ ୧୦ଜିବି ଡାଟା, ଦୈନିକ ୧୦୦ ଏସଏମଏସ ଏବଂ ଅସୀମିତ କଲିଂ ଉପଲବ୍ଧ ହେବ । ଯଦି ୪୯୯ ଟଙ୍କିଆ ଏୟାରଟେଲର ପୋଷ୍ଟପେଡ୍ ପ୍ଲାନ୍ କୁ ଗ୍ରାହକ ସିଙ୍ଗଲ ନିଅନ୍ତି ତେବେ ସେମାନଙ୍କୁ କୌଣସି ଆଡ୍-ଅନ୍ ପାଇବେ ନାହିଁ ।

ଏହା ବ୍ୟତୀତ ଏୟାରଟେଲ ଏକ ବର୍ଷ ପାଇଁ ୯୯୯ ଟଙ୍କା ମୂଲ୍ୟର ଆମାଜନ ପ୍ରାଇମ୍ ସବସ୍କ୍ରିପସନ୍, ମାସକୁ ୯୯ ଟଙ୍କିଆ ZEE5 ସବସ୍କ୍ରିପସନ୍ ଏବଂ ଏକ ବର୍ଷ ପାଇଁ ଏୟାରଟେଲ ଏକ୍ସଟ୍ରିମ ଆପ୍ ର ଫାଇଦା ମଧ୍ୟ ମିଳିବ । କମ୍ପାନୀ ମାଗଣାରେ ୱାଇଫାଇ ରାଉଟର ଏବଂ ଏୟାରଟେଲ ଏକ୍ସଟ୍ରିମ ବକ୍ସ ମଧ୍ୟ ପ୍ରଦାନ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.