ଏୟାରଟେଲ୍ ଫ୍ରିରେ ଦେଉଛି ୧୦୦୦ଜିବି ଇଣ୍ଟରନେଟ୍ ସୁବିଧା, ଏହି ଗ୍ରାହକଙ୍କୁ ମିଳିବ ଫାଇଦା

Published By : Prameya-News7 Bureau | August 15, 2020 IST

ନୂଆଦିଲ୍ଲୀ ୧୫।୮: ୭୪ ତମ ସ୍ବାଧୀନତା ଦିବସ ଅବସରରେ ଏୟାରଟେଲ ଗ୍ରାହକଙ୍କ ପାଇଁ ଏକ ବିଶେଷ ପ୍ରକାର ଡାଟା ଅଫର ଆଣିଛି । ଏୟାରଟେଲ ଏହାର ଏୟାରଟେଲ ଏକ୍ସଷ୍ଟ୍ରିମ ଫାଇବର ବ୍ରଡବ୍ୟାଣ୍ଡ ଗ୍ରାହକଙ୍କୁ ମାଗଣାରେ ୧୦୦୦ ଜିବି ଡାଟା ପ୍ରଦାନ କରିବାକୁ ଘୋଷଣା କରିଛି ।

କିନ୍ତୁ ଏହି ଅଫର କେବଳ ନୂଆ ଗ୍ରାହକଙ୍କ ପାଇଁ ଅଣାଯାଇଛି । ଯଦି ଆପଣ ଏୟାରଟେଲର ଏକ୍ସଟ୍ରିମ ଫାଇବର ସଂଯୋଗ ନେଇଥାନ୍ତି ତେବେ ଆପଣ ମାଗଣାରେ ୧୦୦୦ ଜିବି ଡାଟା ପାଇବେ । ଏହି ଅଫର ସମସ୍ତ ଗ୍ରାହକ ଏବଂ ପ୍ୟାନ୍ ଇଣ୍ଡିଆ ପାଇଁ ଅଟେ । ମାଗଣା ଡାଟାର ବୈଧତା ୬ ମାସ ରହିବ ।

ଏୟାରଟେଲ ଏକ୍ସଟ୍ରିମ ଫାଇବର ସେବା ଅଧୀନରେ ଗ୍ରାହକମାନେ ୧ ଜିବିପିଏସ୍ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସ୍ପିଡ୍ ପାଇବେ । ଅର୍ଥାତ୍ ଆପଣ ମଲ୍ଟିଡିଭିଜନ୍ ମଧ୍ୟ ବ୍ୟବହାର କରିପାରିବେ । ଏୟାରଟେଲର ବ୍ରଡବ୍ୟାଣ୍ଡ ପ୍ଲାନ୍ ର ପ୍ରାରମ୍ଭିକ ମୂଲ୍ୟ ୭୯୯ ଟଙ୍କା । ବର୍ତ୍ତମାନ କମ୍ପାନୀ ଆପଣଙ୍କୁ ୧ ଜିବିପିଏସ୍ ପର୍ଯ୍ୟନ୍ତ ସ୍ପିଡ୍ ଦେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.