Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଏୟାରଟେଲର ନୂଆ ପ୍ଲାନ : ଜିଓ ଏବଂ ଭୋଡାଫୋନକୁ ଦେବ ଟକ୍କର

20/12/2018 at 5:46 PM

ଭୁବନେଶ୍ୱର ୨୦/୧୨ : ଭାରତୀୟ ଟେଲିକମ କମ୍ପାନୀ ଏୟାରଟେଲ ଏକ ନୂଆ ପ୍ଲାନ ଲଞ୍ଚ କରିଛି | ଏହି ପ୍ଲାନ ଜିଓ ଏବଂ ଭୋଡାଫୋନକୁ ଦେବ ଟକ୍କର | ନିକଟରେ ଭୋଡାଫୋନ ଏକ ନୂଆ ପ୍ଲାନ ଲଞ୍ଚ କରିଥିଲା | ଏହି ପ୍ଲାନ ଅନୁସାରେ ୧୬୯ ରିଚାର୍ଜ କରି ଗ୍ରାହକ ପାଉଥିଲେ ୧ ଜିବି ଡାଟା, ୧୦୦ ଏସଏମଏସ ଏବଂ ଅନଲିମିଟେଡ଼ ଲୋକାଲ ଏବଂ ନେସନ୍ୟାଲ କଲଏଅ ସୁବିଧା | ଏହାଛଡା ଏହି ପ୍ଲାନ ରୋମିଙ୍ଗ ଫ୍ରି ଥିଲା | ଏହି ପ୍ଲାନର ଅବଧି ଥିଲା ୨୮ ଦିନ | 


ଏବେ ଏୟାରଟେଲ ମଧ୍ୟ ଏଭଳି ଏକ ପ୍ଲାନ ଲଞ୍ଚ କରିଛି | ଏହି ପ୍ଲାନ କେବଳ ପେଟିଏମ ଏବଂ ଏୟାରଟେଲ ୱେବସାଇଟରେ ହିଁ ଉପଲବ୍ଧ | ଏହି ପ୍ଲାନ ଜିଓର ୧୪୯ ପ୍ଲାନକୁ ଟକ୍କର ଦେଉଛି | ଏହି ପ୍ଲାନରେ ମଧ୍ୟ ଗ୍ରାହକଙ୍କୁ ପ୍ରତିଦିନ ୧ ଜିବି ଡାଟା ସହ ଅନଲିମିଟେଡ଼ ଲୋକାଲ ଏବଂ ନେସନ୍ୟାଲ କଲର ସୁବିଧା ମିଳୁଛି | ଏହାସହ ଦିନକୁ ୧୦୦ଟି ଏସଏମଏସ ସୁବିଧା ମଧ୍ୟ ମିଳୁଛି | ଏହି ପ୍ଲାନର ଅବଧି ମଧ୍ୟ ୨୮ ଦିନ ପର୍ଯ୍ୟନ୍ତ ରହିବ | ଏହି ପ୍ଲାନ ଦେଶର ସମସ୍ତ ସହରରେ ଉପଲବ୍ଧ | 


ଏୟାରଟେଲ ର ୧୬୯ ପ୍ଲାନ ଏବଂ ଭୋଡାଫୋନର ୧୬୯ ପ୍ଲାନ – ଉଭୟ ପ୍ଲାନରେ ସମାନ ସୁବିଧା ରହିଛି | ଏହି ପ୍ଲାନର ଅବଧି ୨୯ ଦିନ |


ଏୟାରଟେଲ ୧୬୯ ପ୍ଲାନ ଏବଂ ଜିଓ ୧୪୯ ପ୍ଲାନ – ଜିଓର ଏହି ପ୍ଲାନରେ ଏୟାରଟେଲ ଏବଂ ଭୋଡାଫୋନରୁ ଟିକେ ଅଧିକ ଡାଟା ମିଳିଥାଏ | ଏଥିରେ ଦିନକୁ ୧.୫ ଜିବି ଡାଟା ମିଳିଥାଏ | କିନ୍ତୁ କଲ ଏବଂ ମେସେଜ ସୁବିଧା ଏୟାରଟେଲ ଏବଂ ଭୋଡାଫୋନ ସଂଗେ ହିଁ ସମାନ |


ଏୟାରଟେଲର ଆଉ ଏକ ପ୍ଲାନ ରହିଛି ୧୮୧ ଟଙ୍କାର | ଏହି ପ୍ଲାନରେ କମ୍ପାନୀ ଦିନକୁ ୩ଯିବି ଡାଟା ଦେଇଥାଏ | ଏହାସହ ଅନଲିମିଟେଡ଼ ଲୋକାଲ ଏବଂ ନେସନ୍ୟାଲ କଲ ଫ୍ରି ରହିବ | କିନ୍ତୁ ଏହାର ଅବଧି ୨୮ ଦିନ ବଦଳରେ ୧୪ ଦିନ ରହିଛି |

   Related Posts