୭୦ ଟଙ୍କା ପ୍ଲାନ ଲଞ୍ଚ କରିଲା ଏୟାରଟେଲ, ଜିଓ କୁ ଦେବ ଟକ୍କର
24/02/2019 at 1:19 PM

ଭାରତର ଦ୍ୱତୀୟ ବଡ ଟେଲିକମ କମ୍ପାନୀ ଏୟାରଟେଲ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ନୂଆ ଅଫର ଲଞ୍ଚ କରିଛି। ଏୟାରଟେଲର ଏହି ପ୍ଲାନ ମାତ୍ର ୭୦ ଟଙ୍କା ଯାହାର ଅବଧି ୨୮ ଦିନ । ଏହା ସହ ଏହି ପ୍ଲାନରେ ୧୦୦ ଏମବି ଡାଟା 2G/3G/4G ମିଳିବ। ଏହି ରିଚାର୍ଜ, କମ୍ପାନୀର ନୂଆ ଗ୍ରାହକଙ୍କ ପାଇଁ ଉପଲବ୍ଧ । ଜଦି କୌଣସି ଗ୍ରାହକ ଏବେ କିଛି ଦିନ ହେବ ଏୟାରଟେଲ ବ୍ୟବହାର କରିବା ଆରମ୍ଭ କରିଛନ୍ତି ତାହେଲେ ସେମାନେ ଏହି ପ୍ଲାନର ଫାଇଦା ଉଠାଇପାରିବେ।
