ଏୟାରଟେଲ ପ୍ଲାନରେ କଲା ପରିବର୍ତ୍ତନ : ଜାଣନ୍ତୁ ଅଫରଗୁଡ଼ିକ ବିଷୟରେ

Published By : Prameya-News7 Bureau | September 28, 2019 IST

ନୂଆଦିଲ୍ଲୀ ୨୬/୯: ଟେଲିକମ୍ କମ୍ପାନୀଗୁଡ଼ିକ ମଧ୍ୟରେ ଦୀର୍ଘ ଦିନରୁ ପ୍ରତିଯୋଗିତା ଚାଲିଛି। ଜିଓ ଆସିବା ପରେ କେତେକ କମ୍ପାନୀ ଠପ୍ ହୋଇଯାଇଛି ଏବଂ ଏୟାରସେଲ୍ କମ୍ପାନୀ ଜିଓ କାରଣରୁ ବନ୍ଦ ହୋଇ ଯାଇଥିଲା। ଏବେ ଏୟାରଟେଲର ଏକ ପ୍ଲାନକୁ ନେଇ ସୂଚନା ସାମନାକୁ ଆସିଛି। ଏୟାରଟେଲର ଏକ ପ୍ଲାନରେ ପରିବର୍ତ୍ତନ କରାଯାଇଛି। ଏୟାରଟେଲ୍ ନିଜ ଗ୍ରାହକଙ୍କ ପାଇଁ ନୂଆ ପ୍ଲାନ୍ ଆଣିଥାଏ ଏବଂ ପୂର୍ବ ପ୍ଲାନରେ ମଧ୍ୟ ପରିବର୍ତ୍ତନ କରିଥାଏ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ

{"id":163760}

ଏୟାରଟେଲ୍ ନିଜ ୯୭ଟଙ୍କାର ପ୍ଲାନରେ ପରିବର୍ତ୍ତନ କରିଛି। ୯୭ଟଙ୍କାର ପ୍ରିପେଡ ପ୍ଲାନକୁ ୧୨୯ଟଙ୍କା ଏବଂ ୧୪୮ଟଙ୍କାର ପ୍ଲାନ୍ ସହ ଆରମ୍ଭ କରାଯାଇଥିଲା। ଏହି ପ୍ଲାନରେ ଦିଆଯାଉଥିବା ଫାଇଦାକୁ କମ୍ପାନୀ ତରଫରୁ କମ୍ କରି ଦିଆଯାଇଛି। ଅର୍ଥାତ୍ ପୂର୍ବରୁ ଏଥିରେ ଯେତିକି ଫାଇଦା ମିଳୁଥିଲା ଏବେ ଆଉ ସେତିକି ଫାଇଦା ମିଳିବ ନାହିଁ।

{"id":163761}

ଏବେ ଏହି ପ୍ଲାନରେ ପରିବର୍ତ୍ତନ କରାଯାଇଛି। ୯୭ଟଙ୍କାର ପ୍ଲାନରେ ଅନଲିମିଟେଡ ଭଏସ୍ କଲିଙ୍ଗ ମିଳିଥାଏ। ଡାଟା କଥା କହିବା ଯଦି ଏଥିରେ ୫୦୦ଏମବି ଡାଟା ମିଳିବ। ଏଥିରେ ୩୦୦ଏସଏମଏସ୍ ଦିଆଯିବ। ଏହି ପ୍ଲାନର ବୈଧତା ୧୪ଦିନ ରଖାଯାଇଛି।

{"id":163762}

ଏଥିରେ ପୂର୍ବରୁ ଅନଲିମିଟେଡ ଭଏସ୍ କଲିଙ୍ଗ ଦିଆଯାଉଥିଲା। ଏଥିରେ ୨ଜିବି ଡାଟା ଦିଆଯାଉଥିଲା। ଏହା ବ୍ୟତୀତ ଏଥିରେ ୩୦୦ଏସଏମଏସ୍ ୧୪ଦିନ ବୈଧତା ସହ ଦିଆଯାଉଥିଲା।

{"id":163763}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.