Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଏୟାରଟେଲ ଲଞ୍ଚ କଲା ନୂଆ ପ୍ଲାନ, ଜୀବନ ବୀମା ସହ ମିଳିବ ଅନଲିମିଟେଡ୍ କଲ ଏବଂ ଡାଟା

1/03/2020 at 4:07 PM

ନୂଆଦିଲ୍ଲୀ୧/୩: ଜିଓ ପୂର୍ବରୁ ଏୟାରଟେଲ ତାର ସମସ୍ତ ପ୍ଲାନରେ ଅସୀମିତ କଲିଂ ସୁବିଧା ଯୋଗାଇ ଆସିଛି। ଏୟାରଟେଲ ୩ଟି ନୂତନ ଏବଂ ଶସ୍ତା ପ୍ରି-ପେଡ୍ ପ୍ଲନ ଲଞ୍ଚ କରିଛି। ଯେଉଁଥିରେ ଗ୍ରାହକମାନେ ବୀମା ସହିତ ମାଗଣା କଲିଂ ଏବଂ ଡାଟାର ସୁବିଧାର ରହିଛି। ଏୟାରଟେଲ ୩ଟି ନୂତନ ପ୍ରି-ପେଡ୍ ପ୍ଲାନ ଲଞ୍ଚ କରିଛି।ସେଗୁଡିକ ହେଲା ୧୭୯, ୨୭୯ ଟଙ୍କା ଏବଂ ୩୪୯ ଟଙ୍କା । ଏହି ପ୍ଲାନଗୁଡିକର ପ୍ରଥମ ଦୁଇଟି ପ୍ଲାନରେ ଚାରି ଲକ୍ଷ ଟଙ୍କାର ଜୀବନ ବୀମା ରହିଛି।ସେହିପରି ତୃତୀୟ ପ୍ଲାନରେ ଆମାଜନ ଭିଡିଓର ମେମ୍ବରସିପ୍‌ ହୋଇ ପାରିବେ।

ତେବେ ଏୟାରଟେଲର ୧୭୯ ଟଙ୍କା ପ୍ଲାନର ପ୍ଲାନର ବୈଧତା ୨୮ ଦିନ ରହିଛି।ଏଥିସହ ୨ଜିବି ଡାଟାର ସୁବିଧା ମଧ୍ୟ ରହିଛି। ଏହା ବ୍ୟତୀତ ସମସ୍ତ ନେଟୱାର୍କକୁ ଅଲିମିଟେଡ୍ କଲିଂର ସୁବିଧା ମଧ୍ୟ ରହିଛି। ଏହି ପ୍ଲାନରେ ଆପଣଙ୍କୁ ୩ ଶହ ସେମେଜ  ଏବଂ ଦୁଇ ଲକ୍ଷ ଟଙ୍କାର ଜୀବନ ବୀମା ସୁବିଧା ରହିଛି।

ସେହିପରି ୨୭୯ ଟଙ୍କା ପ୍ଲାନର ବୈଧତା ୨୮ ଦିନ ରହିଛି।ଏଥିସହ ପ୍ରତିଦିନ ୧.୫ ଜିବି ଡାଟାର ମଧ୍ୟ ସୁବିଧା ରହିଛି। ଏହା ବ୍ୟତୀତ ସମସ୍ତ ନେଟୱାର୍କରେ ଅସୀମିତ କଲିଂର ସୁବିଧା ରହିଛି। ପ୍ରତିଦିନ ୧୦୦ ମେସେଜ ସହିତ ଚାରି ଲକ୍ଷ ଟଙ୍କାର ଜୀବନ ବୀମାର ସୁବିଧା ରହିଛି।

ଏୟାରଟେଲର ୩୪୯ ଟଙ୍କା ପ୍ଲାନର ବୈଧତା  ୨୮ ଦିନ ରହିଛି। ଏଥିସହ ପ୍ରତିଦିନ ୨ ଜିବି ଡାଟା ଏବଂ ସମସ୍ତ ନେଟୱାର୍କରେ ଅସୀମିତ କଲିଂର ସୁବିଧା ରହଛି। ଏହି ଯୋଜନାରେ ଆମାଜନ ପ୍ରାଇମ ଭିଡିଓ ଏକ ସଦସ୍ୟ ହୋଇ ପାରିବେ।ଏଥିସହ ପ୍ରତିଦିନ ୧୦୦ଟି ମେସେଜ ପଠାଇ ପାରିବେ।

   Related Posts