ଏୟାରଟେଲ ଲଞ୍ଚ କଲେ ୩୩୬ ଦିନ ଭେଲିଡିଟିର ଏହି ନୂଆ ଅଫର, ଜାଣନ୍ତୁ କ'ଣ ମିଳୁଛି ସୁବିଧା

Published By : Prameya-News7 Bureau | October 14, 2019 IST

ଟେଲିକମ୍ ମାର୍କେଟ୍ ବେଳକୁ ବେଳ ଅଧିକ ପ୍ରତିଯୋଗୀ ହେବାରେ ଲାଗିଛି। ଅପରେଟରମାନେ ଗ୍ରାହକଙ୍କ ଲାଗି ନୂଆ ନୂଆ ସୁବିଧା ସୁଯୋଗର ଲଞ୍ଚ କରୁଥିବା ବେଳେ ଏୟାରଟେଲ ଏଥିରୁ ବାଦ ପଡିନି। ଗ୍ରାହକଙ୍କ ନିମନ୍ତେ ପୂଜା ସିଜିନରେ ଏୟାରଟେଲ ଆଣିଛନ୍ତି ୩୩୬ ଦିନର ଦୀର୍ଘ ଭେଲିଡିଟି ଅଫର। ଆସନ୍ତୁ ଜାଣିବା ଏଥିରେ କଣ ମିଳୁଛି ଅଧିକ।

{"id":170095,"width":585,"height":371}

ଏୟାରଟେଲ କମ୍ପାନୀର ଯେଉଁ ଗ୍ରାହକମାନେ ପ୍ରାୟତଃ ଇନ କମିଙ୍ଗ ଓ ଆଉଟ ଗୋଇଙ୍ଗ କଲ ଲାଗି ମୋବାଇଲ ଫୋନ ବ୍ୟବହାର କରୁଛନ୍ତି ସେମାନଙ୍କ ଲାଗି ଏହି ଖାସ ଅଫର ଆଣିଛନ୍ତି। ଏଥିରେ ଅନଲିମିଟେଡ୍ ଭଏସ କଲିଂ ସୁବିଧା ମିଳୁଛି। ୩୩୬ ଦିନ ଲୋକାଲ ଓ ଏସଟିଡି କଲ ସୁବିଧା ଉପଲବ୍ଧ ହେଉଥିବା ଏହି ଅଫର ମୂଲ୍ୟ ରହିଛି ମାତ୍ର ୯୯୮ ଟଙ୍କା। କେବଳ ଅନଲିମିଡେଟ୍ କଲିଂ ନୁହେଁ ଗ୍ରାହକଙ୍କୁ ୧୨ ଜିବି ଡାଟା ବି ଦେଉଛନ୍ତି ଏୟାରଟେଲ।

{"id":170096}

ତେବେ ସବୁଠୁ ବଡ କଥା ହେଉଛି ଏୟାର ଟେଲର ଏହି ଦୀର୍ଘାବଧି ଅଫର ଯୋଗୁ ସେହି ଉପଭୋକ୍ତାମାନେ ଲାଭାନ୍ୱିତ ହେବେ ଯେଉଁମାନେ ମାସରେ ବାରମ୍ବାର ବାରମ୍ବାର ୩୫ ଟଙ୍କାର ରିଚାର୍ଜ ଲାଗି ହଇରାଣ ହେଉଥିଲେ। ବର୍ଷରେ ଥରଟିଏ ଫୋନ ରିଚାର୍ଜ କଲେ ପୁରା ୩୩୬ ଦିନ ମାଗଣା କଥାବାର୍ତ୍ତା ସାଙ୍ଗକୁ ଇଣ୍ଟରନେଟର ବି ମଜା ନେଇପାରିବେ ଗ୍ରାହକ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.