Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||
  • ଦାନା ବାନ୍ଧୁଛି ବାତ୍ୟା : ୫ରେ ଓଡିଶା-ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ !
  • ||
  • ସୋମବାରଠୁ ଶୀତ ଅଧିବେଶନ, ପ୍ରଥମ ଦିନରେ କୃଷି ବିଲ୍ ରବ୍ଦ ନେଇ ଆସିବ ପ୍ରସ୍ତାବ
  • ||

ବୀମା ସାଙ୍ଗକୁ ମୋବାଇଲ ରିଚାର୍ଜର ଅପୂର୍ବ ସୁଯୋଗ, airtelର ଲଞ୍ଚ ହେଲା ୧୭୯ ଟଙ୍କାର ପ୍ରିପେଡ୍ ପ୍ୟାକ୍

19/01/2020 at 7:26 PM

ନୂଆଦିଲ୍ଲୀ : ଅଗ୍ରଣୀ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ ୧୭୯ ଟଙ୍କାର ନୂଆ ପ୍ରିପେଡ୍ ସ୍କିମ ପ୍ରଚଳନ କରିଛନ୍ତି। ଏହି ପ୍ୟାକ୍ ସହ ଭାରତୀ ଏକ୍ସା ଲାଇଫ ଇନସ୍ୟୋରାନ୍ସର ୨ ଲକ୍ଷ ଟଙ୍କା ଜୀବନ ବୀମା ବି ମିଳିବ। ନୂଆ ଯୋଜନା ଲଞ୍ଚ କରିବା ଅବସରରେ କମ୍ପାନୀ ପକ୍ଷରୁ ନୂଆ ପ୍ୟାକ୍‌ରେ ଗ୍ରାହକ ଯେ କୌଣସି ନେଟୱାର୍କକୁ ଅସୀମିତ କଲ ସାଙ୍ଗକୁ ୨ ଜିବି ଡାଟା, ୩୦୦ ଏସଏମଏସ ଓ ଜୀବନ ବୀମା ଖବର ବି ପାଇବେ।

ଏହି ନୂଆ ପ୍ୟାକ୍‌ର ବୈଧତା ୨୮ ଦିନ ରହିବ। ସ୍କିମ ନୂଆକରି ହୋଇଥିବା ସ୍ମାର୍ଟ ଗ୍ରାହକ ଓ ଅର୍ଦ୍ଧସହରୀ ଗ୍ରାମୀଣ ବଜାରର ଗ୍ରାହକଙ୍କୁ ଲକ୍ଷ କରି କମ୍ପାନୀ ଲଞ୍ଚ କରିଛନ୍ତି। ତେବେ ଏହି ପ୍ୟାକ୍‌ରେ ମିଳୁଥିବା ବୀମା କଭର ୧୮ରୁ ୫୪ ବର୍ଷ ବୟସ୍କଙ୍କୁ ମିଳିପାରିବ। ଏଥିଲାଗି କୌଣସି ଡକ୍ୟୁମେଣ୍ଟ ଅଥବା ଡାକ୍ତରୀ ପରୀକ୍ଷଣ ଜରୁରି ହେବନି।

ବୀମା ପ୍ରମାଣପତ୍ର ଗ୍ରାହକ ପ୍ୟାକ୍ କ୍ରୟ କରିବା ମାତ୍ରେ ସେମାନଙ୍କୁ ଡିଜିଟାଲ ପଠାଇ ଦିଆଯିବ। ତେବେ ଗ୍ରାହକ ଯଦି ଆଗ୍ରହ କରନ୍ତି ତେବେ ଏହାର ନକଲ ବି ପ୍ରାପ୍ତ କରିପାରିବେ। କମ୍ପାନୀର ଏହି ପ୍ୟାକ୍ ଗ୍ରାହକ ନିଜ ଫୋନ ରିଚାର୍ଜ କରିବା ସହ ନିଜକୁ ଓ ନିଜ ପରିବାରକୁ ଆର୍ଥିକ ରୂପେ ସାହାର ଦେଇପାରିବେ। ଜୀବନ ବୀମା କରିବାରେ ଏୟାର ଟେଲଙ୍କ ଏହି ରିଚାର୍ଜ ସ୍କିମ ଦେଶର ପ୍ରମଥ ସହଜ ଓ ଶରଳ ମାଧ୍ୟମ ପାଲଟିବ।

   Related Posts