ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଭାରତୀ ଏୟାରଟେଲର ଘାଟା ୨୩ ହଜାର ୪୫ କୋଟି

Published By : Prameya-News7 Bureau | November 15, 2019 IST

ଦେଶରେ ଟେଲିକମ ବ୍ୟବସାୟ ଏବେ କ୍ଷତିର  ବଣିଜ ସାବ୍ୟସ୍ତ ହେବାକୁ ଯାଉଛି। ଗତ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଭାରତୀ ଏୟାର ଟେଲର କ୍ଷତିର ପରିମାଣ ୨୩ ହଜାର ୪୫ କୋଟି ଥିଲା ବୋଲି ଜଣାପଡିଛି। ଯାହାକୁ କମ୍ପାନୀ ତାର ଏପର୍ଯ୍ୟନ୍ତ ସର୍ବାଧିକ କ୍ଷତି ବୋଲି କହୁଛି। ସରକାରଙ୍କୁ ବକେୟା ବାବଦ ୨୯ହଜାର ୪୫୦ କୋଟି ଦେପ୍ରଦାନ ପରେ କମ୍ପାନୀର ଏହି ଆର୍ଥିକ କ୍ଷତି ଆକଳନ କରିଛି। 

{"id":184549,"sizeSlug":"large"}

ଗତବର୍ଷ ସେପ୍ଟେମ୍ବର ମାସରେ କମ୍ପାନୀ ୧୧୯ କୋଟି ଟଙ୍କା ଲାଭ ଆୟ କରିଥିଲା। ତେବେ ବର୍ତ୍ତମାନ ପ୍ରଚଳିତ ଆକାଉଣ୍ଟିଂ ଫର୍ମୁଲାରେ ଗତବର୍ଷକୁ ସାମିଲ କରାଯାଇପାରିବ ନାହିଁ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି। ତେବେ ଏଜିଆର ମାମଲାରେ କମ୍ପାନୀ କର୍ତ୍ତୃପକ୍ଷ ସରକାରଙ୍କ ଠାରୁ ଏବେ କିଛି ରିହାତି ଆଶା କରୁଛନ୍ତି। ସୁପ୍ରିମକୋର୍ଟ ନନ୍ ଟେଲିକମ ରେଭିନ୍ୟୁକୁ ଏଜିଆରର ଅଂଶ ବୋଲି କହୁଛନ୍ତି। ଏଣୁ ଗତ ଅକ୍ଟୋବର ୨୪ ତାରିଖରେ ଟେଲିକମ କମ୍ପାନୀମାନଙ୍କୁ ବକେୟା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟେଲିକମ କମ୍ପାନୀମାନଙ୍କ ଉପରେ ଏବେ ୧.୩୩ ଲକ୍ଷ ଟଙ୍କା ବାକି ପଡିଥିବା ଏକ ଅନୁମାନରୁ ଜଣାପଡିଛି। 

{"id":184550,"sizeSlug":"large"}

ତେବେ ଆସନ୍ତୁ ଜାଣିବା ଏଜିଆର କଣ ?
ଟେଲିକମ କମ୍ପାନୀମାନଙ୍କୁ ଏଜିଆରର ୩ ପ୍ରତିଶତ ସ୍ପେକ୍ଟ୍ରମ ଫି ଓ ୮ ପ୍ରତିଶତ ଲାଇସେନ୍ସ ଫି ଆକାରରେ ଦେବାକୁ ପଡିଥାଏ। ତେବେ ଏହା ପୂର୍ବରୁ ଟେଲିକମ କମ୍ପାନୀମାନେ ୨୦୧୫ ମସିହା ଟେଲିକମ ଟ୍ରିବ୍ୟୁନାଲଙ୍କ ନିଷ୍ପତ୍ତି ଅନୁସାରେ ଆକଳନ କରୁଥିଲେ। ଯେଉଁଥିରେ ନନ କୋର ସ୍ରତରୁ ଆୟ ବାଦେ ବାକି ପ୍ରାପ୍ତିକୁ ଏଜିଆରରେ ସାମିଲ କରାଯିବ ବୋଲି ଟ୍ରିବ୍ୟୁନାଲ କହିଥିଲେ। ତେବେ ଦୂର ସଞ୍ଚାର ବିଭାଗ ଭଡା, ସ୍ଥାୟୀ ସମ୍ପତ୍ତି ବିକ୍ରିରୁ ଲାଭ ଏପରିକି ରଦ୍ଦି ବିକ୍ରି ଆୟକୁ ବି ଏଜିଆରରେ ସାମିଲ କରି ହିସାବ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.