Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜିଓକୁ ଟକ୍କର ଦେବା ପାଇଁ ଏୟାରଟେଲ ଲଂଚ କଲା ଫାଇବର ସର୍ଭିସ, ଏତିକି ଟଙ୍କାରେ ମିଳିବ ଅନ୍‌ଲିମିଟେଡ ଡାଟା

12/09/2019 at 3:52 PM

ଜିଓ ଫାଇବରକୁ ଟକ୍କର ଦେବା ପାଇଁ ଭାରତୀୟ ଏୟାରଟେଲ ୧ଜିବିପିଏସ୍‌ର ବ୍ରଡବ୍ୟାଣ୍ଡ ସର୍ଭିସ ଆରମ୍ଭ କରିଛି। କେବଳ ସେତିକି ନୁହେଁ କମ୍ପାନୀ ଡିଜିଟାଲ ଏଣ୍ଟରଟେନ୍‌ମେଣ୍ଟରେ ନିଜର ସ୍ଥାନ ପାଇଁ XStream ଫାଇବର ସର୍ଭିସ ମଧ୍ୟ ଆରମ୍ଭ କରିଛି। ଏୟାରଟେଲ ଫାଇବର ସର୍ଭିସର ଦାମ ଜିଓ ଫାଇବର ପାଖାପାଖି ରହିଛି।

ଏୟାରଟେଲ XStream ଫାଇବର ସର୍ଭିସରେ ଏୟାରଟେଲ ଜିଓ ଭଳି ୟୁଜର୍ସଙ୍କୁ ୧ ଜିବିପିଏସ୍‌ର ସ୍ପିଡ୍‌ ଦେବ। ଜିଓକୁ ଟକ୍କର ଦେବା ପାଇଁ କମ୍ପାନୀ ଏହି ସର୍ଭିସର ପ୍ଲାନ ୩୯୯୯ ଟଙ୍କା ରଖିଛି। ଜିଓରେ ଅଧିକ ଟଙ୍କାର ଡାଟା ପ୍ଲାନ୍‌ ମଧ୍ୟ ଅଛି। ଏହି ପ୍ଲାନର ଦାମ ହେଉଛି ୮୪୯୯ ଟଙ୍କା। ଏୟାରଟେଲ ଫାଇବର ସର୍ଭିସରେ ଅନ୍‌ଲିମିଟେଡ୍‌ ଲ୍ୟାଣ୍ଡଲାଇନ୍‌ କଲର ସୁବିଧା ମଧ୍ୟ ରହିଛି।ଏହା ବ୍ୟତୀତ ଏୟାରଟେଲ ଫାଇବରରେ ତିନି ମାସର ନେଟଫ୍ଲିକ୍ସ ଓ ଗୋଟେ ବର୍ଷ ପାଇଁ ଏମେଜନ ପ୍ରାଇମ୍‌ର ମେମ୍ବରସିପ ଫ୍ରି ମିଳିବ। ଏହି ସର୍ଭିସରେ ZEE5 ଓ ଏୟାରଟେଲ XStream ଆପ୍‌ର ପ୍ରିମିୟମ କଣ୍ଟେଟ ମଧ୍ୟ ଉପଲବ୍ଧ ଅଛି।

ଜିଓ XStream ଫାଇବର ସର୍ଭିସ ଦିଲ୍ଲୀ, ଗୁରଗାଁୱ, ନୋଏଡା, ଗାଜିୟାବାଦ ଓ ମୁମ୍ବାଇ ଭଳି ବଡ ସହରରେ ଉପଲବ୍ଧ ଅଛି। ପୁଣେ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ, ଚଣ୍ଡିଗଡ, କୋଲକାତା, ଇନ୍ଦୋର, ଜୟପୁର ଓ ଏହମଦାବାଦରେ ମଧ୍ୟ ଖୁବ ଶୀଘ୍ର ଏହି ସର୍ଭିସ ଉପଲବ୍ଧ ହେବ।

ଏୟାରଟେଲ ଏହି ସର୍ଭିସରେ ୟୁଜର୍ସଙ୍କୁ ଅନ୍‌ଲିମିଟେଡ୍‌ ଡାଟା ମିଲିବ ସତ ହେଲେ ଏଯାଏଁ ଏଫୟୁପି(FUP) ବିଷୟରେ କୌଣସି ଘୋଷଣା କରିନାହିଁ। କମ୍ପାନୀ ୟୁଜର୍ସଙ୍କୁ ଏହି ସର୍ଭିସରେ ୬ ମାସ ପାଇଁ ୧୦୦୦ ଜିବି ବୋନସ ଡାଟା ଦେବ। ଏହା ବ୍ୟତୀତ ଏୟାରଟେଲର XStream ବକ୍ସ ଏଣ୍ଡ୍ରୋଏଡ୍‌ ବେଷ୍ଟ ସ୍ମାର୍ଟ ବକ୍ସ ଯେଉଁଥିରେ OTT କଣ୍ଟେଣ୍ଟ ରହିଛି।  

   Related Posts