ଏୟାରଟେଲ୍ ଜାରି କଲା ୫ଟି ନୂଆ ପ୍ଲାନ୍ : ଅନଲିମିଟେଡ କଲିଙ୍ଗ ସହ ବୈଧତା ୯୦ ଦିନ

Published By : Prameya-News7 Bureau | January 08, 2019 IST

ନୂଆଦିଲ୍ଲୀ ୮/୧: ଆଜି କାଲି ଟେଲିକମ୍ କମ୍ପାନୀରେ ଡାଟାର ସଂଘର୍ଷ ଚାଲିଛି। ଆଜି ଆମେ ଜାଣିବୁ ଯେ ଅସଲରେ ଏୟାରଟେଲର ଏପରି କେଉଁ ପ୍ଲାନ୍ ରହିଛି ଯେଉଁଥିରେ ଗ୍ରାହକଙ୍କୁ ୨ଜିବି ଡାଟା ଏବଂ ୯୦ଦିନର ବୈଧତା ଦିଆଯାଉଛି। ଏହା ସହିତ ଅନଲିମିଟେଡ କଲିଙ୍ଗ୍ ଏବଂ ମ୍ୟାସେଜର ଲାଭ ମିଳୁଛି। କମ୍ପାନୀର ଏହି ପ୍ଲାନ୍ ଗ୍ରାହକଙ୍କ ପାଇଁ କୈାଣସି ଉପହାରଠାରୁ କମ୍ ନୁହେଁ।

ଏୟାରଟେଲର ୨୪୫ଟଙ୍କା ପ୍ଲାନରେ ଗ୍ରାହକଙ୍କୁ ପ୍ରତି ଦିନ ୪ଜି ୨ଜିବି ଡାଟା ଏବଂ ୨୪୫ଟଙ୍କାର ଟକଟାଇମ୍ ମିଳିବ। ଏହାର ବୈଧତା ୮୪ଟଙ୍କା। ୩୯୯ଟଙ୍କାର ଏୟାରଟେଲ ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୪ଜି ୧ଜିବି ଡାଟା,ଅନଲିମିଟେଡ କଲିଙ୍ଗ୍ ଏବଂ ୧୦୦ଟି ମ୍ୟାସେଜର ଲାଭ ମିଳିଥାଏ ଏବଂ ଏହାର ବୈଧତା ୮୪ଦିନ।

wp:gallery {"ids":[71571]} /wp:gallery

୪୪୮ଟଙ୍କାର ଡାଟା ପ୍ଲାନରେ ଗ୍ରାହକଙ୍କୁ ୮୨ଦିନର ବୈଧତା ମିଳିଥାଏ। ଏହା ବ୍ୟତୀତ ପ୍ରତିଦିନ ୪ଜି ୧.୫ଜିବି ଡାଟା ,ଅନଲିମିଟେଡ କଲିଙ୍ଗ୍ ଏବଂ ୧୦୦ଟି ଏସଏମଏସର ଲାଭ ମିଳିଥାଏ।

wp:gallery {"ids":[71572]} /wp:gallery

ଏୟାରଟେଲର ୫୦୯ଟଙ୍କା ପ୍ୟାକର ବୈଧତା ୯୦ଦିନ ଏବଂ ଏଥିରେ ପ୍ରତିଦିନ ୪ଜି ୧.୪ଜିବି ଡାଟା ,ଅନଲିମିଟେଡ କଲିଙ୍ଗ୍ ଏବଂ ୧୦୦ଟି ଏସଏମଏସ ମିଳିଥାଏ। ଏହା ବ୍ୟତୀତ ୧୯୯ଟଙ୍କା ମଧ୍ୟ ପ୍ଲାନ୍ ରହିଛି ଯେଉଁଥିରେ ପ୍ରତିଦିନ ୪ଜି ୧.୫ଜିବି ଡାଟା ଅନଲିମିଟେଡ କଲିଙ୍ଗ୍ ଏବଂ ୧୦୦ଟି ଏସଏମଏସ ମିଳିଥାଏ ଏବଂ ଏହାର ବୈଧତା ୨୮ଦିନ।

କମ୍ପାନୀ ନିଜର ନୂଆ ପ୍ଲାନ୍ ଜାରି କରିଛି ଯାହାର ମୂଲ୍ୟ ୭୬ଟଙ୍କା ଏବଂ ଏହାର ବୈଧତା ୨୮ଦିନ। ଏହି ପ୍ଲାନର ରିଚାର୍ଜ କେବଳ ନୂଆ ଗ୍ରାହକ କରିପାରିବେ। ଯଦି ଆପଣ ଏୟାରଟେଲର ସିମ୍ କିଣିବାକୁ ଚାହୁଁଛନ୍ତି ତେବେ my airtel app କିମ୍ବା କମ୍ପାନୀର ଓ୍ବେବସାଇଟରେ ଯାଇ ରିଚାର୍ଜ କରିପାରିବେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.